Crime News / ତୃତୀୟ ସ୍ୱାମୀଙ୍କୁ ଲଗାଇଲେ ଚୂନା ! ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର!
·35 mins ago·2 min read

Key Points
ପ୍ରଥମେ ଦୁଇଟି ବିବାହ, ତା’ପରେ ତୃତୀୟ ସ୍ୱାମୀଙ୍କୁ ଚୂନା!
୧୫ ଲକ୍ଷର ଅଳଙ୍କାର ଓ ୧ ଲକ୍ଷ ଟଙ୍କା ନେଇ ମହିଳା ଫେରାର !
୮ ଜଣଙ୍କ ବିରୋଧରେ ମାମଲା କରି ତଦନ୍ତ ଚଳାଇଛି ପୋଲିସ୍
ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏହି ଘଟଣା

କାନପୁର: ପ୍ରଥମେ ଦୁଇଟି ବିବାହ କରିଥିଲେ ପରେ ପୁଣି ତୃତୀୟ ବିବାହ କରି ନୂଆ ସ୍ୱାମୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଗଲେ ଯୁବତୀ। ତ୍ତରପ୍ରଦେଶର କାନପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା। ଏହି ମହିଳାଙ୍କ ନାଁ ପ୍ରଗତି ବିଶ୍ୱକର୍ମା। ତାଙ୍କ ତୃତୀୟ ସ୍ୱାମୀ ବିଶାଲ ବିଶ୍ୱକର୍ମା ଏହି ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ଏବେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
କାନପୁରର ବାର୍ରା ଅଞ୍ଚଳରେ ରହୁଥିବା ଅଟୋ ଫାଇନାନ୍ସ ବ୍ୟବସାୟୀ ବିଶାଲ ୨୦୨୫ରେ ପ୍ରଗତିଙ୍କୁ ବିବାହ କରିଥିଲେ। ଏକ ବଡ଼ ଗେଷ୍ଟ ହାଉସ୍ରେ ଧୁମ୍ଧାମ୍ରେ ବିବାହ ହୋଇଥିଲା। ବିବାହର ସମସ୍ତ ଖର୍ଚ୍ଚ ବିଶାଲ ଉଠାଇଥିବା ବେଳେ ପତ୍ନୀଙ୍କ ପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ତିଆରି କରାଇଥିଲେ।
ବିଶାଲଙ୍କ କହିବା ଅନୁସାରେ, ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ଠାକ୍ ଚାଲିଥିଲା। କିନ୍ତୁ ପରେ ପ୍ରଗତିଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା। ସେ ଅଧିକାଂଶ ସମୟ ଫୋନ୍ରେ କାହା ସହ କଥା ହେଉଥିବା ନେଇ ବିଶାଲ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ ସମାଧାନ ହୋଇନଥିଲା।
ପଢନ୍ତୁ ଏହି ଖବର: କାର୍ ଛାତ ଉପରେ ବସି ପିଉଥିଲେ ବିୟର, ଭାଇରାଲ୍ ହେଲା ଭିଡିଓ,ତାପରେ...
ତେବେ ୨୦୨୬ ଜୁନ୍ରେ ଘଟଣା ନୂଆ ମୋଡ଼ ନେଇଥିଲା। ଅଭିଯୋଗ ଅନୁସାରେ, ପ୍ରଗତି ଘରୁ ପ୍ରାୟ ୧.୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ୧ ଲକ୍ଷ ଟଙ୍କା ନଗଦ ନେଇ ଚାଲିଯାଇଥିଲେ। ଏହାପରେ ବିଶାଲ ତାଙ୍କୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ ପ୍ରଗତିଙ୍କ ପୂର୍ବ ଜୀବନ ବିଷୟରେ ଖୋଳତାଡ଼ ଆରମ୍ଭ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେତେବେଳେ ତାଙ୍କୁ ମିଳିଥିଲା ଚମକାଇଦେବା ଭଳି ତଥ୍ୟ। ବିଶାଲଙ୍କ ଅଭିଯୋଗ ଅନୁସାରେ, ପ୍ରଗତିଙ୍କ ପ୍ରଥମ ବିବାହ ୨୦୧୭ରେ କାନପୁରର ସୋନୁ ବିଶ୍ୱକର୍ମାଙ୍କ ସହ ହୋଇଥିଲା। ଏହାର କିଛି ମାସ ପରେ, ସେହି ବର୍ଷ ଜୁନ୍ରେ ଇଟାୱାର ସୁମିତ ବାଥମଙ୍କୁ ମଧ୍ୟ ବିବାହ କରିଥିବା ଜଣାପଡ଼ିଥିବା ସେ ଦାବି କରିଛନ୍ତି। ଏହି ଦୁଇଟି ବିବାହ ଆର୍ଯ୍ୟ ସମାଜ ମନ୍ଦିରରେ ହୋଇଥିବା ଏବଂ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଛି। ତେବେ ପୂର୍ବ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ହୋଇଥିଲା କି ନାହିଁ, ତାହା ବିଶାଲ ଜାଣିନଥିବା କହିଛନ୍ତି।
ଏହି ଘଟଣାରେ ଆଉ ଏକ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ପୂର୍ବ ବିବାହ ବିଷୟରେ ପଚାରିବାକୁ ବିଶାଲ ତାଙ୍କ ସାନ ଭାଇଙ୍କ ସହ ଶ୍ୱଶୁର ଘରକୁ ଯାଇଥିବା ବେଳେ ପ୍ରଗତି, ତାଙ୍କ ବାପା ଓ ଅନ୍ୟ ପରିବାର ସଦସ୍ୟ ମିଶି ଉଭୟଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଏହାପରେ ବିଶାଲ ବାର୍ରା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପ୍ରଗତି ଓ ତାଙ୍କ ବାପାଙ୍କ ସମେତ ମୋଟ ୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଡିସିପି ଦେବେନ୍ଦ୍ର ନାଥ ଚୌଧୁରୀଙ୍କ ସୂଚନା ଅନୁସାରେ, ଅଭିଯୋଗର ଆଧାରରେ ରିପୋର୍ଟ ଦାଖଲ ହୋଇଛି ଏବଂ ସମ୍ପୃକ୍ତ ପକ୍ଷଙ୍କୁ ପଚରାଉଚରା କରାଯାଉଛି।