JK Police SPO Missing Case / ସର୍ଭିସ ରାଇଫଲ୍ ସହ ଜାମୁ କାଶ୍ମୀର ପୋଲିସ ଏସପିଓ ନିଖୋଜ; ଜାରି ରହିଛି ଖୋଜାଖୋଜି
·1 hour ago·3 min read

Key Points
ବଶିର ଅହମ୍ମଦଙ୍କ ସ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସେ ନିର୍ଦ୍ଧାରିତ ସମୟରେ ଘରକୁ ଫେରି ନଥିଲେ, ସେ ଭୟଭୀତ ହୋଇ ପୋଲିସ ପୋଷ୍ଟ ଠାରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କୁହାଗଲା ଯେ ବଶିର ସେହି ସକାଳେ ଘରକୁ ଚାଲିଯାଇଛନ୍ତି। ତା'ପରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ଏବଂ ଖୋଜାଖୋଜି ଆରମ୍ଭ ହୋଇଥିଲା।
ଜାମୁ କାଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ତାଙ୍କ ସର୍ଭିସ୍ ରାଇଫଲ୍ ସହିତ ହଠାତ୍ ନିଖୋଜ ହୋଇ ଯାଇଛନ୍ତି। ଏହି ଖବର ମିଳିବ ପରେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଉଛି। ୫୫ ବର୍ଷୀୟ ବଶିର ଅହମ୍ମଦ ବୁଧବାର (୧୪ ଅକ୍ଟୋବର) ସକାଳେ ପୋଲିସ ପୋଷ୍ଟ ଛାଡି ଘର ଅଭିମୁଖେ ବାହାରିଥିଲେ। ହେଲେ ସେ ଘରେ ପହଞ୍ଚି ନଥିଲେ। ତାଙ୍କ ପାଖରେ ଥିବା ଏସଏଲଆର ରାଇଫଲ୍ ମଧ୍ୟ ତାଙ୍କ ସହ ନିଖୋଜ ହୋଇଯାଇଛି। ଏସପିଓ ବଶିର ଅହମ୍ମଦ ନିଖୋଜ ହୋଇଯିବା ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ଏକ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଯାଇଛି।
କିସ୍ତୱାଡ଼ ଜିଲ୍ଲାର ତ୍ରେହଗାମ ଅଞ୍ଚଳର ବାସିନ୍ଦା ବଶିର ଅହମ୍ମଦ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଭାବରେ ଜାମୁ କାଶ୍ମୀର ପୋଲିସ ବିଭାଗରେ କାର୍ଯ୍ୟରତ। ଅଧିକାରୀଙ୍କ କହିବା ଅନୁଯାୟୀ ସେ ସକାଳ ପ୍ରାୟ ସାତଟା (07:00 AM) ସମୟରେ ଘରକୁ ଯିବା ପାଇଁ ତାଙ୍କ ଡ୍ୟୁଟି ପୋଷ୍ଟ ଛାଡିଥିଲେ। ହେଲେ ବହୁତ ସମୟ ପରେ ସେ ତାଙ୍କ ଘରକୁ ନ ଫେରିବା ପରେ ତାଙ୍କ ପରିବାର ଲୋକ ଚିନ୍ତିତ ହୋଇପଡ଼ିଲେ। ପରିବାର ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ଫୋନ୍ ଲାଗି ନଥିଲା।
କ'ଣ କହୁଛନ୍ତି ପରିବାର ଲୋକ?
ଏନେଇ ପ୍ରତିକ୍ରିୟା ରଖି ବଶିର ଅହମ୍ମଦଙ୍କ ସ୍ତ୍ରୀ କହିଛନ୍ତି ଯେ ଯେତେବେଳେ ସେ ନିର୍ଦ୍ଧାରିତ ସମୟରେ ଘରକୁ ଫେରି ନଥିଲେ, ସେ ଭୟଭୀତ ହୋଇ ପୋଲିସ ପୋଷ୍ଟ ପାଖରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ କୁହାଯାଇଥିଲା ଯେ ବଶୀର ସକାଳେ ଘରକୁ ଚାଲିଯାଇଛନ୍ତି। ଏହା ପରିବାର ଲୋକେ ଥାନାରେ ଏ ସମ୍ପର୍କରେ ଜଣାଇଥିଲେ। ଏହା ପରେ ତାଙ୍କୁ ଖୋଜି ବାହାର କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା।
