Videos
|
National

Kangana Ranaut / ୧୧ କୋଟିରୁ ମାତ୍ର ୫୦ ଲକ୍ଷ ଖର୍ଚ୍ଚ; ବୈଠକରେ ପ୍ରବଳ ବର୍ଷିଲେ କଙ୍ଗନା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୧୧ କୋଟିରୁ ମାତ୍ର ୫୦ ଲକ୍ଷ ଖର୍ଚ୍ଚ; ବୈଠକରେ ପ୍ରବଳ ବର୍ଷିଲେ କଙ୍ଗନା
Kangana Ranaut Angry Over MPLADS Fund

Key Points

MPLADS ସ୍କିମ୍‌ରେ ଦିଆ ଯାଇଥିବା ଅନୁଦାନର ବ୍ୟବହାରକୁ ନେଇ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଜେପି ସାଂସଦ କଙ୍ଗନା । ବୈଠକରେ ସରକାରୀ ଅଧିକାରୀଙ୍କୁ କଙ୍ଗନା ଅଳସୁଆ କହି ପ୍ରବଳ ଚିଡ଼ିଛନ୍ତି ।
ନୂଆଦିଲ୍ଲୀ: ରାଗିଲେ କଙ୍ଗନା ରଣାୱତ । ମିଟିଂରେ ନିଆଁ ଭଳି ବର୍ଷିଲେ । ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନର ସାଂସଦ କଙ୍ଗନା ରଣାୱତ ଜିଲ୍ଲା ବିକାଶ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି (DISHA) ବୈଠକରେ ଅଧିକାରୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

MPLADS ସ୍କିମ୍‌ରେ ଦିଆ ଯାଇଥିବା ଅନୁଦାନର ବ୍ୟବହାରକୁ ନେଇ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଜେପି ସାଂସଦ କଙ୍ଗନା । ବୈଠକରେ ସରକାରୀ ଅଧିକାରୀଙ୍କୁ କଙ୍ଗନା ଅଳସୁଆ କହି ପ୍ରବଳ ଚିଡ଼ିଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: ପୁନମଙ୍କ ବଡ଼ ବୟାନ, କହିଲେ ବେଶ୍ୟାବୃତ୍ତି ହେଉ ଆଇନସମ୍ମତ 

ଭାଇରାଲ୍ ଭିଡିଓରେ କଙ୍ଗନା ଅସନ୍ତୋଷ ବ୍ୟକ୍ତ କରୁଥିବା ଦେଖିବାକୁ ମିଳୁଛି । କଙ୍ଗନାଙ୍କ ଅଭିଯୋଗ ହେଲା- "ସାଂସଦ ନିଧି ପାଣ୍ଠିରେ ପ୍ରାୟ ୧୧ ଟଙ୍କା ଉପଲବ୍ଧ ଅଛି । କିନ୍ତୁ ଅଧିକାରୀ କେବଳ ୫୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ କରିଛନ୍ତି ।" ବୈଠରେ କଙ୍ଗନା ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ କାର୍ଯ୍ୟକାରୀ ରିପୋର୍ଟ ମାଙ୍ଗିଛନ୍ତି ।

ମୋତେ ମିଛ କୁହନି

ବୈଠକରେ କଙ୍ଗନା ରଣାୱାତ କଡ଼ା ସ୍ଵରରେ କହିଛନ୍ତି, "ମୋତେ ମିଛ ପ୍ରତିଶ୍ରୁତି ଦିଅନି । ପ୍ରତିଟି ଦିଶା କମିଟି ବୈଠକରେ ମୁଁ ଏହି କଥା ଶୁଣିବାକୁ ପାଉଛି । MPLADS ଫଣ୍ଡ ବାବଦରେ ପଚାରିଲେ କୁହାଯାଉଛି, କୌଣସି ଅସୁବିଧା ନାହିଁ । ପ୍ରାୟ ୯୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରାଯାଇଛି । କିନ୍ତୁ, ବାସ୍ତବରେ ହୋଇଥିବା ଖର୍ଚ୍ଚ ସହ ଏହା ମେଳ ଖାଉ ନାହିଁ ।"


ଭଲ ଅଭିନୟ କରୁଛନ୍ତି ଅଧିକାରୀ

ମଣ୍ଡି ସାଂସଦ କଙ୍ଗନା ରଣାୱତଙ୍କ ଦାବି ହେଲା- ସାଂସଦ ଭାବେ ତାଙ୍କ କାମକୁ ନେଇ ଜାତୀୟ ମିଡିଆରେ ମଜା ଉଡ଼ା ଯାଉଛି । ସେ ଅଧିକାରୀଙ୍କୁ ତାଚ୍ଛଲ୍ୟ କରି କହିଛନ୍ତି ଯେ, "ଅଧିକାରୀ ମୋ ଠାରୁ ବି ଭଲ ଅଭିନୟ କରି ପାରୁଛନ୍ତି ।"

ସାଂସଦ ଫଣ୍ଡରେ ଅନିୟମିତତା ଅଭିଯୋଗ

କଙ୍ଗନା ରଣାୱତ ଆହୁରି ଅଭିଯୋଗ କରିଛନ୍ତି ଯେ, MPLADS ପାଣ୍ଠିର ୩୦ରୁ ୪୦ ପ୍ରତିଶତ ଅର୍ଥ କାମ ନ ହୋଇ ଦିଆଯାଇଛି । ଅଧିକାରୀ ଅର୍ଥ ଆଦାୟ କରିପାରୁ ନାହାନ୍ତି । ଲୋକେ ବିକାଶ କାର୍ଯ୍ୟ ବାଧିତ ହେବାକୁ ନେଇ ରିଲ୍ସ କରୁଥିବା ବେଳେ ଅଧିକାରୀ କାର୍ଯ୍ୟାଳୟରେ ବସି ରହୁଛନ୍ତି ।

ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଖୋଲିବ 1,000 ନୂତନ ସ୍କୁଲ, ବିଦ୍ୟା ଭାରତୀ ସ୍କୁଲଗୁଡ଼ିକର ବିଶେଷତ୍ୱ ​​କ’ଣ ? 

ବୈଠକରେ ମଣ୍ଡି ସାଂସଦ କଙ୍ଗନା ରଣାୱତ ନିର୍ଦ୍ଦେଶ ଦେଇ କହିଛନ୍ତି, "ବିକାଶ କାର୍ଯ୍ୟ ଅଗ୍ରଗତିରେ କରାଯାଉ ।" ଉପଲବ୍ଧ ସାଂସଦ ପାଣ୍ଠିକୁ ସଠିକ୍ ଭାବେ ଓ ସମୟ ସୀମା ମଧ୍ୟରେ ବ୍ୟବହାର ସୁନିଶ୍ଚିତ କରିବାକୁ ଜୋର୍ ଦେଇଛନ୍ତି କଙ୍ଗନା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: