Videos
|
National

Milk Price Hike / ୮ ଟଙ୍କା ପର୍ଯ୍ୟନ୍ତ ବଢ଼ିବ କ୍ଷୀର ଦର, ଏହି ରାଜ୍ୟରେ ସରକାର ଦେଲେ ମଞ୍ଜୁରି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୮ ଟଙ୍କା ପର୍ଯ୍ୟନ୍ତ ବଢ଼ିବ କ୍ଷୀର ଦର, ଏହି ରାଜ୍ୟରେ ସରକାର ଦେଲେ ମଞ୍ଜୁରି
Milk Price Hike

Key Points

କର୍ଣ୍ଣାଟକରେ ବଢ଼ିବ କ୍ଷୀର ଦର
ଲିଟର ପିଛା ୮ ଟଙ୍କା ବୃଦ୍ଧିକୁ କ୍ୟାବିନେଟ୍ ମଞ୍ଜୁରି
ସାଧାରଣ ଲୋକଙ୍କୁ ମହଙ୍ଗା ଝଟକା
କର୍ଣ୍ଣାଟକରେ ବଢ଼ିବ କ୍ଷୀରର ଦର । ରାଜ୍ୟ କ୍ୟାବିନେଟ୍ ବୈଠକରେ କ୍ଷୀର ଦର ବୃଦ୍ଧି ପ୍ରସ୍ତାବ ଉପରେ ଆଲୋଚନା ପରେ ଲିଟର ପିଛା ୮ ଟଙ୍କା ପର୍ଯ୍ୟନ୍ତ ଦର ବଢ଼ାଇବାକୁ ମଞ୍ଜୁରି ମିଳିଛି । ତେବେ ନୂଆ ଦର କେବେଠାରୁ ଲାଗୁ ହେବ, ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିନାହିଁ । 

କ୍ଷୀର ଦର ବୃଦ୍ଧିକୁ ନେଇ ମିଲ୍କ ୟୁନିୟନଗୁଡ଼ିକ ଖୁସି ଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଭାବେ ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିବ । କ୍ଷୀର ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦର ବୃଦ୍ଧି ଯୋଗୁଁ ଘରର ମାସିକ ବଜେଟ୍ ଉପରେ ଅତିରିକ୍ତ ଚାପ ପଡ଼ିବା ଆଶଙ୍କା ରହିଛି ।

କ୍ଷୀର ଦର ବଢ଼ାଇବାକୁ ମିଲ୍କ ୟୁନିୟନର ପ୍ରସ୍ତାବ

କର୍ଣ୍ଣାଟକରେ ନନ୍ଦିନୀ କ୍ଷୀରର ଦର ବୃଦ୍ଧି ପାଇଁ ବିଭିନ୍ନ ମିଲ୍କ ୟୁନିୟନ ପକ୍ଷରୁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖାଯାଇଥିଲା । ୟୁନିୟନଗୁଡ଼ିକ କ୍ଷୀରର ଦର ଲିଟର ପିଛା ୮ରୁ ୧୦ ଟଙ୍କା ବଢ଼ାଇବାକୁ ଦାବି କରିଥିଲେ । ଏହି ପ୍ରସ୍ତାବ ଉପରେ କ୍ୟାବିନେଟ୍ ବୈଠକରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଲିଟର ପିଛା ୮ ଟଙ୍କା ଦର ବୃଦ୍ଧିକୁ ସମର୍ଥନ କରିଥିବା ଜଣାପଡ଼ିଛି ।

ଏବେ ଲାଗୁ ହେବନି ନୂଆ ଦର

ତେବେ କ୍ୟାବିନେଟ୍ ମଞ୍ଜୁରି ମିଳିଥିଲେ ମଧ୍ୟ ତୁରନ୍ତ ନୂଆ ଦର ଲାଗୁ ହେବ ନାହିଁ । ରାଜ୍ୟରେ ବର୍ତ୍ତମାନ MLC ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ରହିଛି । ତେଣୁ କ୍ଷୀର ଦର ବୃଦ୍ଧି ପାଇଁ ନିର୍ବାଚନ ଆୟୋଗଙ୍କ ଅନୁମତି ଆବଶ୍ୟକ । ନିର୍ବାଚନ ଆୟୋଗର ମଞ୍ଜୁରି ମିଳିବା ପରେ ହିଁ ନୂଆ ଦର ଲାଗୁ କରାଯାଇପାରିବ । ତେଣୁ ବର୍ତ୍ତମାନ ଗ୍ରାହକମାନଙ୍କୁ ପୁରୁଣା ଦରରେ ହିଁ ନନ୍ଦିନୀ କ୍ଷୀର ମିଳିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହଙ୍ଗା ହେବ ଦୈନନ୍ଦିନ ଜୀବନ

କ୍ଷୀରର ଦର ଲିଟର ପିଛା ସିଧାସଳଖ ୮ ଟଙ୍କା ବଢ଼ିଲେ ଏହାର ପ୍ରଭାବ ରାଜ୍ୟର ସାଧାରଣ ଲୋକଙ୍କ ଦୈନନ୍ଦିନ ବଜେଟ୍ ଉପରେ ପଡ଼ିବ । ସକାଳର ଚା’ କିମ୍ବା କଫିଠାରୁ ଆରମ୍ଭ କରି ପିଲାଙ୍କ ପାଇଁ କ୍ଷୀର, ଦହି ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ପାଇଁ ପରିବାରଗୁଡ଼ିକ ନିୟମିତ ଭାବେ କ୍ଷୀର କିଣିଥାନ୍ତି ।
ଏଭଳି ସ୍ଥିତିରେ କ୍ଷୀର ଦରରେ ଏତେ ବଡ଼ ବୃଦ୍ଧି ହେଲେ ଘରର ଦୈନନ୍ଦିନ ଖର୍ଚ୍ଚ ଆହୁରି ବଢ଼ିବା ସହ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିବା ଆଶଙ୍କା ରହିଛି ।