Kareena Expose / ଧଳା ବିକିନି ପିନ୍ଧି ସୈଫଙ୍କ ସହ ରୋମାଣ୍ଟିକ ହୋଇଗଲେ କରୀନା ଏବଂ କହିଲେ, ତୁମ ବିନା...

Key Points
ଧଳା ବିକିନି ପିନ୍ଧି ସୈଫ ଅଲ୍ଲୀ ଖାନଙ୍କ ସହ ହେଲେ ରୋମାଣ୍ଟିକ
ବଲିଉଡର 'ଛୋଟ ନବାବ ସୈଫଙ୍କ ଜନ୍ମଦିନ
ମୁମ୍ବାଇ,୧୬/୦୮: ବଲିଉଡର 'ଛୋଟ ନବାବ' ତଥା ପଟୌଦି ପରିବାରର ମୁଖ୍ୟ ସୈଫ୍ ଅଲ୍ଲୀ ଖାନ ଆଜି ଅଗଷ୍ଟ ୧୬ ତାରିଖରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ ତାଙ୍କ ଜୀବନର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୈଫ୍ଙ୍କ ଏହି ସ୍ୱତନ୍ତ୍ର ଦିନକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ତାଙ୍କ ଜୀବନସାଥୀ ତଥା ବଲିଉଡ ଅଭିନେତ୍ରୀ କରିନା କପୁର ଖାନ। ସ୍ୱାମୀଙ୍କ ଜନ୍ମଦିନରେ କରିନା ସୋସିଆଲ ମିଡିଆରେ କିଛି ଅଣଦେଖା ତଥା ରୋମାଣ୍ଟିକ ଛୁଟିଦିନର ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଇଣ୍ଟରନେଟ୍ରେ ଧମାକା ସୃଷ୍ଟି କରିଛି।
କରିନାଙ୍କ ବୋଲ୍ଡ ବିକିନି ଲୁକ୍
ସୈଫ୍ଙ୍କ ଜନ୍ମଦିନରେ କରିନା ଛୁଟିଦିନର ଅନେକ ସୁନ୍ଦର ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ, କିନ୍ତୁ ଏଥିରେ କରିନାଙ୍କ ବୋଲ୍ଡ ବିକିନି ଲୁକ୍ ସମଗ୍ର ଲାଇମଲାଇଟ୍ ଚୋରି କରି ନେଇଛି। ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ କରିନା ଏକ ଆକର୍ଷଣୀୟ ଧଳା ବିକିନିରେ ନଜର ଆସିଛନ୍ତି। ଏହି ଲୁକ୍ ସାଙ୍ଗକୁ ସେ କଳା ରଙ୍ଗର ସନଗ୍ଲାସ୍ ପିନ୍ଧିଥିବା ଦେଖିବାକୁ ମିଳିଛି। ପବନରେ ଉଡ଼ୁଥିବା ତାଙ୍କ କେଶ ଏବଂ ଟ୍ରେଣ୍ଡି ଅନ୍ଦାଜ ତାଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି।
ଏହି ଫଟୋଗୁଡ଼ିକରେ କରିନା ନିଜର ଫିଗରକୁ ବେଶ ଆକର୍ଷଣୀୟ ଭାବେ ପ୍ରଦର୍ଶନ କରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀଙ୍କ ଏହି ବୋଲ୍ଡ ଏବଂ ଗ୍ଲାମରସ୍ ଅବତାର ଦେଖି ପ୍ରଶଂସକମାନେ ପାଗଳ ହୋଇଯାଇଛନ୍ତି ଏବଂ ସୋସିଆଲ ମିଡିଆରେ କମେଣ୍ଟର ବର୍ଷା କରିଛନ୍ତି।
ରୋମାଣ୍ଟିକ ମୁମେଣ୍ଟ ଓ ଲଙ୍ଗ୍ ଡ୍ରାଇଭ୍
କେବଳ ବୋଲ୍ଡ ଫଟୋ ନୁହେଁ, ବରଂ ଜନ୍ମଦିନର ହିରୋ ସୈଫ୍ ଅଲ୍ଲୀ ଖାନଙ୍କ ସହ କରିନା କିଛି ମଜାଦାର ଏବଂ କ୍ୟୁଟ୍ ପୋଜ୍ ମଧ୍ୟ ଦେଇଛନ୍ତି। ଉଭୟେ ଏକାଠି ଏକ ଲଙ୍ଗ୍ ଡ୍ରାଇଭ୍ ମଧ୍ୟ ଉପଭୋଗ କରିଛନ୍ତି। ଫଟୋଗୁଡ଼ିକରେ ଉଭୟଙ୍କ କେମିଷ୍ଟ୍ରି ଏତେ ଜବରଦସ୍ତ ଦେଖାଯାଉଛି ଯେ, ସେମାନେ ପ୍ରକୃତରେ ପରସ୍ପର ପାଇଁ ତିଆରି ହୋଇଛନ୍ତି ବୋଲି ପ୍ରଶଂସକମାନେ ମତ ଦେଉଛନ୍ତି।
ପଢନ୍ତୁ ଏହି ଖବର:କିଆରାଙ୍କୁ ନେଇ ଚିନ୍ତାରେ ଥିଲେ ସୁପରଷ୍ଟାର ୟଶ୍
କହିଲେ ମନର କଥା
ସୈଫ୍ଙ୍କ ସହ ସୁନ୍ଦର ମୁହୂର୍ତ୍ତର ଫଟୋଗୁଡ଼ିକ ଶେୟାର କରି କରିନା କ୍ୟାପସନରେ ଲେଖିଛନ୍ତି, "ମୋର ସବୁଦିନ ପାଇଁ 'ରାଇଡ୍ ଅର ଡାଏ' ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା! ତୁମ ବିନା ଜୀବନ ବହୁତ ବୋରିଂ ହୋଇଥାନ୍ତା. ଏହାସହ କରିନା ହସି ହସି ଆହୁରି ମଧ୍ୟ ଲେଖିଛନ୍ତି ଯେ, ସେ ଏହି ପୋଷ୍ଟରେ ଥିବା ସମସ୍ତ ଫଟୋକୁ ବ୍ୟକ୍ତିଗତ ଭାବରେ ଅନୁମୋଦନ କରିଛନ୍ତି। ଯେତେବେଳେ ସେ ସୈଫ୍ଙ୍କ ଫଟୋ ପୋଷ୍ଟ କରନ୍ତି, ସେତେବେଳେ ସୈଫ୍ ମଧ୍ୟ ଏହାକୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ପଟୌଦି ଦମ୍ପତିଙ୍କ ଏହି ଭାଇରାଲ୍ ଫଟୋ ଏବଂ ଜନ୍ମଦିନର ପୋଷ୍ଟ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଥିବାବେଳେ, ପ୍ରଶଂସକ ଏବଂ ସେଲିବ୍ରିଟିମାନେ ସୈଫ୍ ଅଲ୍ଲୀ ଖାନଙ୍କୁ ଜନ୍ମଦିନର ଅନେକ ଶୁଭକାମନା ଜଣାଉଛନ୍ତି।
ବଲିଉଡର 'ଛୋଟ ନବାବ' ତଥା ପଟୌଦି ପରିବାରର ମୁଖ୍ୟ ସୈଫ୍ ଅଲ୍ଲୀ ଖାନ ଆଜି ଅଗଷ୍ଟ ୧୬ ତାରିଖରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ଆଜି ସେ ତାଙ୍କ ଜୀବନର ୫୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୈଫ୍ଙ୍କ ଏହି ସ୍ୱତନ୍ତ୍ର ଦିନକୁ ଆହୁରି ସ୍ୱତନ୍ତ୍ର କରିଛନ୍ତି ତାଙ୍କ ଜୀବନସାଥୀ ତଥା ବଲିଉଡ ଅଭିନେତ୍ରୀ କରିନା କପୁର ଖାନ। ସ୍ୱାମୀଙ୍କ ଜନ୍ମଦିନରେ କରିନା ସୋସିଆଲ ମିଡିଆରେ କିଛି ଅଣଦେଖା ତଥା ରୋମାଣ୍ଟିକ ଛୁଟିଦିନର ଫଟୋ ସେୟାର କରିଛନ୍ତି, ଯାହା ବର୍ତ୍ତମାନ ଇଣ୍ଟରନେଟ୍ରେ ଧମାକା ସୃଷ୍ଟି କରିଛି।କରିନାଙ୍କ ବୋଲ୍ଡ ବିକିନି ଲୁକ୍ ଚୋରି କଲା ଲାଇମଲାଇଟ୍
📱 Get Argus News App
✨Related Topics
Explore more stories