Videos
|
National

Modi Diwali with Jawans / ଯବାନଙ୍କ ସହ ଦୀପାବଳି ପାଳିଲେ PM ମୋଦି, କହିଲେ- ଯବାନ ହେଉଛନ୍ତି ମୋ ପରିବାର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଯବାନଙ୍କ ସହ ଦୀପାବଳି ପାଳିଲେ PM ମୋଦି, କହିଲେ- ଯବାନ ହେଉଛନ୍ତି ମୋ ପରିବାର
Modi Diwali with Jawans

Key Points

ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
କହିଲେ, `ସମସ୍ତ ଯବାନ ମୋର ପରିବାରର ସଦସ୍ୟ'
ବସ୍ତରରେ ମାଓ ଆତଙ୍କର ପରିସମାପ୍ତ ଘଟିଛି
ଛତିଶଗଡ଼ର ବସ୍ତରରେ ସୁରକ୍ଷାକର୍ମୀଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ଦେଶର ବୀର ଯବାନମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ପର୍ବ ପାଳନ କରିବା ତାଙ୍କ ପାଇଁ ସ୍ୱତନ୍ତ୍ର ବୋଲି କହିଛନ୍ତି । ମୋଦି କହିଛନ୍ତି, “ସମସ୍ତ ଯବାନ ମୋ ପରିବାରର ସଦସ୍ୟ ।”

ଏହି ଅବସରରେ ବସ୍ତରର ପରିବର୍ତ୍ତିତ ସ୍ଥିତିକୁ ନେଇ ମଧ୍ୟ ମତ ରଖିଥିଲେ ପ୍ରଧାନମନ୍ତ୍ରୀ । ଏକଦା ମାଓବାଦୀ ହିଂସାରେ ଅଶାନ୍ତ ରହୁଥିବା ବସ୍ତର ଆଜି ହିଂସାମୁକ୍ତ ହେବା ଦିଗରେ ଆଗେଇଛି । ଦୀର୍ଘ ୪୦ରୁ ୫୦ ବର୍ଷ ପରେ ବସ୍ତରରେ ଏଭଳି ଶାନ୍ତିର ପରିବେଶରେ ଦୀପାବଳି ପାଳନ ହେଉଥିବା ସେ କହିଛନ୍ତି ।
ମୋଦି କହିଥିଲେ ଯେ ନକ୍ସଲବାଦ ବିରୋଧରେ ଲଢ଼େଇ ଆଦୌ ସହଜ ନଥିଲା । ମାଓବାଦୀମାନେ ସାଧାରଣ ଲୋକଙ୍କ ମତଦାନ ଅଧିକାରକୁ ମଧ୍ୟ ଛଡ଼ାଇ ନେଇଥିଲେ । ୨୦୧୦ର ଦାନ୍ତେୱାଡ଼ା ନକ୍ସଲ ଆକ୍ରମଣକୁ ସ୍ମରଣ କରି ସେ କହିଥିଲେ, ସେହି ଆକ୍ରମଣରେ ୭୬ ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିଲେ । ଅନ୍ୟ ଏକ ଘଟଣାରେ ୪୪ ଜଣ ନିରୀହ ନାଗରିକ ପ୍ରାଣ ହରାଇଥିଲେ ।



ସେହିପରି କେବଳ ଛତିଶଗଡ଼ରେ ଏକ ହଜାରରୁ ଅଧିକ ସୁରକ୍ଷାକର୍ମୀ ସହିଦ ହୋଇଥିବା କହିଥିଲେ ପ୍ରଧାନମନ୍ତ୍ରୀ । ୨୦୦୪ରୁ ୨୦୧୩ ମଧ୍ୟରେ ନକ୍ସଲଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଯବାନ ସହିଦ ହେଉଥିଲେ ବୋଲି ସେ ଉଲ୍ଲେଖ କରିଥିଲେ । ପୂର୍ବ ସରକାରଙ୍କ ନୀତି ଯୋଗୁଁ ଦଶନ୍ଧି ଦଶନ୍ଧି ଧରି ଏହି ହିଂସା ଜାରି ରହିଥିଲା ବୋଲି ମୋଦି ଅଭିଯୋଗ କରିଥିଲେ। ବର୍ତ୍ତମାନର ଦୃଢ଼ ପଦକ୍ଷେପ ଯୋଗୁଁ ବସ୍ତର ନକ୍ସଲ ଆତଙ୍କରୁ ମୁକ୍ତ ହେବା ଦିଗରେ ସଫଳତା ପାଇଛି ବୋଲି ସେ କହିଥିଲେ ।

୨୦୧୪ରୁ ଯବାନଙ୍କ ସହ ଦୀପାବଳି ପାଳନ କରୁଛନ୍ତି ମୋଦି

ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦି ପ୍ରତିବର୍ଷ ଦେଶର ସଶସ୍ତ୍ର ବାହିନୀର ଯବାନଙ୍କ ସହ ଦୀପାବଳି ପାଳନ କରି ଏକ ସ୍ୱତନ୍ତ୍ର ପରମ୍ପରା ସୃଷ୍ଟି କରିଛନ୍ତି । ୨୦୧୪ରେ ସେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲେସିୟରରେ ଯବାନଙ୍କ ସହ ପ୍ରଥମ ଦୀପାବଳି ପାଳନ କରିଥିଲେ ।

ଏହାପରେ ୨୦୧୫ରେ ପଞ୍ଜାବ ସୀମା, ୨୦୧୬ରେ ହିମାଚଳ ପ୍ରଦେଶର ସୁମଡୋହ, ୨୦୧୭ରେ ଉତ୍ତର କାଶ୍ମୀରର ଗୁରେଜ ସେକ୍ଟର, ୨୦୧୮ରେ ଉତ୍ତରାଖଣ୍ଡର ହାର୍ସିଲ ଏବଂ ୨୦୧୯ରେ ଜମ୍ମୁ-କାଶ୍ମୀରର ରାଜୌରୀରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ।

ସେହିପରି ୨୦୨୦ରେ ରାଜସ୍ଥାନର ଲୋଙ୍ଗେୱାଲା, ୨୦୨୧ରେ ଜମ୍ମୁ-କାଶ୍ମୀରର ନୌଶେରା, ୨୦୨୨ରେ ଲାଦାଖର କାର୍ଗିଲ, ୨୦୨୩ରେ ହିମାଚଳ ପ୍ରଦେଶର ଲେପଚା ଏବଂ ୨୦୨୪ରେ ଗୁଜରାଟର ସିର୍ କ୍ରିକ୍‌ରେ ସେ ସୁରକ୍ଷାକର୍ମୀଙ୍କ ସହ ଆଲୋକର ପର୍ବ ପାଳନ କରିଥିଲେ ।

ଏହି ପରମ୍ପରାକୁ ଜାରି ରଖି ୨୦୨୫ରେ ଗୋଆ-କାରୱାର ଉପକୂଳରେ ଅବସ୍ଥିତ ଭାରତର ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତରେ ଯବାନଙ୍କ ସହ ଦୀପାବଳି ପାଳନ କରିଥିଲେ ପ୍ରଧାନମନ୍ତ୍ରୀ। ଦେଶର ସୁରକ୍ଷାରେ ନିୟୋଜିତ ଯବାନଙ୍କ ମନୋବଳ ବଢ଼ାଇବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାର ଏହି ପରମ୍ପରା ଜାରି ରହିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: