Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଚୀନ ସୀମାରୁ ଯାତ୍ରୀ ନେବେ କେବଳ ୨୦ କେଜି ଲଗେଜ; ଡାକ୍ତରଙ୍କ ଉପରେ ରହିଛି ନଜର

National

Kailash Mansarovar Yatra 2026 / ଚୀନ ସୀମାରୁ ଯାତ୍ରୀ ନେବେ କେବଳ ୨୦ କେଜି ଲଗେଜ; ଡାକ୍ତରଙ୍କ ଉପରେ ରହିଛି ନଜର

Subhramjit Ray
Browse all articles by Subhramjit Ray
·1 hour ago·2 min read
ଚୀନ ସୀମାରୁ ଯାତ୍ରୀ ନେବେ କେବଳ ୨୦ କେଜି ଲଗେଜ; ଡାକ୍ତରଙ୍କ ଉପରେ ରହିଛି ନଜର
Kailash Mansarovar Yatra 2026

Key Points

କୈଳାସ ମାନସରୋବର ଯାତ୍ରା ୨୦୨୬ ପାଇଁ ବୈଦେଶିକ ମନ୍ତ୍ରଣାଳୟ ନୂତନ ନିୟମ ଜାରି କରିଛି। ପ୍ରଥମ ବ୍ୟାଚ୍ ଜୁନ୍ ୩୦ ତାରିଖରେ ପ୍ରସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି।
Kailash Mansarovar Yatra 2026 Rules and Regulations: ଚଳିତ ବର୍ଷ କୈଳାସ ମାନସରୋବର ଯାତ୍ରାରେ ସାମିଲ ହେଉଥିବା
ତୀର୍ଥଯାତ୍ରୀଙ୍କ ଲାଗି ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଏଥର ତୀର୍ଥଯାତ୍ରୀଙ୍କୁ ଚୀନ ସୀମାରେ ପ୍ରବେଶ, ସେମାନଙ୍କ ଲଗେଜ ଓଜନ ଏବଂ ଚିକିତ୍ସା ଫିଟନେସ୍ ସମ୍ପର୍କରେ କଠୋର ନିୟମ ପାଳନ କରିବାକୁ ହେବ।

ଚୀନ ସୀମାରୁ କେବଳ ୨୦ କିଲୋଗ୍ରାମ ଲଗେଜ ନେବେ ଯାତ୍ରୀ
ଚୀନ୍ ଅଧିକୃତ ତିବ୍ଦତ ସୀମାରୁ ପ୍ରତ୍ୟେକ ତୀର୍ଥଯାତ୍ରୀଙ୍କୁ ଏବେ କେବଳ ୨୦ କିଲୋଗ୍ରାମ ଅତ୍ୟାବଶ୍ୟକୀୟ ସାମଗ୍ରୀ ନେବାକୁ ଅନୁମତି ଦିଆଯିବ। କୁମାଉଁ ମଣ୍ଡଳ ବିକାଶ ନିଗମ (KMVN) ଅନୁଯାୟୀ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରତ୍ୟେକ ଗୋଷ୍ଠୀକୁ କେବଳ ୫ କିଲୋଗ୍ରାମ ଅତିରିକ୍ତ ଓଜନ ବହନ କରିବାକୁ ଅନୁମତି ଦେଇଛି। ଧ୍ୟାନ ଦିଅନ୍ତୁ ଯେ ତିବ୍ଦତରେ ଭାରତୀୟ ଖାଦ୍ୟ ଉପଲବ୍ଧ ନାହିଁ। ଏହାକୁ ନଜରରେ ରଖି ଗାଜିଆବାଦର ଏକ କମିଟି ତୀର୍ଥଯାତ୍ରୀଙ୍କୁ ଡାଲି, ଚାଉଳ, ମସଲା ଭଳି ଶୁଖିଲା ରାସନ୍ ପ୍ରଦାନ କରୁଛି। ଯାହାକୁ ସେହିସ ୨୦ କିଲୋଗ୍ରାମ ବ୍ୟାଗ ଭିତରେ ରଖିବାକୁ ହେବ।

ଏହା ସହ ପଢନ୍ତୁ: ନାଥୁଲାରୁ କୈଳାସ ମାନସରୋବର ଯାତ୍ରା; ତିବ୍ଦତରେ ପହଞ୍ଚିଲା ପ୍ରଥମ ତୀର୍ଥଯାତ୍ରୀ ଦଳ

ଯଦି ଡାକ୍ତର କୌଣସି ତୀର୍ଥଯାତ୍ରୀଙ୍କୁ ଅଟକାନ୍ତି, ତାହେଲେ ସେଠାରେ ଶେଷ ହେବ ଯାତ୍ରା

କେବଳ ଏତିକି ନୁହେଁ, ପ୍ରତ୍ୟେକ ତୀର୍ଥଯାତ୍ରୀ ଦଳ ସହିତ ଏକ ୫ ଜଣିଆ ସେବା ଦଳ ରହିବ। ଯେଉଁଥିରେ ଜଣେ ଡାକ୍ତର ଏବଂ ୪ ଜଣ ରୋଷେୟା ରହିବେ। ଏଥର ସବୁଠାରୁ କଠୋର ନିୟମ ହେଉଛି ଯଦି ଡାକ୍ତର, କୌଣସି ତୀର୍ଥଯାତ୍ରୀଙ୍କୁ ସ୍ୱାସ୍ଥ୍ୟ କିମ୍ବା ଅନ୍ୟ କୌଣସି କାରଣରୁ ଅନୁପଯୁକ୍ତ ବୋଲି ମନେ କରନ୍ତି, ତାହେଲେ ସମଗ୍ର ଦଳକୁ ସେହି ସ୍ଥାନରୁ ଫେରିବାକୁ ହେବ।

ମେଡିକାଲ କିଟ୍ ପାଇଁ ମିଳିବ ରିଲିଫ୍
ପାହାଡ଼ିଆ ଦୁର୍ଗମ ରାସ୍ତାରେ ଚିକିତ୍ସା ଜନିତ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିବା ପାଇଁ, ତୀର୍ଥଯାତ୍ରୀଙ୍କୁ ବିଭିନ୍ନ ଧରଣର ୨୦ ପ୍ରକାରର ରୋଗ ପାଇଁ ଔଷଧ ବହନ କରିବାକୁ ଅନୁମତି ଦିଆଯାଇଛି।

ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା
ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତା ୩୦ ତାରିଖର ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରୁ ବାହାରି ଜୁଲାଇ ୫ ତାରିଖରେ ଧାରଚୁଲା ବେସ୍ କ୍ୟାମ୍ପ ଠାରେ ପହଞ୍ଚିବ। ତୀର୍ଥଯାତ୍ରୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା ପର୍ଯ୍ୟାପ୍ତ ରହିଛି ନାଁ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ଦଳ ଗୁରୁବାର (ଜୁନ୍ ୨୫) ପିଥୋରାଗଡ଼ ଠାରେ ପହଞ୍ଚିବ। ଏହି ଦଳ ଲିପୁଲେଖ ଘାଟି ଯାତ୍ରା କରିବା ସହ ଭାରତୀୟ ସୀମାରେ କରାଯାଇଥିବା ସମସ୍ତ ପ୍ରସ୍ତୁତି ସମୀକ୍ଷା କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored