Videos
|
National

Kangana Slams Rahul / ମହିଳା ସଂରକ୍ଷଣ ବିଲ୍‌କୁ ନେଇ ରାହୁଲଙ୍କୁ ଟାର୍ଗେଟ୍ କଲେ କଙ୍ଗନା

Bikash Mohanty
Browse all articles by Bikash Mohanty
·1 hour ago·1 min read
ମହିଳା ସଂରକ୍ଷଣ ବିଲ୍‌କୁ ନେଇ ରାହୁଲଙ୍କୁ ଟାର୍ଗେଟ୍ କଲେ କଙ୍ଗନା
Kangana

Key Points

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କଲେ କଙ୍ଗନା ରାନାଓ୍ବତ୍
ମହିଳା ସଂରକ୍ଷଣ ବିଲ୍‌କୁ ନେଇ ରାହୁଲଙ୍କୁ କଙ୍ଗନା କଲେ ଟାର୍ଗେଟ୍
କଙ୍ଗନା କହିଲେ ରାହୁଲ ମହିଳା ବିରୋଧୀ:
ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଦେଶର ରାଜନୀତି ଏବେ ସରଗରମ। ବିଲ୍‌କୁ ଆଗକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ସଂସଦ ଅଧିବେଶନ ଡାକିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ମଧ୍ୟରେ ବିରୋଧୀଙ୍କୁ ଟାର୍ଗେଟ୍ କରିଛି ବିଜେପି। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ।

କଙ୍ଗନା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ମାନସିକତା ମହିଳାଙ୍କ ସମାନ ଅଧିକାର ସପକ୍ଷରେ ନାହିଁ। ଯଦି ତାଙ୍କର ପୁରୁଷ ପ୍ରାଧାନ୍ୟ ମାନସିକତା ନଥାନ୍ତା, ତେବେ ସେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାଇଁ ଲଢ଼େଇ କରିଥାନ୍ତେ ବୋଲି କଙ୍ଗନା ମତ ଦେଇଛନ୍ତି। ସେ ଆହୁରି କହିଛନ୍ତି, ଯଦି ରାହୁଲ ଗାନ୍ଧୀ ମହିଳା ବିରୋଧୀ ନଥାନ୍ତେ, ତେବେ ଏହି ବିଲ୍ ପାସ୍ ହେବାରେ ବାଧା ସୃଷ୍ଟି କରିନଥାନ୍ତେ। ଲୋକସଭା, ବିଧାନସଭା ଏବଂ ରାଜ୍ୟସଭାରେ ପୁରୁଷଙ୍କ ସହ ସମାନ ସଂଖ୍ୟାରେ ମହିଳାଙ୍କୁ ଦେଖିବାକୁ ସେ ଚାହୁଁନଥିବା କଙ୍ଗନା ଅଭିଯୋଗ କରିଛନ୍ତି।

ପଢନ୍ତୁ ଏହି ଖବର: ବିଦେଶ ମାଟିରେ ଭାରତକୁ ଅପମାନିତ କଲେ ରାହୁଲ ଗାନ୍ଧୀ, ବିଜେପି କହିଲା ରାହୁଲ 'ପାକିସ୍ତାନ ଫ୍ୟାନ୍‌ବୟ'

ଏହା ସହ କଂଗ୍ରେସ ଓ ରାହୁଲଙ୍କ ରାଜନୈତିକ ଆଭିମୁଖ୍ୟକୁ ମଧ୍ୟ କଟାକ୍ଷ କରିଛନ୍ତି କଙ୍ଗନା। ଭାରତ ଏସିଆର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିବା ବେଳେ ରାହୁଲ ଗାନ୍ଧୀଙ୍କ ଆଚରଣକୁ ଏକ ଦୁଃଖୀ ବିଲେଇ ସହ ତୁଳନା କରିଛନ୍ତି ସେ। ଏହି ମନ୍ତବ୍ୟ ଏବେ ରାଜନୈତିକ ମହଲରେ ଚର୍ଚ୍ଚାକୁ ଆସିଛି। ମହିଳା ସଂରକ୍ଷଣ ବିଲ୍‌କୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ଜାରି ରହିଥିବା ବେଳେ କଙ୍ଗନାଙ୍କ ଏହି ବୟାନ ରାଜନୈତିକ ବିବାଦକୁ ଆହୁରି ତୀବ୍ର କରିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: