Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମମତାଙ୍କୁ ବଡ଼ ଝଟକା, TMC ର ସମସ୍ତ ପଦବୀରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

National

TMC MP Resigns / ମମତାଙ୍କୁ ବଡ଼ ଝଟକା, TMC ର ସମସ୍ତ ପଦବୀରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ମମତାଙ୍କୁ ବଡ଼ ଝଟକା, TMC ର ସମସ୍ତ ପଦବୀରୁ ଇସ୍ତଫା ଦେଲେ ସାଂସଦ କାକୋଲି ଘୋଷ
Kakoli Ghosh

Key Points

TMCରେ ବଡ଼ ବିଦ୍ରୋହ ?
କାକୋଲି ଘୋଷଙ୍କ ଇସ୍ତଫା ପରେ ବଢ଼ିଲା ଚର୍ଚ୍ଚା
ସମସ୍ତ ପଦବୀ ଛାଡ଼ିଲେ ସାଂସଦ କାକୋଲି ଘୋଷ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ତୃଣମୂଳ କଂଗ୍ରେସ ପ୍ରତିଦିନ ବଡ଼ ବପର୍ଯ୍ୟୟର ସାମ୍ନା କରୁଛି । ଦିନକୁ ଦିନ ଦଳ ଭିତରେ ବିଧାୟକ ଓ ସାଂସଦଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଆଉ ଏସବୁ ମଧ୍ୟରେ ବୁଧବାର TMC କୁ ଲାଗିଛି ଏକ ବଡ଼ ଝଟକା । ବାରାସତର ସାଂସଦ କାକୋଲି ଘୋଷ ଟିଏମ୍‌ସିର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ବାରାସତ୍ ଜିଲ୍ଲା ସଭାପତି ପଦ ସହ ଦଳୀୟ ସଂଗଠନର ଅନ୍ୟ ସମସ୍ତ ପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

କାକୋଲି ଘୋଷ ଟିଏମସି ସଂଗଠନର ସମସ୍ତ ପଦବୀରୁ ତାଙ୍କର ଇସ୍ତଫା ଦଳର ରାଜ୍ୟ ସଭାପତି ସୁବ୍ରତ ବକ୍ସିଙ୍କୁ ପଠାଇଛନ୍ତି । ସୁବ୍ରତ ବକ୍ସିଙ୍କୁ ଚିଠି ଲେଖି ଘୋଷ କହିଛନ୍ତି ଯେ ସେ ଦଳୀୟ ସଂଗଠନର ସମସ୍ତ ପଦବୀରୁ ଇସ୍ତଫା ଦେଉଛନ୍ତି ।



ନିକଟରେ ବାରାସାତ ସାଂସଦ କାକୋଲି ଘୋଷ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ TMCର କିଛି ବିଧାୟକଙ୍କ ସହ ସାମିଲ ହୋଇଥିଲେ । ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀ କାକୋଲିଙ୍କୁ ଲୋକସଭାରେ TMC ମୁଖ୍ୟ ସଚେତକ ପଦରୁ ହଟାଇ ଦେଇଥିଲେ । ତାଙ୍କ ସ୍ଥାନରେ କଲ୍ୟାଣ ବାନାର୍ଜୀଙ୍କୁ ମୁଖ୍ୟ ସଚେତକ କରିଥିଲେ । ଏହାପରଠୁ ସେ ଟିଏମ୍‌ସି ଉପରେ ପ୍ରବଳ ଅସନ୍ତୋଷ ଥିବା କୁହାଯାଉଛି ।

ଅଧିକ ପଢ଼ନ୍ତୁ: ବିଜେପି ସାଂସଦଙ୍କ ବଡ଼ ଦାବି, TMCର ୫୦ ବିଧାୟକ ଓ ୨୦ ସାଂସଦ ବିଜେପିରେ ମିଶିବାକୁ ପ୍ରସ୍ତୁତ



ସେପଟେ ୧୫ ବର୍ଷ ପରେ କ୍ଷମତାରୁ ହଟିଥିବା ତୃଣମୂଳ କଂଗ୍ରେସ, ପଶ୍ଚିମବଙ୍ଗରେ ବଡ଼ ବିପର୍ଯ୍ୟୟର ସାମ୍ନା କରୁଛି । ଆଉ ଏହାରି ମଧ୍ୟରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ନେଇ ଏକ ବଡ଼ ଦାବି କରିଛନ୍ତି ବିଜେପି ସାଂସଦ ସୌମିତ୍ର ଖାନ । ସେ କହିଛନ୍ତି, ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଥରେ ସବୁଜ ସଙ୍କେତ ଦିଅନ୍ତି, ତେବେ TMC ଆଉ ଦଳ ହୋଇ ରହିବ ନାହିଁ । ସମସ୍ତେ ବିଜେପିକୁ ଆସିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏପରିକି TMCର ୫୦ ଜଣ ବିଧାୟକ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ୨୦ ଜଣ ସାଂସଦ ବିଜେପିରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ବଡ଼ ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored