Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଏକକ ନିର୍ବାଚନ ଉପରେ ବିଜେପିର ଗୁରୁତ୍ବ

Jitendra Dash
Browse all articles by Jitendra Dash
·2 years ago·1 min read
ଏକକ ନିର୍ବାଚନ ଉପରେ ବିଜେପିର ଗୁରୁତ୍ବ

ଅର୍ଗସ ବ୍ୟୁରୋ : ଏକକ ନିର୍ବାଚନ ଉପରେ ବିଜେପିର ଗୁରୁତ୍ବ । ପୂର୍ବତନ ରାଷ୍ଟ୍ରପତି ତଥା ଏକକ ନିର୍ବାଚନ କମିଟି ଚେୟାରମ୍ୟାନ୍ ରାମନାଥ କୋବିନ୍ଦଙ୍କୁ ଭେଟିଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନେତୃତ୍ବରେ ବିଜେପି ପ୍ରତିନିଧି ଦଳ । ଦେଶରେ ଏକକ ନିର୍ବାଚନ କରିବା ନେଇ ଦାବି ଉପସ୍ଥାପିତ କରିଛି ଟିମ୍ । ଏହି ଟିମ୍‌ କମିଟି ଅଧ୍ୟକ୍ଷଙ୍କୁ କହିଛନ୍ତି, ଦେଶରେ ବାରମ୍ବାର ନିର୍ବାଚନ ଦ୍ବାରା ଅନେକ ବିକାଶ କାମ ଅଟକି ଯାଉଛି । 

ବର୍ଷ ସାରା ଦେଶରେ ନିର୍ବାଚନ ଲାଗି କେଉଁଠି ନା କେଉଁଠି ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥାଏ। ଲୋକଙ୍କ ବିକାଶ ପାଇଁ ହେଉଥିବା କାମରେ ଏହାଦ୍ବାରା ଅନେକ ବାଧା ଉପୁଜୁଛି । ଲୋକଙ୍କ ଉନ୍ନତି ଓ ଆର୍ଥିକ ବୋଝ ବି ଏହା ଦ୍ବାରା ସୃଷ୍ଟି ହୋଇଥାଏ । ଖାଲି ଏତିକି ନୁହେଁ, ଆର୍ଥିକ ଦୁର୍ନୀତି ବି ଏହାଫଳରେ ବଢ଼ିଥାଏ ବୋଲି ଟିମ୍ କହିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିଭଳି ସୁରକ୍ଷାକର୍ମୀମାନେ ସୀମାର ସୁରକ୍ଷା ଛାଡ଼ି ଦେଶର ନିର୍ବାଚନ କାମରେ ଲାଗିଥାନ୍ତି । ଶିକ୍ଷକଙ୍କଠୁ ସ୍ବାସ୍ଥ୍ୟକର୍ମୀ ବି ଏଥିରେ ନିୟୋଜିତ ହୋଇ ନିଜ ମୂଳ କାମ କରିପାରନ୍ତିନି । ତେଣୁ ଆଇନ ଓ ନିୟମରେ ପରିବର୍ତ୍ତନ କରାଯାଉ ବୋଲି ନଡ୍ଡା ଦାବି କରିଛନ୍ତି ।

Sponsored
JP Nadda meets Ram Nath Kovind, suggests implementing 'One Nation One Election' | Argus News