Videos
|
National

Kamleshwar Dodiyar Viral Video / 'ମୁଁ ଇସ୍ତଫା ଦେଇଦେବି କି?' ବିଧାୟକଙ୍କ ପ୍ରଶ୍ନରେ ଜନତା କହିଲେ, 'ହଁ ଦେଇଦିଅ'!

Subhramjit Ray
Browse all articles by Subhramjit Ray
·18 mins ago·2 min read
'ମୁଁ ଇସ୍ତଫା ଦେଇଦେବି କି?' ବିଧାୟକଙ୍କ ପ୍ରଶ୍ନରେ ଜନତା କହିଲେ, 'ହଁ ଦେଇଦିଅ'!
Kamleshwar Dodiyars Resignation Remark (Photo Source: Social Media/AI)

Key Points

ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ବିଧାୟକ କମଳେଶ୍ୱର ଡୋଡିଆରଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଆଦିବାସୀ ଗୌରବ ଦିବସ କାର୍ଯ୍ୟକ୍ରମରେ ସେ ଜନତାଙ୍କୁ ଇସ୍ତଫା ଦେବା ଉଚିତ କି ବୋଲି ପଚାରିଥିଲେ। ଏହାର ଉତ୍ତରରେ ଉପସ୍ଥିତ ଲୋକେ ହଁ କହିଥିଲେ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

ଭୋପାଳ (17/11): ସଦ୍ୟ ମଧ୍ୟ ପ୍ରଦେଶ ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତ ଘଟଣା। ରତଲାମ ଜିଲ୍ଲାର ଶୈଲାନା ଆସନର ବିଧାୟକ କମଳେଶ୍ୱର ଡୋଡିଆରଙ୍କ ଭାଷଣର ଏକ ଭିଡି଼ଓ ଏବେ ଆଲୋଚନାର ବିଷୟ ପାଲଟିଛି। ଆଦିବାସୀ ଗୌରବ ଦିବସ ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ମଞ୍ଚ ଉପରୁ, ଜନସାଧାରଣଙ୍କ ସାମ୍ନାରେ ଏକ ପ୍ରଶ୍ନ ରଖିଥିଲେ। ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

"ମୁଁ କ'ଣ ଇସ୍ତଫା ଦେଇ ଦେବା ଠିକ କି?" ବିଧାୟକଙ୍କୁ ସିଧା ଉତ୍ତର ଦେଲେ ସଭାରେ ଉପସ୍ଥିତ ଲୋକ
ରତଲାମ ଜିଲ୍ଲାର ରାଣୀସିଂ ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ, ବିଧାୟକ କମଳେଶ୍ୱର ଡୋଡିଆର ସଭାରେ ଯୋଗ ଦେଇଥିବା ଜନତାଙ୍କୁ ପଚାରିଥିଲେ, "ମୁଁ କ'ଣ ଇସ୍ତଫା ଦେଇ ଦେବା ଉଚିତ କି?" ତାଙ୍କ ପ୍ରଶ୍ ଶୁଣିବା ପରେ ତୁରନ୍ତ ସେଠାରେ ଉପସ୍ଥିତ ଲୋକ ଚିତ୍କାର କରି କହିଲେ, "ହଁ,ହିଁ ଆପଣ ଇସ୍ତଫା ଦେଇଦିଅନ୍ତୁ।"

ନିଜସ୍ୱ ଶୈଳୀରେ ଉତ୍ତର ରଖିଲେ ବିଧାୟକ
ସଭାରେ ଉପସ୍ଥିତ ଜନସାଧାରଣଙ୍କ ପ୍ରତିକ୍ରିୟା ଶୁଣିବା ପରେ, ବିଧାୟକ ନିଜସ୍ୱ ଶୈଳୀରେ ନିଜର ଉତ୍ତର ରଖିଥିଲେ। ଏନେଇ ସେ "ବିଧାୟକ ପଦରୁ ଇସ୍ତଫା ଦେବା ପାଇଁ, ଭୋପାଳ ଯିବାକୁ ପଡିବ।" ତାଙ୍କର ଏହି ବୟାନ ଦେଖୁ ଦେଖୁ ସଭାସ୍ଥଳରେ ଉପସ୍ଥିତ ରହିଥିବା ଲୋକଙ୍କ ମନରେ ଆଲୋଚନାର ବିଷୟ ପାଲଟିଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡ଼ିଓ
ଏହି କାର୍ଯ୍ୟକ୍ରମର ଭିଡି଼ଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓ ଭାଇରାଲ ହେବା ପରେ, ଲୋକ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି। ଅନେକ ବିଧାୟକ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆଲୋଚନା ଉପରେ ମନ୍ତବ୍ୟ ଦେଉଛନ୍ତି। ଯେତେବେଳେ ଅନ୍ୟମାନେ ଏହାର ରାଜନୈତିକ ପ୍ରଭାବ ମଧ୍ୟ ଅନୁସନ୍ଧାନ କରୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଧାୟକ କେଉଁ ପରିପ୍ରେକ୍ଷୀରେ ଇସ୍ତଫା ଦେବା ବିଷୟରେ କହିଥିଲେ କିମ୍ବା ଲୋକଙ୍କ ଭିଡ଼ ମଧ୍ୟରୁ ଏପରି ପ୍ରତିକ୍ରିୟା କାହିଁକି ଆସିଲା ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମଞ୍ଚ ଉପରେ ଏହି ଆଲୋଚନା ଏବଂ ପରବର୍ତ୍ତୀ ପ୍ରତିକ୍ରିୟା ସୋସିଆଲ ମିଡିଆରେ ବିତର୍କ ଏବଂ ଆଲୋଚନାର ବିଷୟ ପାଲଟିଛି।