ଛତିଶଗଡ-ଓଡିଶା ସୀମାନ୍ତରେ ଥିବା କଲମା ଡ୍ୟାମ ୨୦ ଗେଟ ଖୋଲିଲା
·2 years ago

ଅର୍ଗସ ବ୍ୟୁରୋ: ଖୋଲିଲା ଛତିଶଗଡ-ଓଡିଶା ସୀମାନ୍ତରେ ଥିବା କଲମା ବ୍ୟାରେଜର ୨୦ ଗେଟ। ଗତକାଲି ସନ୍ଧ୍ୟାରୁ ବ୍ୟାରେଜର ଏହି ୨୦ଟି ଗେଟ ୦.୫ ମିଟର ଲେଖାଏଁ ଖୋଲା ଯାଇଥିବା ବେଳେ ଦୀର୍ଘଦିନ ହେବ ଶୁଖିଲା ଥିବା ମହାନଦୀରେ ଜଳ ପ୍ରବାହ ଦେଖିବାକୁ ମିଳିଛି।
ଯଦିଓ ବର୍ତ୍ତମାନ ସୁଦ୍ଧା ଉଭୟ ଛତିଶଗଡ ଓ ଓଡ଼ିଶାରେ ଆବଶ୍ୟକୀୟ ବର୍ଷା ହୋଇନାହିଁ ତଥାପି ସମ୍ଭାବ୍ୟ ବନ୍ୟାକୁ ଆଖି ଆଗରେ ରଖି ଉଭୟ ସରକାର ଜଳ ନିଷ୍କାସନ ବ୍ୟବସ୍ଥା ନେଇ ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ଆଜି ସକାଳ ୮ଟାରେ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୦୦.୩୯ ଫୁଟ ରହିଛି। ଏହି ସମୟରେ ହୀରାକୁଦ ଜଳ ଭଣ୍ଡାରକୁ ୧୨,୩୧୭ କ୍ୟୁସେକ ଜଳ ପ୍ରବାହିତ କରୁଥିବା ବେଳେ ୧୧,୫୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର