Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - UPରେ କାଳବୈଶାଖୀର କରାଳ ରୂପ, ଝଡ଼ ବର୍ଷା ଓ ବଜ୍ରପାତ ନେଲା ୧୦୪ ଜୀବନ

National

Uttar Pradesh Storm / UPରେ କାଳବୈଶାଖୀର କରାଳ ରୂପ, ଝଡ଼ ବର୍ଷା ଓ ବଜ୍ରପାତ ନେଲା ୧୦୪ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
UPରେ କାଳବୈଶାଖୀର କରାଳ ରୂପ, ଝଡ଼ ବର୍ଷା ଓ ବଜ୍ରପାତ ନେଲା ୧୦୪ ଜୀବନ
UP Thunderstorm

Key Points

ୟୁପିରେ କାଳବୈଶାଖୀର କରାଳ ରୂପ
ଝଡ଼ ବର୍ଷା, ଧୂଳି ଝଡ଼ ଓ ବଜ୍ରପାତ ନେଲା ୧୦୪ ଜୀବନ
ସର୍ବାଧିକ ପ୍ରଭାବିତ ପ୍ରୟାଗରାଜ
ଉତ୍ତରପ୍ରଦେଶରେ କାଳବୈଶାଖୀର କରାଳ ରୂପ । ନିମିଷକେ ଛାରଖାର ହୋଇଯାଇଛି ଶତାଧିକ ପରିବାର । ଝଡ଼ ତୋଫାନରେ ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୦୪ରେ ପହଞ୍ଚିଥିବାବେଳେ ପ୍ରଭାବିତଙ୍କୁ ଜରୁରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ବିପର୍ଯ୍ୟୟରେ ୧୦୪ ଜଣ ପ୍ରାଣ ହରାଇଛନ୍ତି । ୫୨ ରୁ ଅଧିକ ଲୋକ ଆହତ ହୋଇଥିବା କହିଛନ୍ତି ରିଲିଫ୍ କମିଶନର ହରିକେଶ ଭାସ୍କର ଯଶୋଦ ।

ଉତ୍ତର ପ୍ରଦେଶରେ ପ୍ରଳୟଙ୍କରୀ କାଳବୈଶାଖୀ । ନିମିଷକେ ଛାରଖାର ଶତାଧିକ ପରିବାର । ତାସ୍ ପରି ଉଡ଼ିଗଲା ଘର । ଆକାଶରୁ ବର୍ଷିଲା ମୃତ୍ୟୁ । ଝଡ଼ ତୋଫାନରେ ଉତ୍ତର ପ୍ରଦେଶରେ ମୃତ୍ୟୁ ସଂଖ୍ୟା ୧୦୦ ପାର୍ । ପ୍ରବଳ ଧୂଳି ଝଡ଼, ପବନ ଓ ବଜ୍ରପାତ ରାଜ୍ୟକୁ ଥରାଇ ଦେଇଛି । ପ୍ରଭାବିତଙ୍କୁ ଜରୁରୀ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଏମ ଯୋଗୀ ଆଦିତ୍ୟନାଥ । ବୁଧବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ତାଣ୍ଡବ । ଏହି ବିପର୍ଯ୍ୟୟରେ ୧୦୪ ଜଣ ପ୍ରାଣ ହରାଇଛନ୍ତି । ୫୨ରୁ ଅଧିକ ଲୋକ ଆହତ ହୋଇଥିବା କହିଛନ୍ତି ରିଲିଫ୍ କମିଶନର ହରିକେଶ ଭାସ୍କର ଯଶୋଦ ।

ପ୍ରୟାଗରାଜ ଜିଲ୍ଲାରେ ସ୍ଥିତି ସବୁଠାରୁ ଭୟାନକ । ଏଠାରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଭଦୋହିରେ ୧୮, ମିର୍ଜାପୁରରେ ୧୫ , ଫତେପୁରରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଉନ୍ନାଓ, ବଦଉନରେ ୬ ଜଣ ଲେଖାଏଁ, ପ୍ରତାପଗଡ଼ ଓ ବରେଲୀରେ ୪ ଜଣ ଲେଖାଏଁ ଏବଂ ସୀତାପୁର, ରାୟବରେଲୀ ଓ ଚନ୍ଦୋଉଲିରେ ୨ ଜଣ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ଶତାଧିକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି । ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରାୟ ୯୮ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧୩୦ଟି ଗୃହପାଳିତ ପଶୁ ଜୀବନ ହରାଇଛନ୍ତି । ବରେଲିରୁ ଆସିଛି ଛାତିଥରା ଭିଡିଓ । ପବନର ବେଗ ଏତେ ଅଧିକ ଥିଲା ଯେ ଜଣେ ବ୍ୟକ୍ତି ଉଡ଼ିଯାଇ ବହୁ ଦୂରରେ ପଡ଼ିଥିଲେ । ସୌଭାଗ୍ୟ ବଶତଃ ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ୟୁପିରେ ପ୍ରକୃତିର ତାଣ୍ଡବକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ କରିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସେ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ପଶ୍ଚିମା ଝଡ଼ ପ୍ରଭାବରେ ଏହି ସ୍ଥିତି ଉପୁଜିଥିବା ବେଳେ ପାଣିପାଗ ବିଭାଗ ଆଗକୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kalbaisakhi Havoc in Uttar Pradesh: Storms and Lightning Kill 104 | Argus News