Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

National

ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

Ritu Das
Browse all articles by Ritu Das
·2 years ago·1 min read
ଇସ୍ତଫା ଦେଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ଅର୍ଗସ ବ୍ୟୁରୋ: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଇସ୍ତଫା ଦେଇପାରନ୍ତି । ସୋରନଙ୍କ ପତ୍ନି କଳ୍ପନା ସୋରେନ ହୋଇପାରନ୍ତି ନୂଆ ମୁଖ୍ୟମନ୍ତ୍ରୀ । ଜେଏମଏମର ତିନି ଥରର ବିଧାୟକ ଇସ୍ତଫା ଦେବା ପରେ ଦଳରେ କନ୍ଦଳ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ରାଞ୍ଚି ଜମି ଦୁର୍ନୀତି ମାମଲାରେ ହଜାର ହେବାକୁ ହେମନ୍ତ ସୋରେନଙ୍କୁ ଇଡି ସାତ ଥର ସମନ ଜାରି କରିଲାଣି । କିନ୍ତୁ ହେମନ୍ତ ସୋରେନ ହାଜର ହେଉ ନ ଥିବାରୁ ଦଳର ବିଧାୟକ ସର୍ଫରାଜ ଅହମ୍ମଦ ଇସ୍ତଫା ଦେଇଥିବା କୁହାଯାଉଛି । 

କିନ୍ତୁ ସର୍ଫରାଜ ଇସ୍ତଫା ଦେଇ କୌଣସି କାରଣ ଦର୍ଶାଇନାହାନ୍ତି। ଏହାରି ଭିତରେ ଝାଡଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ସୋଶିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଯେତେବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ, ତାଙ୍କ ସ୍ତ୍ରୀ ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ନୂଆ ବର୍ଷ ସୋରେନ ପରିବାର ପାଇଁ ଦୁଃଖଦାୟକ ହେବ। ତେବେ ଆଜି ରାଞ୍ଚି ଠାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହଯୋଗୀଙ୍କର ୧୨ଟି ସ୍ଥାନରେ ଇଡି ଚଢାଉ ଜାରି ରଖିଛି। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Jharkhand Chief Ministe | Argus News