Videos
|
National

JP Nadda Slams / ବିରୋଧୀଙ୍କ ପ୍ରଦର୍ଶନକୁ ନେଇ ବର୍ଷିଲେ ଜେପି ନଡ୍ଡା, କହିଲେ ଏହା ଅରାଜକତା ସୃଷ୍ଟି କରିବାର ଷଡ଼ଯନ୍ତ୍ର

Bikash Mohanty
Browse all articles by Bikash Mohanty
·38 mins ago·2 min read
ବିରୋଧୀଙ୍କ ପ୍ରଦର୍ଶନକୁ ନେଇ ବର୍ଷିଲେ ଜେପି ନଡ୍ଡା, କହିଲେ ଏହା ଅରାଜକତା ସୃଷ୍ଟି କରିବାର ଷଡ଼ଯନ୍ତ୍ର
JP Nadda

Key Points

ବିରୋଧିଙ୍କ ପ୍ରଦର୍ଶନକୁ ନେଇ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଜେପି  ନଡ୍ଠା
କହିଲେ ଏହା ଅରାଜକତା ସୃଷ୍ଟିର ଏକ ଷଡ଼ଯନ୍ତ୍ର
ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧିଙ୍କ ରାଲି

ନୂଆଦିଲ୍ଲୀ,୦୧/୧୧: ଦିଲ୍ଲୀର ରାମଲୀଳା ମୈଦାନରେ ବିରୋଧିଙ୍କ ରାଲିକୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଠା।  ରାମଲୀଳା ମୈଦାନରେ ଯାହା ଚାଲିଛି, ତାହା ଗଣତନ୍ତ୍ରର ସମ୍ମାନ ନୁହେଁ, ବରଂ ଗଣତନ୍ତ୍ର ନାଁରେ ଦେଶକୁ ଅରାଜକତା ଭିତରକୁ ଠେଲିଦେବାର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ନଡ୍ଠା ଅଭିଯୋଗ କରିଛନ୍ତି।  ଜନତାଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାଖ୍ୟାତ ନେତାମାନେ ଏଭଳି ପ୍ରଦର୍ଶନ ଜରିଆରେ ରାଜନୈତିକ ନାଟକ କରୁଛନ୍ତି। ତେବେ ଜନସାଧାରଣ ଏହି ରାଜନୈତିକ ଚାଲ୍‌କୁ ଭଲ ଭାବେ ବୁଝିଛନ୍ତି ବୋଲି ନଡ୍ଡା  କହିଛନ୍ତି।

ରାହୁଲଙ୍କ କାର୍ଯ୍ୟକ୍ରମ ପଛରେ ୪ଟି ଉଦ୍ଦେଶ୍ୟ ଥିବା ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଠା ଅଭିଯୋଗ କରିଛନ୍ତି ଯେ, ନଭେମ୍ବର ୧ରେ ରାହୁଲ ଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମ ପଛରେ ୪ଟି ଉଦ୍ଦେଶ୍ୟ ରହିଛି।

୧. ଶିଖ୍‌ ସମ୍ପ୍ରଦାୟର ଲୋକଙ୍କ ପୁରୁଣା କ୍ଷତକୁ ପୁଣି ତାଜା କରିବା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨. ଦିଲ୍ଲୀରେ ଦଙ୍ଗା ଓ ଅରାଜକତା ସୃଷ୍ଟି କରି ଜନତାଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିବା।

୩. ପାର୍ବଣ ଋତୁରେ ଦିଲ୍ଲୀର ଦୋକାନୀ ଓ ବ୍ୟବସାୟୀଙ୍କ ରୋଜଗାରକୁ କ୍ଷତି ପହଞ୍ଚାଇବା।

୪. ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବିକୁ ଖରାପ କରିବା

ପଢନ୍ତୁ ଏହି ଖବର: ଉତ୍ତର ପ୍ରଦେଶରେ ତୃତୀୟ ଥର ପାଇଁ ଫୁଟିବ ପଦ୍ମ, ୩୦ ବର୍ଷ ପର୍ଯ୍ୟନ୍ତ ସରକାରରେ ରହିବ ବିଜେପି

'ଭାରତ କୌଣସି ବନାନା ରିପବ୍ଲିକ୍ ନୁହେଁ'

ରାହୁଲ ଗାନ୍ଧୀଙ୍କୁ ଚେତାବନୀ ଦେଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଠା କହିଛନ୍ତି ଯେ, ଭାରତ କୌଣସି ବନାନା ରିପବ୍ଲିକ୍ ନୁହେଁ, ଯେଉଁଠାରେ ଯେତେବେଳେ ଇଚ୍ଛା ଦଙ୍ଗା ଓ ପୋଡ଼ାଜଳା କରାଇ ସରକାର ପରିବର୍ତ୍ତନର ଏଜେଣ୍ଡା ଚଳାଇହେବ। ଏଭଳି ସ୍ୱପ୍ନ ଦେଖିବା ବନ୍ଦ କରିବାକୁ ସେ ରାହୁଲଙ୍କୁ କହିଛନ୍ତି। ଭାରତ ବିଶ୍ୱର ସବୁଠାରୁ ପୁରୁଣା ଓ ଶକ୍ତିଶାଳୀ ଗଣତନ୍ତ୍ର ବୋଲି ସେ ମତ ରଖିଛନ୍ତି।

୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାକୁ ମନେ ପକାଇଲେ

ଏହି ଅବସରରେ ୧୯୮୪ ମସିହାର ଶିଖ୍‌ ବିରୋଧୀ ଦଙ୍ଗା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଠା। ନଭେମ୍ବର ୧ ତାରିଖକୁ ଭାରତର ଗଣତାନ୍ତ୍ରିକ ଇତିହାସର ଏକ କଳା ଦିନ ବୋଲି ଅଭିହିତ କରି ସେ କହିଛନ୍ତି, ସେହି ଦିନ କଂଗ୍ରେସ ପାଳିଥିବା ଗୁଣ୍ଡାମାନେ ଶିଖ୍‌ ସମ୍ପ୍ରଦାୟର ଲୋକଙ୍କ ହତ୍ୟାକାଣ୍ଡ ଘଟାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।  ହଜାର ହଜାର ପରିବାର ବାସହରା ହୋଇଥିଲେ ଏବଂ ଅନେକ ମହିଳା ସ୍ୱାମୀଙ୍କୁ ହରାଇ ବିଧବା ହୋଇଥିଲେ। ଦେଶ ଏହି ଘଟଣାକୁ ଭୁଲିନାହିଁ ବୋଲି  କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଠା କହିଛନ୍ତି।