Videos
|
National

Kareena Kapoor Khan Regrets / ଏବେ ଅନୁତାପ କରୁଛନ୍ତି କରୀନା କପୁର୍ ଖାନ୍ ,ଜାଣନ୍ତୁ କାହିଁଙ୍କି?

Bikash Mohanty
Browse all articles by Bikash Mohanty
·1 hour ago·2 min read
ଏବେ ଅନୁତାପ କରୁଛନ୍ତି କରୀନା କପୁର୍ ଖାନ୍ ,ଜାଣନ୍ତୁ କାହିଁଙ୍କି?
Kareena

Key Points

ଅନୁତାପ କଲେ ବଲିଉଡ ଅଭିନେତ୍ରୀ କରୀନା କପୁର୍ ଖାନ୍
ଶିକ୍ଷା ଅଧୁରା ରହିଯାଇଥିବାରୁ ଅନୁତାପ କରିଛନ୍ତି କରୀନା
କରୀନା ଚାହାଁନ୍ତି ତାଙ୍କର ଦୁଇ ପୁଅ ନିଜ ପାଠପଢ଼ା ସମ୍ପୂର୍ଣ୍ଣ କରନ୍ତୁ


ମୁମ୍ବାଇ,୦୪/୦୯: ଅନୁତାପ କଲେ ବଲିଉଡ ଅଭିନେତ୍ରୀ କରୀନା କପୁର୍ ଖାନ୍। କରୀନା କପୁର୍ ଖାନ୍ ଯାହାଙ୍କ ଅଭିନୟର ଯାଦୁରେ ଦର୍ଶକ ସବୁବେଳେ ମନ୍ତ୍ରମୁଗ୍ଧ ହୋଇଥାଆନ୍ତି। ଯେଉଁ କପୁର ପରିବାରର ୪ ପିଢ଼ି ସିନେମା ଜଗତରେ ରାଜ୍ କରିଆସୁଛନ୍ତି। ଏବେ କରୀନା କପୁର ଖାନ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ବଡ଼ କଥା ସାମ୍ନାକୁ ଆଣିଛନ୍ତି। ଅଭିନୟ ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିଜ ଶିକ୍ଷା ଅଧୁରା ରହିଯାଇଥିବାରୁ ଅନୁତାପ ଥିବା କହିଛନ୍ତି କରୀନା।

କପୁର ଖାନଦାନରେ ଶିକ୍ଷାଗତ ଯୋଗ୍ୟତା କଥା କହିବାକୁ ଗଲେ, କେବଳ ପୃଥ୍ୱୀରାଜ କପୁର ଏବଂ ଆଦିତ୍ୟ ରାଜ କପୁର ହିଁ ସେମାନଙ୍କର ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ। ବାକି ଅଧିକାଂଶ ସଦସ୍ୟ ଅଭିନୟ ଦୁନିଆକୁ ଆପଣେଇବା ପାଇଁ ପାଠପଢ଼ାକୁ ମଝିରୁ ଅଧାରେ ଛାଡ଼ିଥିଲେ। ଏହି ତାଲିକାରେ ସାମିଲ ଅଛନ୍ତି କରୀନା। ସେ ବି.କମ୍.ରେ ନାମ ଲେଖାଇଥିଲେ ମଧ୍ୟ ଏକାଦଶ ଶ୍ରେଣୀ ପରେ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲେ।

ପଢନ୍ତୁ ଏହି ଖବର: ବ୍ଳକ୍ ବ୍ଲଷ୍ଟର ହେଲା 'ହନୁମାନ ଅଂଶ', ନିର୍ଦ୍ଦେଶକ କହିଲେ ଆସିବ ଦ୍ୱିତୀୟ ଭାଗ

ଏକ ପଡକାଷ୍ଟରେ ଏହି କଥାକୁ ନେଇ ନିଜର ମନର ଭାବନା ପ୍ରକାଶ କରି କରୀନା କହିଛନ୍ତି"ମୁଁ କେବେ ମୋର ପାଠପଢାକୁ ସମାପ୍ତ କରିପାରିଲିନି, ଏବଂ ଏହା ଏପରି କିଛି ଯାହା ସବୁବେଳେ ମୋ ସହିତ ଜଡିତ ରହିଛି। ସୁଯୋଗ ଥିଲେ ମଧ୍ୟ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି ଏବଂ ଏକାଦଶ ଶ୍ରେଣୀ ପରେ ଆଉ ପାଠ ପଢ଼ିଲିନି। ଲୋକେ ଏହାକୁ ନେଇ ଉପହାସ କରିପାରନ୍ତି,ଯାହା ଇଚ୍ଛା ତାହା କହିପାରନ୍ତି,କିନ୍ତୁ ମୋତେ ଜଣେ ଅଭିନେତା ଭାବରେ ନିଜକୁ ପ୍ରମାଣିତକରିବାକୁ ଥିଲା । ଏଥିପାଇଁ ମୁଁ ମୋ ହୃଦୟକୁକଥାକୁ ଆଗ ଶୁଣିଥିଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିଜେ ଉଚ୍ଚଶିକ୍ଷା ଗ୍ରହଣ କରିନଥିଲେ ମଧ୍ୟ କରୀନା ଚାହାଁନ୍ତି ଯେ, ତାଙ୍କର ଦୁଇ ପୁଅ ତୈମୁର ଏବଂ ଜେହ ପ୍ରଥମେ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରନ୍ତୁ ଏବଂ ତା'ପରେ ନିଜ ପସନ୍ଦର କ୍ୟାରିୟର ବାଛନ୍ତୁ।ତାଙ୍କ ପୁଅ  ତୈମୁର ଖେଳ ପ୍ରତି ଅଧିକ ଆଗ୍ରହୀ ଏବଂ ବର୍ତ୍ତମାନ ଜଣେ କ୍ରିକେଟର କିମ୍ବା ଫୁଟବଲ୍ ଖେଳାଳି ହେବାର ସ୍ୱପ୍ନ ଦେଖୁଛନ୍ତି ବୋଲି କରୀନା କହିଛନ୍ତି।

  କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ଟସନରେ ଏକାଠି କାମ କରିବା ପରେ ଡେଟିଂ ଆରମ୍ଭ କରିଥିଲେ ଏବଂ ୧୬ ଅକ୍ଟୋବର ୨୦୧୨ରେ ବିବାହ କରିଥିଲେ। ସେମାନେ ଡିସେମ୍ବର ୨୦, ୨୦୧୬ରେ ସେମାନଙ୍କର ପ୍ରଥମ ପୁଅ ତୈମୁର ଅଲ୍ଲୀ ଖାନ ଜନ୍ମ ହୋଇଥିଲା। ପରେ ୨୧ ଫେବୃଆରୀ ୨୦୨୧ରେ ସେମାନଙ୍କର ସାନ ପୁଅ ଜେହ ଅଲ୍ଲୀ ଖାନ ଜନ୍ମ ହୋଇଥିଲେ।  ଅଭିଷେକ ବଚ୍ଚନଙ୍କ ବିପକ୍ଷରେ ଜେ.ପି. ଦତ୍ତାଙ୍କ ଫିଲ୍ମ 'ରିଫ୍ୟୁଜି' ୨୦୦୦ ମସିହାରେ ବଲିଉଡରେ ଡେବ୍ୟୁ କରିଥିଲେ କରୀନା, ବର୍ତ୍ତମାନ ଟ୍ରାକ୍ ବଦଳାଇଛନ୍ତି ଅଭିନେତ୍ରୀ। ରେମାଣ୍ଟିକ ଇମୋସନାଲ ନୁହେଁ ବରଂ କ୍ରାଇମ୍-ଆକ୍ସନ୍-ଥ୍ରିଲର୍ ଫିଲ୍ମ 'ଦାୟରା' ଜରିଆରେ ପରଦାକୁ ଫେରୁଛନ୍ତି କରୀନା