Kangana Counter Sharmila / ‘ବନ୍ଦେ ମାତରମ୍’ ବିବାଦରେ ଶର୍ମିଲାଙ୍କୁ କଙ୍ଗନାଙ୍କ କଡ଼ା ଜବାବ
·1 hour ago·2 min read

Key Points
‘ବନ୍ଦେ ମାତରମ୍’କୁ ନେଇ ଚାଲିଛି ବିତର୍କ
ଶର୍ମିଲାଙ୍କୁ କଡ଼ା ଜବାବ ଦେଲେ କଙ୍ଗନା
ହିନ୍ଦୁ-ମୁସଲିମ୍ ଚିନ୍ତାଧାରାରୁ ବାହାରନ୍ତୁ ଶର୍ମିଲା

ମୁମ୍ବାଇ,୨୧/୦୮ : ‘ବନ୍ଦେ ମାତରମ୍’କୁ ନେଇ ଦେଶରେ ଚାଲିଥିବା ବିତର୍କ ଏବେ ବଲିଉଡରେ ମଧ୍ୟ ତୀବ୍ର ହୋଇଛି। ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ଏକ ମନ୍ତବ୍ୟକୁ ନେଇ ନିକଟରେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି ।ଯାହାକୁ ନେଇ ଅଭିନେତ୍ରୀ କଙ୍ଗନା ରଣାୱତ୍ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି । କଙ୍ଗନା ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଲେଖିଛନ୍ତି ଯେ , ଶର୍ମିଳା ‘ବନ୍ଦେ ମାତରମ୍’ର ପ୍ରଥମ ଦୁଇଟି ପଦ ଗାଇବା ଉଚିତ । ସେ ତାଙ୍କୁ ‘ହିନ୍ଦୁ-ମୁସଲିମ୍ ଚିନ୍ତାଧାରା’ରୁ ବାହାରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ବରିଷ୍ଠ ଅଭିନେତ୍ରୀ ଶର୍ମିଳା ଟାଗୋର ‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ଗୀତକୁ ନେଇ ନିଜ ମତ ରଖିଛନ୍ତି। ତାଙ୍କ କହିବା ଅନୁସାରେ, ଗୀତର ପ୍ରଥମ ଦୁଇଟି ପଦ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇପାରେ। କିନ୍ତୁ ପରବର୍ତ୍ତୀ ଅଂଶରେ ଦେବୀମାନଙ୍କ ଉଲ୍ଲେଖ ଥିବାରୁ ଏକେଶ୍ୱରବାଦରେ ବିଶ୍ୱାସ କରୁଥିବା ଲୋକଙ୍କ ପାଇଁ ତାହା ଅସୁବିଧାଜନକ ହୋଇପାରେ ବୋଲି ସେ କହିଛନ୍ତି । ଶର୍ମିଳାଙ୍କ ଏହି ମନ୍ତବ୍ୟ ପରେ କଙ୍ଗନା ରଣାୱତ୍ ସୋସିଆଲ୍ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା କହିଛନ୍ତି, ଜଣେ କଳାକାର ଭାବେ ଶର୍ମିଳା ଟାଗୋରଙ୍କ ଏପରି ଦୃଷ୍ଟିକୋଣ ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ତାଙ୍କ ମତରେ, କବିତା ଓ ଗୀତର ଶବ୍ଦକୁ କେବଳ ଧାର୍ମିକ ରୀତିନୀତି ଭାବେ ଦେଖିବା ଉଚିତ ନୁହେଁ।
ପଢନ୍ତୁ ଏହି ଖବର: ଚାପରେ ପଡ଼ି ଇସଲାମ ଧର୍ମ ଗ୍ରହଣ କରିବାକୁ ଯାଉଥିଲେ, ପ୍ରାର୍ଥନା ମଧ୍ୟ କରିବାରୁ ମନା କରାଯାଉଥିଲା
କଙ୍ଗନା ‘ବନ୍ଦେ ମାତରମ୍’କୁ ଭାରତର ସ୍ୱାଧୀନତା ସଂଗ୍ରାମର ଭାବନା ସହ ଯୋଡ଼ିଛନ୍ତି। ତାଙ୍କ କହିବା କଥା, ଏହି ଗୀତରେ ବ୍ୟବହୃତ ଶବ୍ଦ ଓ ରୂପକକୁ ବିଭାଜନର ଚଷମାରେ ଦେଖିବା ଉଚିତ ନୁହେଁ। କଙ୍ଗନା ଆହୁରି କହିଛନ୍ତି ଯେ, ଲୋକମାନେ ‘ହିନ୍ଦୁ-ମୁସଲିମ୍’ ଚିନ୍ତାଧାରାରୁ ବାହାରି ଏକତା ଉପରେ ଗୁରୁତ୍ୱ ଦେବା ଦରକାର। ସେ ପରସ୍ପରକୁ ନିଜର ଭାବି ଏକାଠି ହେବାର ଆହ୍ୱାନ ମଧ୍ୟ ଦେଇଛନ୍ତି। ବର୍ତ୍ତମାନ ‘ବନ୍ଦେ ମାତରମ୍’କୁ ନେଇ ଚାଲିଥିବା ବିବାଦର ପୃଷ୍ଠଭୂମିରେ କଂଗ୍ରେସ୍ ୱର୍କିଂ କମିଟିର ୧୯୩୭ର ନିଷ୍ପତ୍ତି ମଧ୍ୟ ରହିଛି । କଂଗ୍ରେସ୍ କାର୍ଯ୍ୟକ୍ରମରେ ଗୀତର ପ୍ରଥମ ଦୁଇଟି ପଦ ଗାଇବା ପ୍ରଥାକୁ ଜାରି ରଖିବା ନେଇ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଏହା ପରେ ‘ବନ୍ଦେ ମାତରମ୍’ର ସମ୍ପୂର୍ଣ୍ଣ ରୂପ ଓ ଏହାର ଐତିହାସିକ ଅର୍ଥକୁ ନେଇ ରାଜନୈତିକ ଓ ସାମାଜିକ ଚର୍ଚ୍ଚା ତୀବ୍ର ହୋଇଛି। ଆଉ ଏବେ ଶର୍ମିଳା ଟାଗୋରଙ୍କ ମନ୍ତବ୍ୟ ଏବଂ କଙ୍ଗନା ରଣାୱତଙ୍କ ପ୍ରତିକ୍ରିୟା ପରେ ଏହି ବିତର୍କ ଆହୁରି ତୀବ୍ରତର ହୋଇଛି ।
ମୁକେଶ ଖାନ୍ନାଙ୍କ ସମର୍ଥନ
ଅଭିନେତା ମୁକେଶ ଖାନ୍ନା " ଜନ ଗଣ ମନ"କୁ ଭାରତର ଜାତୀୟ ସଙ୍ଗୀତ ଭାବରେ ବଦଳାଇ "ବନ୍ଦେ ମାତରମ୍" କରିବାକୁ ଆହ୍ୱାନ ଦେବା ପରେ ଏହି ବିତର୍କ ଆରମ୍ଭ ହୋଇଛି । ମୁକେଶ ଖାନ୍ନା ପୂର୍ବରୁ ଯୁକ୍ତି ଦେଇଥିଲେ ଯେ "ବନ୍ଦେ ମାତରମ୍"କୁ ଜାତୀୟ ସଙ୍ଗୀତର ମାନ୍ୟତା ଦିଆଯିବା ଉଚିତ। ସେ "ଜନ ଗଣ ମନ" ର ଉତ୍ପତ୍ତି ବିଷୟରେ ମଧ୍ୟ ଦାବି କରିଥିଲେ ଯେ ଏହା ରାଣୀ ଏଲିଜାବେଥଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଲେଖାଯାଇଥିଲା।
"ମୁଁ ତିନି ବର୍ଷ ପୂର୍ବରୁ କହିଥିଲି ଯେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ କରାଯିବା ଉଚିତ। ଜନ ଗଣ ମନ ଆମ ଦେଶର ଜାତୀୟ ସଙ୍ଗୀତ ନୁହେଁ। ଏହା ରାଣୀ ଏଲିଜାବେଥଙ୍କୁ ଶ୍ରଦ୍ଧାଞ୍ଜଳି। ରବୀନ୍ଦ୍ରନାଥ ଟାଗୋର ତାଙ୍କ ପ୍ରଶଂସାରେ ଏକ ଗୀତ ଲେଖିଛନ୍ତି। ଆମେ ଏହାକୁ ଗ୍ରହଣ କରିଛୁ। ଭାଗ୍ୟବିଧାତା, ପଞ୍ଜାବ, ସିନ୍ଧ। ଏହା ଆମର ନୁହେଁ। ବନ୍ଦେ ମାତରମ୍ ଆମର ବୋଲି ସେ କହିଥିଲେ ।
ସେ ଲତା ମଙ୍ଗେସକରଙ୍କ " ବନ୍ଦେ ମାତରମ୍" ଗାୟନର ମଧ୍ୟ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଏହି ଗୀତର ସାତ ମିନିଟ୍ ସଂସ୍କରଣ ରେକର୍ଡ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories