Jio Hotstar Down / ଫେଲ ମାରିଲା Jio Hotstar : ଆପ୍ ଏବଂ ଷ୍ଟ୍ରିମିଂ ସମସ୍ୟା ନେଇ ୟୁଜର୍ସମାନଙ୍କ ବଡ଼ ଅଭିଯୋଗ

Key Points
ଜିଓ ହଟଷ୍ଟାର ଆପ୍ ଓ ୱେବସାଇଟ୍ରେ ବୁଧବାର ସନ୍ଧ୍ୟାରେ ହଠାତ୍ ଟେକ୍ନିକାଲ୍ ସମସ୍ୟା ହେବା ପରେ ଅନେକ ୟୁଜର୍ସ ନେଟ୍ରେ ଅଭିଯୋଗ କରିଛନ୍ତି ଯେ ସେମାନେ ଷ୍ଟ୍ରିମିଂ କରିପାରୁନାହାନ୍ତି କିମ୍ବା କୌଣସି ଆପ୍ ଖୋଲୁନାହିଁ।
ଜିଓ ହଟଷ୍ଟାର ଆପ୍ ଓ ୱେବସାଇଟ୍ରେ ବୁଧବାର ସନ୍ଧ୍ୟାରେ ହଠାତ୍ ଟେକ୍ନିକାଲ୍ ସମସ୍ୟା ହେବା ପରେ ଅନେକ ୟୁଜର୍ସ ନେଟ୍ରେ ଅଭିଯୋଗ କରିଛନ୍ତି ଯେ ସେମାନେ ଷ୍ଟ୍ରିମିଂ କରିପାରୁନାହାନ୍ତି କିମ୍ବା କୌଣସି ଆପ୍ ଖୋଲୁନାହିଁ। ଏହି ଅସୁବିଧା ବିଶେଷକରି ସନ୍ଧ୍ୟା ୭ଟା ପରେ ଦେଖାଦେଇଥିଲା। ଯେତେବେଳେ ଅନେକ ଦର୍ଶକ ଲାଇଭ୍ କ୍ରିକେଟ୍ ମ୍ୟାଚ୍ ଏବଂ ୱେବ୍ ସିରିଜ୍ ଦେଖୁଥିଲେ।
ଅଧିକ ପଢ଼ନ୍ତୁ : ଏଇଠି ମିଳୁଛି ସବୁଠୁ ଶସ୍ତାରେ ଫୋନ୍ ଜଲଦି ଯାଇ କିଣି ଆଣନ୍ତୁ
ଡାଉନଡିଟେକ୍ଟର୍ (DownDetector) ଭଳି ୱେବସାଇଟ୍ଗୁଡ଼ିକ ଅନୁସାରେ, ଭାରତର ବିଭିନ୍ନ ସହର ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ଏଭଳି ସମସ୍ୟା ଅଧିକ ହୋଇଥିବା ଅଭିଯୋଗ ହୋଇଛି। ଏବଂ ଏହି ଅସୁବିଧାକୁ ନେଇ ୟୁଜର୍ସମାନେ ରିପୋର୍ଟ କରିଛନ୍ତି।
📱 Get Argus News App
✨ଜଣେ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ, ଆପ୍ “ଲୋଡିଂ ସ୍କ୍ରିନ୍”ରେ ଅଟକିଯାଉଛି, ତ ଆଉ କାହା ପାଖରେ “ସର୍ଭର ଏରର୍” ଦେଖାଯାଉଛି। ଏହି ବିଷୟରେ ଜିଓ ଏବଂ ହଟଷ୍ଟାର ଅଧିକାରୀଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି। ସେମାନେ କହିଛନ୍ତି, “କିଛି ୟୁଜର୍ସଙ୍କ ପାଖରେ ଟେକ୍ନିକାଲ୍ ସମସ୍ୟା ଦେଖାଦେଇଛି। ଆମର ଟିମ୍ ଏହାକୁ ସ୍ବଳ୍ପ ସମୟ ମଧ୍ୟରେ ସମାଧାନ କରିବା ପାଇଁ କାମ କରୁଛି।
ଏହାସହ ପଢ଼ନ୍ତୁ: ଉପରମୁହାଁ ସୁନା ଦର, ଦିନକରେ ବଢ଼ିଲା ୩ ହଜାର
ଗ୍ରାହକଙ୍କ ଅସୁବିଧା ପାଇଁ ଆମେ ଦୁଃଖିତ। ପରେ ସେବା ଆସ୍ତେ ଆସ୍ତେ ସାଧାରଣ ହେବା ଆରମ୍ଭ ହୋଇଥିଲା। ପୁଣି ଥରେ ଏହି ଆପକୁ ଲଗଇନ କରନ୍ତୁ। ଆଉ ଠିକ ଭାବେ ସେବା ଜାରି ରହିବ। happy streaming.. ବୋଲି ଜିଓ ହଟଷ୍ଟାର ପକ୍ଷରୁ ଟ୍ବିଟ କରାଯାଇଛି। ୟୁଜର୍ସମାନେ ଆଶା କରୁଛନ୍ତି ଯେ ଏହି ପ୍ଲାଟଫର୍ମ ପୁଣି ଆଗ ଭଳି କାମ କରିବ ଓ ଭବିଷ୍ୟତରେ ଏପରି ସମସ୍ୟା ପୁଣି ଦେଖିବାକୁ ମିଳିବ ନାହିଁ ବୋଲି ଗ୍ରାହକ ମାନେ ଆଶା କରିଛନ୍ତି।
Related Topics
Explore more stories