Videos
|
National

Siddheshwara Temple Karnataka / ମନ୍ଦିରରେ ଚଢାଗଲା ଚାଦର; ହିନ୍ଦୁ ସଙ୍ଗଠନ ପକ୍ଷରୁ ଜୋରଦାର ବିରୋଧ ପରେ ବଢିଲା ଉତ୍ତେଜନା

Subhramjit Ray
Browse all articles by Subhramjit Ray
·1 hour ago·2 min read
ମନ୍ଦିରରେ ଚଢାଗଲା ଚାଦର; ହିନ୍ଦୁ ସଙ୍ଗଠନ ପକ୍ଷରୁ ଜୋରଦାର ବିରୋଧ ପରେ ବଢିଲା ଉତ୍ତେଜନା
Siddheshwara Temple Karnataka

Key Points

କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବିରାଜପେଟ ଅଞ୍ଚଳର ମାଲ୍ଡାରେ ଏବଂ ମାଟୁର ନିକଟରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଏକ କଥିତ ଚାଦର ଚଢାଇବା ଧାର୍ମିକ ରୀତିନୀତି କରାଯାଇଥିଲା। ଏହା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ତେଜନା ବ୍ୟାପି ଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମେତ ହିନ୍ଦୁ ସଙ୍ଗଠନ ଏହି ଘଟଣାରେ ପ୍ରତିବାଦ ଜଣାଇଥିଲେ।
Karnataka temple chadar offering controversy  ହିନ୍ଦୁ ମନ୍ଦିରରେ ଚାଦର ଚଢାଇବାକୁ ନେଇ ସୃଷ୍ଟି ହୋଇଛି ବିବାଦ। ଏହି ଘଟଣାକୁ ସାମ୍ନାକୁ ଆସିବା ପରେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯିବା ପରେ ବିବାଦ ତେଜିବାରେ ଲାଗିଛି। କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ବିରାଜପେଟ ସ୍ଥିତ ମଲ୍ଡାରେ ଏବଂ ମତ୍ତୁର ନିକଟରେ ଅବସ୍ଥିତ ଶ୍ରୀ ସିଦ୍ଧେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ମନ୍ଦିର ପରିସରରେ ଏକ ଇସଲାମୀୟ ଧାର୍ମିକ ରୀତିନୀତି ପାଳନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ବାସିନ୍ଦା ଏବଂ ହିନ୍ଦୁ ସଙ୍ଗଠନ ପକ୍ଷରୁ ଏହାର ଜୋରଦାର ବିରୋଧ କରାଯାଇଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏକ ଗୋଷ୍ଠୀ ଜଙ୍ଗଲ ରାସ୍ତା ଦେଇ ମନ୍ଦିର ପରିସରରେ ପ୍ରବେଶ କରି ଇସଲାମୀୟ ପରମ୍ପରା ଅନୁଯାୟୀ "ଚାଦର ଅର୍ପଣ" ପରି ଏକ ରୀତିନୀତି ପାଳନ କରିଥିବା ଅଭିଯୋଗ ହୋଇଛି। ଚାଦର ଚଢାଇବା ହେଉଛି ଏକ ରୀତିନୀତି ଯେଉଁଥିରେ ଏକ ମନ୍ଦିର କିମ୍ବା କବରରେ ଆନୁଷ୍ଠାନିକ ଭାବରେ ଚାଦର ଏବଂ ଫୁଲ ଅର୍ପଣ କରାଯାଏ। ସ୍ଥାନୀୟ ଲୋକ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ପ୍ରାର୍ଥନା ପୂର୍ବରୁ ମନ୍ଦିର ପରିସରରେ ଏକ କବର ଭଳି ସରଞ୍ଚନା ନିର୍ମାଣ ମଧ୍ୟ କରାଯାଇଥିଲା।

ଏହା ସହ ପଢନ୍ତୁ: ଶ୍ରରାମଙ୍କ ଭୂମିରୁ ମିଳିଲା ୩୫ ରୁ ଅଧିକ ବିରଳ ରାବଣ ପ୍ରତିମା; ତାଜୁବ ହୋଇଗଲା ASI

ହିନ୍ଦୁ ସଙ୍ଗଠନ ଆଣିଲା ଅଭିଯୋଗ
ଏହି ଘଟଣାର କଥିତ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକ ତାତି ଉଠିଛନ୍ତି। ଘଟଣାସ୍ଥଳେ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏକତୀରିତ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଏହି କାର୍ଯ୍ୟ ମନ୍ଦିରର ପବିତ୍ରତାକୁ ଉଲ୍ଲଂଘନ କରିଛି ଏବଂ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛି।

ସ୍ଥାନୀୟ ଲୋକ ବନ ବିଭାଗ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ ଯେ ହିନ୍ଦୁ ଭକ୍ତଙ୍କ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ମନ୍ଦିରକୁ ଛଡ଼ାଯାଏ। ହେଲେ କିପରି ଏହି ଗୋଷ୍ଠୀ ବିନା କୌଣସି ବାଧାରେ ମନ୍ଦିର ପରିସରରେ ପ୍ରବେଶ କରିଥିଲେ। ସେମାନେ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଅଞ୍ଚଳରେ ଥିବା ବନ ବିଭାଗର ସାଇନ୍ ବୋର୍ଡ଼ରେ ଆପତ୍ତିଜନକ ମନ୍ତବ୍ୟ ଲେଖାଯାଇଥିଲା।

ହିନ୍ଦୁ ସଙ୍ଗଠନ ଏହି ଘଟଣାରେ ସମ୍ପୃକ୍ତ ରହିଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ଦାୟୀ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣା ସିଦ୍ଧପୁର ଥାନା ଅଧିନରେ ଘଟିଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପରିସ୍ଥିତି ଉପରେ ନଜର ରଖିଛି। ପୋଲିସ ଏବଂ ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ଏହି ଘଟଣା ଉପରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: