Videos
|
National

Kiara Advani / କିଆରାଙ୍କୁ ନେଇ ଚିନ୍ତାରେ ଥିଲେ ସୁପରଷ୍ଟାର ୟଶ୍

Bikash Mohanty
Browse all articles by Bikash Mohanty
·4 hours ago·2 min read
କିଆରାଙ୍କୁ ନେଇ ଚିନ୍ତାରେ ଥିଲେ ସୁପରଷ୍ଟାର ୟଶ୍
KIARA

Key Points

କିଆରାଙ୍କ ଗର୍ଭାବସ୍ଥାକୁ ନେଇ ଚିନ୍ତାରେ ଥିଲେ ୟଶ୍
କହିଲେ “ଆମେ ବାଉନସର୍ ଓ ବଡିଗାର୍ଡ ସାଜି ବୁଲୁଥିଲୁ”
ମୁମ୍ବାଇ,୧୫/୦୮: ବଲିଉଡ୍ ଅଭିନେତ୍ରୀ କିଆରା ଖୁବଶୀଘ୍ର ବଡ଼ ପରଦାରେ ଏକ ବଡ଼ ଧମକା ସହ ଫେରୁଛନ୍ତି । ସେ ଆଗାମୀ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଟକ୍ସିକ୍: ଏ ଫେରିଟେଲ୍ ଫର ଗ୍ରୋନ୍-ଅପ୍ସ’ ରେ ସୁପରଷ୍ଟାର ଯଶଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ସାମ୍ପ୍ରତିକ ଏକ ଅଡିଓ ଲଞ୍ଚ୍ ଇଭେଣ୍ଟରେ ୟଶ୍ କିଆରାଙ୍କ କାମ ପ୍ରତି ନିଷ୍ଠା ଏବଂ ପରିଶ୍ରମକୁ ପ୍ରଶଂସା କରିବା ସହ ସେଟ୍ରେ ତାଙ୍କ ଗର୍ଭାବସ୍ଥା ସମୟର କିଛି ରୋଚକ ଓ କଥା ସେୟାର କରିଛନ୍ତି ।

‘ଆମେ ବାଉନସର୍ ଓ ବଡିଗାର୍ଡ ସାଜିଥିଲୁ’
ୟଶ୍ କହିଛନ୍ତି ଯେ ଫିଲ୍ମର ସୁଟିଂ ଅତ୍ୟନ୍ତ କଠିନ ଥିଲା, ବିଶେଷ କରି ବର୍ଷା ଏବଂ ଆକ୍ସନ୍ ଦୃଶ୍ୟଗୁଡ଼ିକ ପାଇଁ କିଆରାଙ୍କୁ ବେଶ୍ ପରିଶ୍ରମ କରିବାକୁ ପଡ଼ିଥିଲା । କିଆରା ଗର୍ଭବତୀ ଥିବା ସତ୍ତ୍ବେ ଫିଲ୍ମ ପାଇଁ ନିଜର ଶତପ୍ରତିତ ପ୍ରତିବଦ୍ଧତା ଦେଖାଇଥିଲେ । ମଜାଳିଆ ଅନ୍ଦାଜରେ ଯଶ କହିଛନ୍ତି, “କିଆରାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ନେଇ ମୁଁ ଏବଂ ଡାଇରେକ୍ଟର୍ ଗୀତୁ ମୋହନଦାସ୍ ସବୁବେଳେ ବେଶ୍ ସତର୍କ ରହୁଥିଲୁ । ସେଟ୍‌ରେ ଆମେ ଦୁହେଁ ପ୍ରାୟତଃ ତାଙ୍କର ‘ବାଉନସର୍ ଏବଂ ବଡିଗାର୍ଡ’ ଭଳି ଯତ୍ନ ନେଉଥିଲୁ ।” କିଆରାଙ୍କ ଏହି ପରିଶ୍ରମ ଫିଲ୍ମଟିକୁ ଆହୁରି ସ୍ୱତନ୍ତ୍ର କରିଛି ବୋଲି ୟଶ୍ ମତ ପ୍ରକାଶ କରିଛନ୍ତି ।

ଫିଲ୍ମର ‘ତବାଇ’ ଗୀତ ରିଲିଜ୍ ହେବା ପରେ କିଆରାଙ୍କୁ ସୋସିଆଲ ମିଡିଆରେ କିଛିମାତ୍ରାରେ ସମାଲୋଚନା ଓ ଟ୍ରୋଲ୍‌ର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଗୀତରେ ୟଶ୍ ଏବଂ କିଆରାଙ୍କ ମଧ୍ୟରେ କିଛି ଇଣ୍ଟିମେଟ୍ ସିନ୍ ଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଥିଲା । କିନ୍ତୁ ପରେ ଫିଲ୍ମର ଟ୍ରେଲର୍ ଆସିବା ପରେ ଦର୍ଶକମାନେ କିଆରାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରିଥିଲେ । ପୂର୍ବରୁ ଏକ ଇଭେଣ୍ଟରେ ୟଶ୍ ମଧ୍ୟ କିଆରାଙ୍କ ସପକ୍ଷରେ ବାହାରି କହିଥିଲେ ଯେ ଜଣେ କଳାକାର ନିଜର ଆସ୍ଥା ଓ ନିଷ୍ଠା ଅନୁସାରେ କାମ କରିବା ଉଚିତ୍ ଏବଂ ସମୟ ସାଙ୍ଗକୁ ଦର୍ଶକମାନେ ଏହାକୁ ଗ୍ରହଣ ମଧ୍ୟ କରନ୍ତି।

ପଢନ୍ତୁ ଏହି ଖବର: ରୁମରେ ଗୋଟିଏ ବିଛଣା ଥିଲା ଏବଂ ମୁଁ ନର୍ଭସ ହୋଇଗଲି, ପୂଜା କହିଲେ ମନର କଥା

କେବେ ରିଲିଜ୍ ହେବ ‘ଟକ୍ସିକ୍’ ?
ଗୀତୁ ମୋହନଦାସ୍‌ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗ୍ୟାଙ୍ଗଷ୍ଟର ଆକ୍ସନ୍ ଡ୍ରାମା ଫିଲ୍ମରେ ଯଶ ଏକ ଡବଲ୍ ରୋଲ୍‌ରେ ନଜର ଆସିବେ । ଏହି ଫିଲ୍ମରେ ୟଶ୍ ଓ କିଆରାଙ୍କ ବ୍ୟତୀତ ନୟନତାରା, ହୁମା କୁରେସି, ତାରା ସୁତାରିଆ ଏବଂ ରୁକ୍ମିଣୀ ବସନ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ବିଭିନ୍ନ କାରଣରୁ ଫିଲ୍ମର ରିଲିଜ୍ ତାରିଖ ବାରମ୍ବାର ଟଳିଥିଲା । ପୂର୍ବରୁ ଏହା ମାର୍ଚ୍ଚ ୧୯ ଏବଂ ପରେ ଜୁନ୍ ୪ରେ ଆସିବାର ଥିଲା, କିନ୍ତୁ ବର୍ତ୍ତମାନ ମେକର୍ସମାନେ ଏହାର ଚୂଡ଼ାନ୍ତ ବିଶ୍ୱବ୍ୟାପୀ ରିଲିଜ୍ ତାରିଖ ୨୬ ଅଗଷ୍ଟ ୨୦୨୬କୁ ସ୍ଥିର କରିଛନ୍ତି । କନ୍ନଡ଼ ଏବଂ ଇଂରାଜୀ ଭାଷାରେ ଏକସାଙ୍ଗେ ସୁଟିଂ ହୋଇଥିବା ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ ଏବଂ ମାଲାୟାଲମ୍‌ ଭାଷାରେ ମଧ୍ୟ ଡବ୍ ହୋଇ ମୁକ୍ତିଲାଭ କରିବ । ୨୦୨୨ର ବ୍ଲକବ୍ଲର୍ ପରଦା କମ୍ପାଇଥିବା ‘KGF ଚ୍ୟାପ୍ଟର ୨’ ପରେ ବଡ଼ ପରଦାରେ ଏହା ଯଶଙ୍କର ପରବର୍ତ୍ତୀ ବ୍ରହ୍ମାସ୍ତ୍ର ହୋଇଥିବାରୁ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: