FIR Against Soldiers / କାହିଁକି ମୁହାଁମୁହିଁ ହେଲେ ପୋଲିସ-ସେନା ଯବାନ ?
·2 hours ago·2 min read

Key Points
ସେନାର ୪୦ ଜଣ ଯବାନଙ୍କ ବିରୋଧରେ ଏତଲା ରୁଜୁ କରିଛି ପୋଲିସ । ସେନାର କର୍ଣ୍ଣେଲ୍, ମେଜର, ନାୟବ ସୁବେଦାରଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି ।
ନୂଆଦିଲ୍ଲୀ: ସେନା ଦେଶର ସୀମା ଜଗେ । ଆଉ ପୋଲିସ ତାର ପରିଧି ଭିତରେ ଆଇନ୍ ଶୃଙ୍ଖଳା ରକ୍ଷା କରେ । ଦେଶର ସୁରକ୍ଷାରେ ସେନା ନିୟୋଜିତ ଥିବା ବେଳେ ପୋଲିସର କାନ୍ଧରେ ନ୍ୟସ୍ତ କ୍ଷେତ୍ରର ଦାୟିତ୍ଵ ।
ଉଭୟ ସେନା ଓ ପୋଲିସର କାର୍ଯ୍ୟ ସୀମା ଭିନ୍ନ ହୋଇଥିବା ବେଳେ ଜମ୍ମୁ-କାଶ୍ମୀରରୁ ଆସିଛି ବଡ଼ ଖବର । ଯେଉଁଠି ସେନାର ୪୦ ଜଣ ଯବାନଙ୍କ ବିରୋଧରେ ଏତଲା ରୁଜୁ କରିଛି ପୋଲିସ ।
ସେନାର କର୍ଣ୍ଣେଲ୍, ମେଜର, ନାୟବ ସୁବେଦାରଙ୍କ ନାଁ ଏତଲାରେ ଉଲ୍ଲେଖ ରହିଛି । ସେନା ଯବାନଙ୍କ ବିରୋଧର ଏଭଳି ଏତଲା ଜମ୍ମୁ-କାଶ୍ମୀରର କିସ୍ତୱାଡ଼ ଜିଲ୍ଲାର ଅଥୋଲି ଥାନାରେ ରୁଜୁ ହୋଇଛି ।
ଏଥିସହ ପଢ଼ନ୍ତୁ: ରାସନ କାର୍ଡଧାରୀଙ୍କ ପାଇଁ ଆସିଲା ବଡ଼ ଖବର; ବଦଳିବ ବଣ୍ଟନ ବ୍ୟବସ୍ଥା
ଏତଲାରେ ୧୭ ରାଷ୍ଟ୍ରୀୟ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ୍ ଏନ୍ ଅଋଣ ଗାନ୍ଧୀ, ମେଜର ବିକାଶ ଶର୍ମା, ନାୟବ ସୁବେଦାର ଶଙ୍କର ଗୁରଖେଙ୍କ ସମେତ ୩୦ରୁ ୪୦ ଅଜ୍ଞାତ ସୈନ୍ୟ କର୍ମଚାରୀଙ୍କ ନାଁ ରହିଛି ।
ଅଭିଯୋଗ ହେଉଛି, ସେନାର ଏହି ଯବାନ ମାନେ କୁଆଡ଼େ ଥାନାରେ ପଶି ଡେପୁଟି ଏସ୍ପି (DySP) ଓ ଥାନା ଅଧିକାରୀ (SHO)ଙ୍କ ସମେତ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇଛନ୍ତି ।
ଯାଞ୍ଚରେ ସହଯୋଗ କରିବ କହିଲା ସେନା
ଅଥୋଲି ଥାନାରେ ଜୋର ଜବରଦସ୍ତି ପଶିବା ସହ ଯବାନମାନେ ସରକାରୀ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ହତ୍ୟା ଉଦ୍ୟମ ଓ ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା ଆଦି ଧାରାରେ ମାମଲା ରୁଜୁ କରିଛି ପୋଲିସ । ସେନା ପକ୍ଷରୁ ପ୍ରତିକ୍ରିୟା ରଖି କୁହାଯାଇଛି, ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ମିଳିତ ତଦନ୍ତର ନିଷ୍କର୍ଷ ଆଧାରରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
SDPO, SHO ଆହତ
ଅଭିଯୋଗ ଅନୁସାରେ, ଯବାନଙ୍କ ଆକ୍ରମଣରେ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ଅଥୋଲିର SDPO ବିଜୟ କୁମାର ଭଗତ ଓ ଥାନା ଅଧିକାରୀ ଅମୃତ କଟୋଚ ଆହତ ହୋଇଥିବା କୁହାଯାଇଛି । ଏନେଇ ଥାନା ଅଧିକାରୀ ଏତଲା ଦେଇଛନ୍ତି ।
ଏତଲା ଅନୁସାରେ, ପଡ୍ଡରର ବ୍ଲକ୍ କାର୍ଯ୍ୟାଳୟରେ ଏକ ସରକାରୀ କାର୍ଯ୍ୟକ୍ରମରେ SHO ଥିଲେ । ସେହି ସମୟରେ ଥାନାରେ ମାରପିଟ୍ ଖବର ପାଇ ପହଞ୍ଚିଥିଲି । ପହଞ୍ଚିବା ମାତ୍ରେ ମେଜର ବିକାଶ ଶର୍ମା ଓ ଅନ୍ୟ ଯବାନ ଆକ୍ରମଣ କରିଥିଲେ । ପୋଲିସ ପୋଷାକ ଚିରି ଦେବା ସହ SDPOଙ୍କୁ ଆକ୍ରମଣ କରିଥିଲେ ।
ଏତଲା ଅନୁସାରେ, ଯବାନଙ୍କ ଆକ୍ରମଣରେ ଏକାଧିକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଲାଠି, ଲୁହାରଡ୍ ଓ ବନ୍ଧୁକ ନେଇ ଯବାନ ଆସିଥିଲେ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି ।
ଏଥିସହ ପଢ଼ନ୍ତୁ: ଥାନାରୁ ମାଙ୍କଡ଼ ଚୋରାଇନେଲେ ଲକ୍ଷ ଲକ୍ଷ ଟଙ୍କାର ସୁନା; ଆଉ ତାପରେ...
ଗାଡ଼ି ଜବତରୁ ବିବାଦ
ସୂଚନା ଅନୁସାରେ, କିସ୍ତୱାଡ଼ର ARTO ସେନାର ଏକ ଗାଡ଼ିକୁ ଜବତ କରିଥିଲେ । ପୋଲିସ କହିବା କଥା- ଗାଡ଼ି ଜବତ ପରେ ଯବାନ ଥାନାରେ ପହଞ୍ଚି ARTO ଓ ତାଙ୍କ PSOଙ୍କ ଉପରେ ଆକ୍ରମଣ କରିଥିଲେ । ଯାହା ପରେ ପୋଲିସ କର୍ମଚାରୀ ମଧ୍ୟ ଆହତ ହେବା ସହ ଥାନାର ମୁଖ୍ୟ ଗେଟ୍ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories