ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନିର୍ବାଚନ ପ୍ରଭାରୀଙ୍କ ସହ ଆଲୋଚନା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀରେ ବିଜେପିର ବଡ଼ ରଣନୀତି । ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ନିର୍ବାଚନ ପ୍ରଭାରୀଙ୍କ ସହ ଆଲୋଚନା କରୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ବିଜେପି ଆଗାମୀ ସାଧାରଣ ନିର୍ବାଚନ ପ୍ରସ୍ତୁତି ପାଇଁ ଏହି ବୈଠକ ହେଉଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ନିର୍ବାଚନ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ରାଜ୍ୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚାଲିଛି ଆଲୋଚନା ।
ଅଧିକ ପଢନ୍ତୁ ଭାରତ ଖବର
ବିଭିନ୍ନ ରାଜ୍ୟର ଲୋକସଭା ଆସନ ପାଇଁ ମିଳିଥିବା ବିଭିନ୍ନ ସଂସ୍ଥାର ସର୍ଭେ ରିପୋର୍ଟ, ରାଜ୍ୟ ପ୍ରଭାରୀଙ୍କ ସର୍ଭେ ରିପୋର୍ଟ ଓ ସହ ପ୍ରଭାରୀଙ୍କ ସର୍ଭେ ରିପୋର୍ଟ ଉପରେ ଆଲୋଚନା । ନିର୍ବାଚନ ଆଉ କମ୍ ଦିନ ଥିବାରୁ ବିଭିନ୍ନ ଲୋକସଭା ଆସନରେ କିଭଳି ସାଙ୍ଗଠନିକ ମଜଭୁତ ହେବ ସେନେଇ ଆଲୋଚନା ହେଉଛି । ବୈଠକରେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ଯୋଗଦେଇଛନ୍ତି । ଏହାପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସ ଭବନରେ ଏକ ବୈଠକ ବସିଥିଲା ।