Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kanpur Dowry Case / ଯୌତୁକରେ ମିଳିଲାନି ବୁଲେଟ୍‌ କିମ୍ବା ୨ ଲକ୍ଷ ଟଙ୍କା, ଧକ୍କା ମାରି ନବବିବାହିତାଙ୍କୁ ବାହାର କରିଦେଲେ ସ୍ବାମୀ

Santosh Kumar Sahoo
Browse all articles by Santosh Kumar Sahoo
·7 months ago·2 min read
ଯୌତୁକରେ ମିଳିଲାନି ବୁଲେଟ୍‌ କିମ୍ବା ୨ ଲକ୍ଷ ଟଙ୍କା, ଧକ୍କା ମାରି ନବବିବାହିତାଙ୍କୁ ବାହାର କରିଦେଲେ ସ୍ବାମୀ
Dowry Case

Key Points

ଯୌତୁକରେ ମିଳିଲାନି ବୁଲେଟ୍
ବିବାହର ୨୪ ଘଣ୍ଟାରେ ନବବଧୁକୁ ବାହାର କଲେ ସ୍ୱାମୀ
କାନପୁରରେ ଦେଖିବାକୁ ମିଳିଛି ଏମିତି ଘଟଣା
ଯୌତୁକରେ ଆଣିଲେନି ବୁଲେଟ୍‌ ଗାଡ଼ି କିମ୍ବା ୨ ଲକ୍ଷ ଟଙ୍କା । ଶେଷରେ ବିବାହର ୨୪ ଘଣ୍ଟା ମଧ୍ୟରେ ନବବିବାହିତା ସ୍ତ୍ରୀକୁ ଘରୁ ବାହାର କରିଦେଲେ ତାଙ୍କ ସ୍ବାମୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁରରେ । ମିଳିଥିବା ସୂଚନା ଅନୁସାରେ, ନବବିବାହିତା କନ୍ୟାଙ୍କୁ ତାଙ୍କ ପରିବାର ଲୋକଙ୍କୁ ବୁଲେଟ୍ କିମ୍ବା ୨ ଲକ୍ଷ ଟଙ୍କା ମାଗିବାକୁ ତାଙ୍କ ସ୍ବାମୀ କହିଥିଲେ । କିନ୍ତୁ କନ୍ୟାଜଣଙ୍କ ଏମିତି କରିବାକୁ ମନା କରିବାରୁ ତାଙ୍କୁ ସ୍ବାମୀ ଘରୁ ବାହାର କରି ଦେଇଛନ୍ତି ।

ମୁସଲିମ ରୀତି ଅନୁସାରେ ବିବାହ

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉତ୍ତର ପ୍ରଦେଶର କାନପୁରର ଜୁହି ଅଞ୍ଚଳର ବାସିନ୍ଦା ଲୁବନା ଏବଂ ମହମ୍ମଦ ଇମ୍ରାନ ନଭେମ୍ବର ୨୯ ତାରିଖରେ ମୁସଲିମ ରୀତି ଅନୁସାରେ ବିବାହ କରିଥିଲେ। ଲୁବନା ପରଦିନ ଏକ ନୂତନ ଜୀବନର ସ୍ୱପ୍ନ ନେଇ ତାଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲେ । କିନ୍ତୁ ସେ ଜାଣି ନଥିଲେ ଯେ ମାତ୍ର ୨୪ ଘଣ୍ଟା ଭିତରେ ତାଙ୍କ ସ୍ବାମୀ ତାଙ୍କୁ ଘରୁ ବାହାର କରିଦେବେ ।

ରିପୋର୍ଟ ଅନୁଯାୟୀ, ଲୁବନା ପହଞ୍ଚିବା ମାତ୍ରେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏକ ବୁଲେଟ୍‌ ଗାଡ଼ି ପାଇଁ ଟଙ୍କା ମାଗିବାକୁ କହିଥିଲେ । ସାରା ପରିବାର ଲୁବନାଙ୍କୁ ତାଙ୍କ ସ୍ୱାମୀ ଇମ୍ରାନଙ୍କ ପାଇଁ କିଛି ଆଣି ନଥିବା ଅଭିଯୋଗ କରିଥିଲେ ।

ଲୁବନା କହିଛନ୍ତି, "ଆମେ ଘରକୁ ପହଞ୍ଚିବା ମାତ୍ରେ ଝଗଡ଼ା ଆରମ୍ଭ ହୋଇଗଲା । ସେମାନେ କହିଲେ, 'ତୁମର ବୁଲେଟ୍ ବାଇକ୍ ନାହିଁ, ତେଣୁ ଘରକୁ ଯାଇ ୨ ଲକ୍ଷ ଟଙ୍କା ଆଣ।'" ଲୁବନା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକ ସେ ପିନ୍ଧିଥିବା ଅଳଙ୍କାର ଏବଂ ତାଙ୍କ ପରିବାର ଦ୍ୱାରା ଦିଆଯାଇଥିବା ଟଙ୍କା ମଧ୍ୟ ଛଡ଼ାଇ ନେଇଥିଲେ । ଏହା ପରେ ସେମାନେ ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ ଏବଂ ଟଙ୍କା ଆଣିବାକୁ କହି ଘରୁ ବାହାର କରିଦେଲେ ବୋଲି ଲୁବନା ଅଭିଯୋଗ କରିଛନ୍ତି ।

ତେବେ ଝିଅ ଘରକୁ ଫେରିବା ନେଇ ଲୁବନାଙ୍କ ପିତା କହିଛନ୍ତି, "ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଲୁବନା ଆମ ଘରକୁ ଆସିଥିଲେ । ଯେତେବେଳେ ମୁଁ ତାଙ୍କୁ ଏହି ସରପ୍ରାଇଜ୍‌ ଭିଜିଟ୍‌ ବିଷୟରେ ପଚାରିଲି, ସେ କାନ୍ଦିବାକୁ ଲାଗିଲେ ଏବଂ ସବୁକିଛି ମୋତେ କହିଲେ''।

ପରିବାର ଲୋକେ ଦାବି କରିଛନ୍ତି ଯେ ସେମାନେ ତାଙ୍କ ଝିଅର ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଲୁବନାଙ୍କ ପରିବାର ଇମ୍ରାନଙ୍କ ପରିବାରକୁ ସୋଫା ସେଟ୍, ଟେଲିଭିଜନ, ୱାସିଂ ମେସିନ୍, ଡ୍ରେସିଂ ଟେବୁଲ୍, କୁଲର୍, ଡିନର୍‌ ସେଟ୍‌, ପୋଷାକ, ଷ୍ଟିଲ୍‌, ପିତ୍ତଳରେ ନିର୍ମିତ ରୋଷେଇ ସାମଗ୍ରୀ ଏବଂ ଆହୁରି ଅନେକ କିଛି ଦେଇଥିଲେ ।
ଲୁବନାଙ୍କ ମାଆ କହିଛନ୍ତି, "ବିବାହ ପୂର୍ବରୁ ସେ ବାଇକ୍ ମାଗି ନଥିଲେ। ଯଦି ସେ ପୂର୍ବରୁ ମାଗିଥାନ୍ତେ, ତେବେ ଆମେ ହୁଏତ ବିବାହ ପାଇଁ ଆଗକୁ ବଢ଼ି ନଥାନ୍ତୁ।" ସେ ଆହୁରି କରିଛନ୍ତି ଯେ ପରିବାର ତାଙ୍କ ଝିଅର ବିବାହ ଏବଂ ତା'ର ଭରଣପୋଷଣ ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । ବର୍ତ୍ତମାନ ସେମାନେ ନ୍ୟାୟ ଏବଂ ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କା ଫେରି ପାଇବାକୁ ଚାହୁଁଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kanpur Shocker: Husband Throws Out Newlywed Wife for Not Bringing Bullet Bike or ₹2 Lakh | Argus News