Kangana Ramdev Rift End / ରକ୍ଷାବନ୍ଧନରେ ଶେଷ ହେଲା କଙ୍ଗନା-ରାମଦେବ ବିବାଦ, ଉପହାର ପଠାଇ ପୁଣି ସମ୍ପର୍କ ଯୋଡ଼ିଲେ ଯୋଗଗୁରୁ
·27 mins ago·2 min read

Key Points
ଶେଷ ହେଲା କଙ୍ଗନା-ରାମଦେବ ବିବାଦ
ରକ୍ଷାବନ୍ଧନରେ ଶେଷ ହେଲା କଙ୍ଗନା-ରାମଦେବ ବିବାଦ
କଙ୍ଗନାଙ୍କୁ ଉପହାର ପଠାଇଲେ ବାବା ରାମଦେବ

ନୂଆଦିଲ୍ଲୀ,୨୮/୦୮: ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଯୋଗଗୁରୁ ସ୍ୱାମୀ ରାମଦେବଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରକ୍ଷାବନ୍ଧନର ପବିତ୍ର ପର୍ବ ଅବସରରେ ଉଭୟ ପୁରୁଣା ମତଭେଦକୁ ଭୁଲି ସମ୍ପର୍କର ନୂଆ ଆରମ୍ଭ କରିଛନ୍ତି। ଘୃଣା ଓ ଶତ୍ରୁତାକୁ ଛାଡ଼ି ଭାଇ-ଭଉଣୀର ସ୍ନେହର ବାର୍ତ୍ତା ଦେଇଛନ୍ତି ସ୍ୱାମୀ ରାମଦେବ ଓ କଙ୍ଗନା ରାଣାୱତ।
ଗତ କିଛି ସମୟ ଧରି କଙ୍ଗନା ରାଣାୱତ ବିଭିନ୍ନ ପ୍ରସଙ୍ଗରେ ଅନେକ ବ୍ୟକ୍ତିଙ୍କ ସହ ବିବାଦରେ ଜଡ଼ିତ ରହିଥିବା ବେଳେ ସ୍ୱାମୀ ରାମଦେବଙ୍କ ସହ ତାଙ୍କ ମତଭେଦ ମଧ୍ୟ ଚର୍ଚ୍ଚାରେ ରହିଥିଲା। କଙ୍ଗନାଙ୍କ ଏକ ମନ୍ତବ୍ୟକୁ ନେଇ ରାମଦେବ ଆପତ୍ତି ଉଠାଇଥିଲେ। ଏହା ପରେ ଦୁଇ ପକ୍ଷଙ୍କ ମଧ୍ୟରେ କଥା କଟାକଟି ଏବଂ ବାକ୍ବିତଣ୍ଡା ଦେଖିବାକୁ ମିଳିଥିଲା। ଏହି ବିବାଦକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା।
ତେବେ ରକ୍ଷାବନ୍ଧନ ଅବସରରେ ଏହି ମତଭେଦକୁ ଭୁଲି ଆଗକୁ ଆସିଛନ୍ତି ଯୋଗଗୁରୁ ସ୍ୱାମୀ ରାମଦେବ। ସେ କଙ୍ଗନା ରାଣାୱତଙ୍କୁ ମିଠା ଓ ଉପହାର ପଠାଇ ସମ୍ପର୍କରେ ଜମିଥିବା ବରଫକୁ ଗଳାଇବାକୁ ଉଦ୍ୟମ କରିଛନ୍ତି।
ପଢନ୍ତୁ ଏହି ଖବର: ଇମ୍ରାନ ହାସମୀଙ୍କ ଗୀତ ସୁଟିଂ ସମୟର ବଡ଼ ଖୁଲାସା କଲେ ଦିୟା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସ୍ୱାମୀ ରାମଦେବ କହିଛନ୍ତି ଯେ, ଦେଶରେ କୌଣସି କାରଣରୁ ଘୃଣା କିମ୍ବା ଶତ୍ରୁତା ରହିବା ଉଚିତ ନୁହେଁ। ସେ କହିଛନ୍ତି ଯେ, ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ଏବଂ ମତଭେଦକୁ ମନରେ ରଖି ସମ୍ପର୍କକୁ ତିକ୍ତ କରିବା ଉଚିତ ନୁହେଁ।
ରକ୍ଷାବନ୍ଧନ ଅବସରରେ କଙ୍ଗନାଙ୍କୁ ଉପହାର ଓ ମିଠା ପଠାଇବା ସହ ତାଙ୍କୁ ଫୋନ୍ କରି ଶୁଭେଚ୍ଛା ଜଣାଇବେ ବୋଲି ମଧ୍ୟ ରାମଦେବ କହିଥିଲେ। ଦୁଇଜଣଙ୍କ ମଧ୍ୟରେ ଯେଉଁ ବିବାଦ ରହିଥିଲା, ତାହାକୁ ଆଲୋଚନା ମାଧ୍ୟମରେ ଦୂର କରିବାର ଆବଶ୍ୟକତା ଥିବା ସେ ମତ ପ୍ରକାଶ କରିଥିଲେ।
ଅନ୍ୟପକ୍ଷରେ ସ୍ୱାମୀ ରାମଦେବଙ୍କ ଏହି ପ୍ରେମ ଓ ସଦ୍ଭାବର ବାର୍ତ୍ତାକୁ ସ୍ୱାଗତ କରିଛନ୍ତି କଙ୍ଗନା ରାଣାୱତ। ସେ ରାମଦେବଙ୍କୁ ନିଜର ବଡ଼ ଭାଇ ବୋଲି ସମ୍ବୋଧନ କରିଛନ୍ତି। ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖି କଙ୍ଗନା କହିଛନ୍ତି ଯେ, ପର୍ବପର୍ବାଣୀ ହେଉଛି ପୁରୁଣା ଭୁଲକୁ କ୍ଷମା କରି ନୂଆ ସମ୍ପର୍କର ଆରମ୍ଭ କରିବାର ସମୟ।
କଙ୍ଗନା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ରାମଦେବଙ୍କ ବାର୍ତ୍ତାକୁ ସ୍ୱାଗତ କରି କହିଛନ୍ତି ଯେ, ବିବାଦ ନୁହେଁ ବରଂ ଆଲୋଚନାର ମାର୍ଗ ବାଛିବା ଉଚିତ। ରକ୍ଷାବନ୍ଧନ ଭଳି ପବିତ୍ର ପର୍ବରେ ସେ ରାମଦେବଙ୍କ ପଠାଇଥିବା ମିଠା ସହିତ ତାଙ୍କ ଭାଇସୁଲଭ ସ୍ନେହକୁ ମଧ୍ୟ ଗ୍ରହଣ କରୁଥିବା କହିଛନ୍ତି।
ପୁରୁଣା ବିବାଦକୁ ଭୁଲି ଦୁଇ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏଭଳି ସମଝୌତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ରକ୍ଷାବନ୍ଧନର ଅବସରରେ ସ୍ୱାମୀ ରାମଦେବଙ୍କ ସଦ୍ଭାବର ହାତ ଏବଂ କଙ୍ଗନାଙ୍କ ସ୍ୱୀକୃତି ଏହି ବିବାଦର ଅନ୍ତ ଘଟାଇଛି। ଘୃଣା ଛାଡ଼ି ସମ୍ପର୍କକୁ ପ୍ରାଧାନ୍ୟ ଦେବାର ଏକ ସକାରାତ୍ମକ ବାର୍ତ୍ତା ମଧ୍ୟ ଦେଇଛି ଏହି ଘଟଣା।

Related Topics
Explore more stories