Videos
|
National

Paper Leak Controversy / ପେପର ଲିକ୍ ପ୍ରସଙ୍ଗ: ଛାତ୍ର ସ୍ୱାର୍ଥ ନୁହେଁ, ରାଜନୈତିକ ଲାଭ ଉଠାଉଛନ୍ତି ରାହୁଲ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·1 min read
ପେପର ଲିକ୍ ପ୍ରସଙ୍ଗ: ଛାତ୍ର ସ୍ୱାର୍ଥ ନୁହେଁ, ରାଜନୈତିକ ଲାଭ ଉଠାଉଛନ୍ତି ରାହୁଲ
JP Nadda

Key Points

ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ
ଏହି ପ୍ରସଙ୍ଗରୁ ରାଜନୈତିକ ଲାଭ ଉଠାଇବା ଅନୁଚତ୍
ରାହୁଲ ଗାନ୍ଧୀ କରିଥିବା ପ୍ରସ୍ତୁତିକରଣର ଯାଞ୍ଚ ହେବା ଉଚିତ୍
ଛାତ୍ରଛାତ୍ରୀଙ୍କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ । ଏହି ପ୍ରସଙ୍ଗରୁ ରାଜନୈତିକ ଲାଭ ଉଠାଇବା ଅନୁଚତ୍ । ରାହୁଲ ଗାନ୍ଧୀ କରିଥିବା ପ୍ରସ୍ତୁତିକରଣର ଯାଞ୍ଚ ହେବା ଉଚିତ୍ ବୋଲି ପ୍ରେସମିଟ କରି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । କଂଗ୍ରେସ ଓ ଇଣ୍ଡି ମେଣ୍ଟର ସହଯୋଗୀ ସରକାରରେ ଥିବା ଏକାଧିକ ରାଜ୍ୟରେ ହୋଇଥିବା ପ୍ରଶ୍ନପତ୍ର ଲିକର ସେ ଏକ ତାଲିକା ଗଣମାଧ୍ୟମ ଆଗରେ ରଖିଛନ୍ତି । ଆଉ ପ୍ରଶ୍ନ କରିଛନ୍ତି ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଏତେ ସିଲେକ୍ଟିଭ କାହିଁକି ।

ରାହୁଲ ଗାନ୍ଧୀ ଇଣ୍ଡି ମେଣ୍ଟ ସରକାର ଥିବା ରାଜ୍ୟଗୁଡ଼ିକ ସମ୍ପର୍କରେ କାହିଁକି ଚୁପ୍ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଛାତ୍ରଛାତ୍ରୀଙ୍କ ହିତ ଆପଣଙ୍କ ଉଦ୍ଦେଶ୍ୟ ନୁହେଁ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁ କିମ୍ବା ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳୁ ବୋଲି ଆପଣ ଚାହୁଁନାହାନ୍ତି । ଛାତ୍ରଛାତ୍ରୀଙ୍କ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ରାଜନୀତିର ରୁଟି ସେକିବାକୁ ଚାହୁଛନ୍ତି । ଆମେ ଚାହୁଁଛୁ ସଂସଦରେ ଏହି ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହେଉ । ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଓ ସରକାର ଏଥିରେ କ'ଣ ପଦକ୍ଷେପ ନେଇଛନ୍ତି ଜଣାପଡ଼ିବ ।

ସେହିପରି ସେ ଆହୁରି କହିଛନ୍ତି, ୧୨ ଘଣ୍ଟା କିମ୍ବା ୧୮ ଘଣ୍ଟା କେତେ ସମୟ ଆପଣ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି ସ୍ପଷ୍ଟ କରନ୍ତୁ । ବିରୋଧୀ ଏହି ପ୍ରସଙ୍ଗରେ ଆଲୋଚନା କଲାବେଳେ ଗୋଲପୋଷ୍ଟ ନ ବଦଳାନ୍ତୁ । ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ ତେଣୁ ଏବଂ ଦେଶର ଭବିଷ୍ୟତର ଚିନ୍ତା କରିବା ଆମ ଦାୟିତ୍ବ । ସରକାରଙ୍କ ସହ ବିରୋଧୀଙ୍କର ମଧ୍ୟ ଏହା ଦାୟିତ୍ବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored