Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ସାତ ବର୍ଷର ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା

National

ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ସାତ ବର୍ଷର ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା

Jitendra Dash
Browse all articles by Jitendra Dash
·2 years ago·1 min read
ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ ସାତ ବର୍ଷର ଜେଲ ଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା

ଅର୍ଗସ ବ୍ୟୁରୋ : ଏବେ ଖାଦ୍ୟକୁ ସୁନ୍ଦର କରିବା ପାଇଁ ଦେଇ ପାରିବେ ନାହିଁ ରଙ୍ଗ । ଏଭଳି ନିୟମ ଆଣିଲେ କର୍ଣ୍ଣାଟକ ସରକାର । କୃତ୍ରିମ ରଙ୍ଗରେ ପ୍ରସ୍ତୁତ ରଙ୍ଗୀନ କଟନ୍ କ୍ୟାଣ୍ଡି ଉପରେ ନିଷେଧାଦେଶ ଘୋଷଣା କରିଛନ୍ତି । ଜନସ୍ୱାସ୍ଥ୍ୟ ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ଏହି ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । 

ତେବେ ଗୋବି ମାଞ୍ଚୁରିଆନ୍‌ ଓ ବମ୍ବେ ଲଡୁରେ ଅତ୍ୟଧିକ ମାତ୍ରାରେ ରୋଡାମାଇନ୍-ବିର ବ୍ୟବହାର ହେଉଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ତେଣୁ ଏହି ରଙ୍ଗକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । ଯଦି ଏହି ନିର୍ଦ୍ଦେଶକୁ କେହି ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବ୍ୟକ୍ତିଙ୍କୁ ସାତ ବର୍ଷର ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ସହିତ ନିୟମ ଅନୁଯାୟୀ ଲାଇସେନ୍ସ ମଧ୍ୟ ବାତିଲ ହେବ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଦୁଇଟି ଖାଦ୍ୟ ପଦାର୍ଥର ନମୂନାରେ ହାନିକାରକ ରାସାୟନିକ ରଙ୍ଗ ମିଶି ଥିବା ମିଳିବା ପରେ କର୍ଣ୍ଣାଟକ ସରକାର ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ କର୍ଣ୍ଣାଟକରେ ଗୋବି ମାଞ୍ଚୁରିଆନ୍‌ ଓ କଟନ୍‌ କ୍ୟାଣ୍ଡି ତଥା ବମ୍ବେ ଲଡୁର ବିକ୍ରି ଉପରେ ପୂରାପରି ବ୍ୟାନ୍‌ ଲଗାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମନା କରିଛନ୍ତି।

Sponsored
Karnataka government bans Rhodamine-B food colour used in gobi manchurian | Argus News