ଏହି ଖବର ପାଇବା ପରେ, ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ସତର୍କ କରାଯାଇଥିଲା। ଅନେକ ପୋଲିସ ଟିମ୍ ସମ୍ଭାବ୍ୟ ରାସ୍ତା, ଜଙ୍ଗଲ ଏବଂ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ କରୁଛନ୍ତି। ନିଖୋଜ ଏସପିଓ ତାଙ୍କ ସର୍ଭିସ୍ ରାଇଫଲ୍ ଏସ୍ଏଲ୍ଆର ସହିତ ନିଖୋଜ ହୋଇ ଯାଇଥିବାରୁ ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସ ପକ୍ଷରୁ ହେଉଥିବା ତଦନ୍ତରେ ଦୁର୍ଘଟଣାର ସମ୍ଭାବନା ମଧ୍ୟ ଅନ୍ତର୍ଭୂକ୍ତ ରହିଛି। ସୂତ୍ର ଅନୁଯାୟୀ, ପୋଲିସ ତଦନ୍ତ ସମୟରେ ସମସ୍ତ ସମ୍ଭାବ୍ୟ ଦିଗକୁ ବିଚାର କରୁଛି। ଅଧିକାରୀମାନେ କହିଛନ୍ତି ଯେ ଆଜି ସକାଳେ କିସ୍ତୱାରରେ ପ୍ରବଳ ବର୍ଷା ହେଉଥିଲା, ତେଣୁ ବଶୀର ଅହମଦ ଖସିପଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କି ନାହିଁ ତାହା ମଧ୍ୟ ତଦନ୍ତର ବିଷୟ। ପୋଲିସ ଅଞ୍ଚଳର କଷ୍ଟକର ପାର୍ବତ୍ୟମୟ ରାସ୍ତା ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ମଧ୍ୟ ଖୋଜୁଛି।
ଏହା ସହ ପଢନ୍ତୁ: ପେନସନ୍ ବଢାଇବା ପାଇଁ ଦାବି ଜଣାଇଥିଲା ପାକିସ୍ତାନୀ ସମର୍ଥକ ହୁରିୟତ ନେତା ସୁମଜୀ; ଲେଖିସାରିଛି ୩ ଚିଠି
ଦୁର୍ଘଟଣା ସମ୍ଭାବନା ବିଷୟରେ କରାଯାଉଛି ଯାଞ୍ଚ
ପୋଲିସ ତଦନ୍ତ ସମୟରେ ସମସ୍ତ ସମ୍ଭାବ୍ୟ ଦିଗକୁ ବିଚାର କରୁଛି। ଅଧିକାରୀ କହିଛନ୍ତି ଯେ ଗୁରୁବାର ସକାଳେ କିସ୍ତୱାଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେଉଥିଲା। ବର୍ଷା ଯୋଗୁଁ ଏସପିଓ ବଶୀର ଅହମଦ ଖସିପଡ଼ି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ ନା ନାହିଁ ତାହା ମଧ୍ୟ ତଦନ୍ତର ବିଷୟ। ପୋଲିସ ସେହି ଅଞ୍ଚଳର କଷ୍ଟକର ପାର୍ବତ୍ୟମୟ ରାସ୍ତା ଏବଂ ସମ୍ବେଦନଶୀଳ ସ୍ଥାନରେ ମଧ୍ୟ ଖୋଜାଖୋଜି କରୁଛି। ତଦନ୍ତକାରୀ ସଂସ୍ଥା ଅନ୍ୟାନ୍ୟ ସମ୍ଭାବନା ଉପରେ ବିଚାର କରୁଛନ୍ତି। ଏଥିରେ ସେ ସ୍ୱେଚ୍ଛାକୃତ ଭାବରେ ତାଙ୍କ ସର୍ଭିସ୍ ରାଇଫଲ୍ ସହିତ ଚାଲିଯାଇଥିବେ କିମ୍ବା କୌଣସି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଅପହରଣ କରାଯାଇଥିବାର ସମ୍ଭାବନା ଅନ୍ତର୍ଭୂକ୍ତ ରହିଛି। ହେଲେ ତଥାପି କୌଣସି ସମ୍ଭାବନାକୁ ସରକାରୀ ଭାବରେ ନିଶ୍ଚିତ କରାଯାଇନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅତୀତରେ, ଜାମୁ କାଶ୍ମୀର ଠାରେ ଏପରି ଘଟଣା ଘଟିସାରିଛି। ଯେଉଁଠାରେ ସୁରକ୍ଷା କର୍ମୀ ସେମାନଙ୍କର ସର୍ଭିସ୍ ରାଇଫଲ୍ ସହିତ ସେମାନଙ୍କ ଡ୍ୟୁଟି ଛାଡ଼ି ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଛନ୍ତି। ଏହି କାରଣରୁ ପୋଲିସ ଏହି ମାମଲାକୁ ଅତ୍ୟନ୍ତ ସତର୍କତା ଏବଂ ଗମ୍ଭୀରତାର ସହିତ ତଦନ୍ତ କରୁଛି। ବର୍ତ୍ତମାନ ବଶିର ଅହମଦ ଏବଂ ତାଙ୍କ ସର୍ଭିସ୍ ରାଇଫଲ ସମ୍ପର୍କରେ କୌଣସି ଖୋଜ ଖବର ମିଳିନାହିଁ। ପୋଲିସ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ। ସନ୍ଧାନ ଜାରି ରହିଛି। ପରିବାର ତାଙ୍କ ସୁରକ୍ଷିତ ଫେରିବାକୁ ଅପେକ୍ଷା କରିଛନ୍ତି।

Related Topics
Explore more stories