Omar Abdullah Divorce / ଛାଡ଼ପତ୍ର ଦେଲେ ମୁଖ୍ୟମନ୍ତ୍ରୀ; ୧୭ ବର୍ଷ ପରେ ରାଜି ହୋଇଗଲେ ଉମର ଅବଦୁଲ୍ଲା-ପାୟଲ୍
·1 hour ago·2 min read

Key Points
ଉମର ଅବଦୁଲ୍ଲା ଓ ପାୟଲଙ୍କ ଭେଟ ଦିଲ୍ଲୀର ଓବରୟ୍ ହୋଟେଲେ ହୋଇଥିଲା । ଯାହା ପରେ ଦୁହେଁ ୧୯୯୪ରେ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଦୁଇ ପୁଅ ଜାହିର ଓ ଜମୀର୍ ଅଛନ୍ତି ।
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା, ତାଙ୍କ ପତ୍ନୀ ପାୟଲଙ୍କ ଠାରୁ ଅଲଗା ହୋଇଛନ୍ତି । ଉଭୟ ପକ୍ଷ ଆପୋସ ସହମତିରେ ତଲାକ୍ ଦେଇଛନ୍ତି । ଫଳରେ ୧୭ ବର୍ଷ ଧରି ଚାଲିଥିବା ତଲାକ୍ ଓ ପରସ୍ପର ବିରୋଧରେ ଅନ୍ୟ ମାମଲାର ଅନ୍ତ ଘଟିଛି । ଅଧିକାରୀକ ଭାବେ ପାୟଲଙ୍କୁ ତଲାକ୍ ଦେଇଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ।
ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଜଷ୍ଟିସ୍ ପି.ଏସ୍ ନରସିହ୍ମା ଓ ଜଷ୍ଟିସ୍ ଆଲୋକ ଅରାଧେ ମାମଲାର ଶୁଣାଣି କରୁଥିଲେ । ବରିଷ୍ଠ ଓକିଲ କପିଲ ସିବ୍ବଲ ଖଣ୍ଡପୀଠଙ୍କୁ ଅବଗତ କରାଇଛନ୍ତି ଯେ, ଦମ୍ପତି ସେମାନଙ୍କ ମଧ୍ୟରେ ବୁଝାମଣା କରି ସମସ୍ତ ମତଭେଦ ଦୂର କରିବା ସହ ତଲାକ୍ ନେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ…କୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
କପିଲ ସିବ୍ବଲ ସୁପ୍ରିମକୋର୍ଟରେ କହିଛନ୍ତି, "ଉଭୟ ସ୍ଵାଧୀନତାକୁ ବାଛିଛନ୍ତି । ଉଭୟ ପକ୍ଷ ସେମାନଙ୍କ ସହମତିରେ ବିବାହ ବିଚ୍ଛେଦ ପାଇଁ ସମ୍ବିଧାନର ଅନୁଛେଦ ୧୪୨ ବ୍ୟବହାର କରି ୨୨ ଜୁଲାଇରେ ଆବେଦନ କରିଥିଲେ ।" ଯାହା ଉପରେ ଜଷ୍ଟିସ ନରସିହ୍ମା କହିଛନ୍ତି, "କୋର୍ଟ ଏବେ ସର୍ତ୍ତ ଅନୁସାରେ ହିଁ ସଠିକ୍ ଆଦେଶ ଜାରି କରି ମାମଲାର ଅନ୍ତ କରିବେ ।"
୧୯୯୪ରେ ବିବାହ, ୨୦୧୧ରୁ ଅଲଗା
ଉମର ଅବଦୁଲ୍ଲା ଓ ପାୟଲଙ୍କ ଭେଟ ଦିଲ୍ଲୀର ଓବରୟ୍ ହୋଟେଲେ ହୋଇଥିଲା । ଯାହା ପରେ ଦୁହେଁ ୧୯୯୪ରେ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କର ଦୁଇ ପୁଅ ଜାହିର ଓ ଜମୀର୍ ଅଛନ୍ତି । ତେବେ ୨୦୦୯ରେ ଉଭୟ ଅଲଗା ଅଲଗା ରହିବା ଆରମ୍ଭ କରିଥିଲେ । ୨୦୧୧ରେ ଉମର ଅବଦୁଲ୍ଲା ସାର୍ବଜନୀନ ଭାବେ ତଲାକ୍ ଦେବା ନେଇ ଘୋଷଣା କରିଥିଲେ ।
ସର୍ବପ୍ରଥମେ କୋର୍ଟ ଉମର ଅବଦୁଲ୍ଲା ପରିବାର ଅଦାଲତରେ ତଲାକ୍ ଆବେଦନ କରିଥିଲେ । କିନ୍ତୁ ୨୦୧୬ରେ କୋର୍ଟ ଅଭିଯୋଗକୁ ଅସ୍ପଷ୍ଟ ଦର୍ଶାଇ ଆବେଦନ ଖାରଜ କରିଥିଲେ । ଯାହାପରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ ଉମର ଅବଦୁଲ୍ଲା । ୨୦୨୩ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପରିବାର ଅଦାଲତର ରାୟକୁ କାଏମ ରଖି ପାୟଲଙ୍କୁ ମାସିକ ଦେଢ଼ ଲକ୍ଷ ଟଙ୍କା ଭରଣପୋଷଣ ପାଇଁ ଓ ୨ ପୁଅର ପଢ଼ା ପାଇଁ ମାସିକ ୬୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏଥିସହ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କର ବଡ଼ ନିଷ୍ପତ୍ତି: ପିଏମ୍ କିଷାନ ଯୋଜନା ଅବଧି ଆଉ ୫ ବର୍ଷ ବୃଦ୍ଧି
ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉମର ଅବଦୁଲ୍ଲା ସୁପ୍ରିମକୋର୍ଟ ଯାଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟସ୍ଥତା ମାଧ୍ୟମରେ ମାମଲା ତୁଟାଇବାକୁ ପଠାଇଥିଲେ । ଆଉ ଏବେ ଉଭୟ ଆଇନ୍ ଗତ ଲଢ଼େଇର ଅନ୍ତ ଘଟାଇ ଆପୋସ ବୁଝାମଣା ମାଧ୍ଯମରେ ସମ୍ମାନଜନକ ଭାବେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories