Videos
|
National

Poonam Bold Statement / ପୁନମଙ୍କ ବଡ଼ ବୟାନ, କହିଲେ ବେଶ୍ୟାବୃତ୍ତି ହେଉ ଆଇନସମ୍ମତ

Bikash Mohanty
Browse all articles by Bikash Mohanty
·48 mins ago·2 min read
ପୁନମଙ୍କ ବଡ଼ ବୟାନ, କହିଲେ ବେଶ୍ୟାବୃତ୍ତି ହେଉ ଆଇନସମ୍ମତ
Poonam

Key Points

ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମଙ୍କ ବଡ଼ ବୟାନ
କହିଲେ ଭାରତରେ ବେଶ୍ୟାବୃତ୍ତି ହେଉ ଆଇନସମ୍ମତ
ଆଡଲ୍ଟ ଭିଡ଼ିଓ ପୁରୁଷଙ୍କ  ଷ୍ଟ୍ରେସ୍ କମ୍ କରିବାରେ ସାହାଯ୍ୟ କରେ 
ମୁମ୍ବାଇ,୦୫/୦୯: ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ପୁନମ୍। ନିଜର ବୋଲ୍ଡ ଅନ୍ଦାଜ ଏବଂ ବିବାଦୀୟ ବୟାନ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହୁଥିବା ମଡେଲ ଓ ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ଦେଇଛନ୍ତି ଏକ ବଡ଼ ବୟାନ। ଏଥର ସେ ବେଶ୍ୟାବୃତ୍ତିକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ  କହିଛନ୍ତି ଭାରତରେ ବେଶ୍ୟାବୃତ୍ତିକୁ  ଆଇନସମ୍ମତ କରାଯାଉ। ତାଙ୍କ ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସେ କହିଛନ୍ତି ଯେ 

ନିଜ ବୋଲ୍ଡ କଣ୍ଟେଣ୍ଟକୁ କହିଲେ  ‘ସମାଜ ସେବା’ 

ଏକ ସାକ୍ଷାତକାରରେ ପୁନମ ପାଣ୍ଡେ ନିଜର ବୋଲ୍ଡ ଏବଂ ପ୍ରାପ୍ତବୟସ୍କ କଣ୍ଟେଣ୍ଟକୁ ନେଇ ଖୋଲାଖୋଲି ମତ ରଖିଥିବା ଜଣାପଡ଼ିଛି। ତାଙ୍କ କହିବା ଅନୁଯାୟୀ, ଅନେକ ଲୋକ ବିଭିନ୍ନ କାରଣରୁ ଚାପ ଓ ମାନସିକ ଚାପରେ ରହୁଛନ୍ତି। ବିଶେଷକରି ପୁରୁଷମାନଙ୍କ ଚାପ କମାଇବାରେ ବୋଲ୍ଡ କଣ୍ଟେଣ୍ଟ ସହାୟକ ହୋଇପାରେ।

ସେହିପରି ପୁନମ ନିଜ ବୋଲ୍ଡ ଭିଡିଓକୁ ‘ବଡ଼ ସମାଜ ସେବା’ ବୋଲି ବର୍ଣ୍ଣନା କରିଥିବା କୁହାଯାଉଛି। ଏଥିସହ ଭାରତରେ ବେଶ୍ୟାବୃତ୍ତିକୁ ଆଇନଗତ କରାଗଲେ ମହିଳାଙ୍କ ବିରୋଧରେ ଅପରାଧ କମିପାରେ ବୋଲି ମଧ୍ୟ ସେ ମତ ରଖିଛନ୍ତି।

ପୁରୁଷଙ୍କ ମାନସିକ ଚାପକୁ ନେଇ ମଧ୍ୟ ମତ ରଖିଲେ

ଭାରତରେ ଅନେକ ପୁରୁଷ ମାନସିକ ଚାପ ଏବଂ ହତାଶା ଦେଇ ଗତି କରୁଛନ୍ତି। କିନ୍ତୁ ସେମାନଙ୍କ ସମସ୍ୟାକୁ ସମାଜ ସବୁବେଳେ ବୁଝିପାରୁନାହିଁ। ଏହି ପରିପ୍ରେକ୍ଷୀରେ ନିଜ କଣ୍ଟେଣ୍ଟକୁ ସେ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ କହିଛନ୍ତି। ପୁନମ କହିଛନ୍ତି ଯେ ତାଙ୍କ ଭିଡିଓଗୁଡ଼ିକୁ ସୁନ୍ଦର ଭାବେ ସୁଟ୍ କରାଯାଇଥାଏ ଏବଂ ସେଥିରେ ଏକ ନିର୍ଦ୍ଦିଷ୍ଟ ସୃଜନଶୀଳତା ରହିଛି। ଏହା କେବଳ ଭାରତ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ବୋଲି ସେ  କହିଛନ୍ତି। 

ପଢନ୍ତୁ ଏହି ଖବର: କ୍ୟାମେରାମ୍ୟାନଙ୍କ ଉପରେ ରାଗିକି ଚିଲେଇଲେ ସଲମାନ୍ ! ଜାଣନ୍ତୁ କାହିଁଙ୍କି?

ବୋଲ୍ଡ କଣ୍ଟେଣ୍ଟକୁ ନେଇ ଟ୍ରୋଲିଂର  ଦେଲେ ଜବାବ

ନିଜ ବୋଲ୍ଡ କଣ୍ଟେଣ୍ଟକୁ ନେଇ ପୁନମ ପାଣ୍ଡେ ତୀବ୍ର ଟ୍ରୋଲିଂ ଏବଂ ସମାଲୋଚନାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି। ତାଙ୍କ କହିବା ଅନୁସାରେ, ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟି ଏବଂ ତାଙ୍କ ବନ୍ଧୁମାନେ ସାମ୍ନାରେ ତାଙ୍କୁ ନେଇ ମଜା କରୁଥିବା ବେଳେ ଗୁପ୍ତରେ ତାଙ୍କ କଣ୍ଟେଣ୍ଟ ଦେଖନ୍ତି। ଟ୍ରୋଲର୍ସଙ୍କ ମନ୍ତବ୍ୟକୁ ନେଇ ନିଜ ପ୍ରତିକ୍ରିୟା ରଖି ପୁନମ କହିଛନ୍ତି ଯେ କିଛି କମେଣ୍ଟ ତାଙ୍କୁ ଖୁବ୍ ରାଗିଯିବାକୁ ବାଧ୍ୟ କରେ। ବେଳେବେଳେ ଏହାର କଡ଼ା ଜବାବ ଦେବାକୁ ଇଚ୍ଛା ହୁଏ, ହେଲେ ସେ ନିଜକୁ ନିୟନ୍ତ୍ରଣ କରନ୍ତି। ନିଜ ଇମେଜକୁ ତଳକୁ ନେବାକୁ ସେ ଚାହାନ୍ତି ନାହିଁ।

ପୁନମଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ପ୍ରାପ୍ତବୟସ୍କ କଣ୍ଟେଣ୍ଟ, ମାନସିକ ଚାପ ଏବଂ ବେଶ୍ୟାବୃତ୍ତିକୁ ଆଇନସମ୍ମତ କରିବା ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି।




 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: