Videos
|
National

Salary Without Duty / ବିଧାୟକଙ୍କ ଝିଆରୀ ବୋଲି… ଡ୍ୟୁଟି ନ ଯାଇ ନେଉଛନ୍ତି ₹୭୦ ହଜାର ଦରମା

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଧାୟକଙ୍କ ଝିଆରୀ ବୋଲି… ଡ୍ୟୁଟି ନ ଯାଇ ନେଉଛନ୍ତି  ₹୭୦ ହଜାର ଦରମା
MLA’s Niece Removed From Namma Clinic Duty

Key Points

ତଦନ୍ତ ବେଳେ ଡ୍ୟୁଟିରେ ଅନୁପସ୍ଥିତ ରହି ଅଙ୍କିତା ଦରମା ନେଉଥିବା ଜଣାପଡ଼ିଛି । ଯାହାପରେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । 
ବେଙ୍ଗାଲୁରୁ: ସରକାରୀ ଚାକିରି କରିଛନ୍ତି । ପୁଣି ଘରୋଇ ମେଡିକାଲ୍‌ରେ ପିଜି କରୁଛନ୍ତି । ମେଡିକାଲ୍ ନ ଯାଇ ମାସକୁ ସରକାରୀ ରାଜକୋଷରୁ ନେଉଛନ୍ତି ୭୦ ହଜାରଙ୍କା ଦରମା । କର୍ଣ୍ଣାଟକର ବାଗଲକୋଟର ନମ୍ମ କ୍ଲିନିକରେ କାର୍ଯ୍ୟରତ ମେଡିକାଲ୍ ଅଫିସରଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ସରକାରୀ ଯାଞ୍ଚ ବେଳେ ଏହା ଧରା ପଡ଼ିଛି । ବଡ଼ କଥା ହେଉଛି ଧରା ପଡ଼ିଥିବା ଡାକ୍ତର ଜଣଙ୍କ ଶାସକ କଂଗ୍ରେସ ଦଳର ବିଧାୟକଙ୍କ ଝିଆରୀ ଡକ୍ଟର ଅଙ୍କିତା ୟାରଗଲ୍ । ବାଗଲକୋଟ ବିଧାୟକ ଉମେ ମେତିଙ୍କ ଝିଆରୀ ହେଉଛନ୍ତି ଡକ୍ଟର ଅଙ୍କିତା ।

ଏଥିସହ ପଢ଼ନ୍ତୁ: ମୋବାଇଲ କିସ୍ତି ପାଇଁ ରହିଲେ ବନ୍ଧକ; ୫ ଦିନ କରାଇଲେ କାମ, ବ୍ଲଡବ୍ୟାଙ୍କ ନେଇଯାଇ ବାହାର କରିନେଲେ ରକ୍ତ 

ତଦନ୍ତ ବେଳେ ଡ୍ୟୁଟିରେ ଅନୁପସ୍ଥିତ ରହି ଅଙ୍କିତା ଦରମା ନେଉଥିବା ଜଣାପଡ଼ିଛି । ଯାହାପରେ ତାଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । କର୍ତ୍ତବ୍ୟରେ ଅବହେଳା ସହ ବେଆଇନ୍ ଭାବେ ଅନ୍ୟତ୍ର ନିୟୋଜିତ ଅଭିଯୋରେ ସରକାର ପଦକ୍ଷେପ ନେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଶାସନ ନଜରକୁ ଘଟଣା ଆସିବା ପରେ ଡକ୍ଟର ଅଙ୍କିତା ୟାରଗଲ୍ ବାଗଲକୋଟ ଜିଲ୍ଲା ପଞ୍ଚାୟତ ସିଇଓ ଗଜାନନ ବାଲେଙ୍କ ନିକଟରେ ତଦନ୍ତ ପାଇଁ ହାଜର ହୋଇ ନାହାନ୍ତି । ହାଜର ନ ହେବା ପରେ ସିଇଓ ତଦନ୍ତ ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରି ନୋଟିସ୍ ପଠାଇଛନ୍ତି । ସେପ୍ଟେମ୍ବର ୧୮ ତାରିଖ ଦିନ ୧୦ଟାରେ ଜିଲ୍ଲା ପଞ୍ଚାୟତ ଅଫିସ୍‌ର ୧୧ ନମ୍ବର ରୁମ୍‌ରେ ଉପସ୍ଥିତ ରହିବାକୁ ଡକ୍ଟର ଅଙ୍କିତା ୟାରଗଲ୍‌ଙ୍କୁ ନିର୍ଦ୍ଦେଶ ରହିଛି ।

ଜାରି କରାଯାଇଥିବା ନୋଟିସ୍ ଅନୁସାରେ, ଡକ୍ଟର ଅଙ୍କିତା ୟାରଗଲ୍‌ଙ୍କୁ ୱାମବେ ସ୍ଥିତ ନମ୍ମ କ୍ଲିନିକରେ ନିଯୁକ୍ତି ମିଳିଛି । କିନ୍ତୁ ସେ ବିନା ସୂଚନାରେ ମାର୍ଚ୍ଚ ୩ ତାରିଖରୁ ଏଯାବତ୍ ଅନୁପସ୍ଥିତ ରହିଛନ୍ତି । ଫଳରେ ଲୋକମାନେ ଚିକିତ୍ସା ସେବା ଠିକ୍ ଭାବେ ପାଇ ପାରୁନାହାନ୍ତି ।

ଏଥିସହ ଡକ୍ଟର ଅଙ୍କିତା ୟାରଗଲ୍ ଏକ ଘରୋଇ ମଡିକାଲ୍‌ରେ ପିଜି ପାଠ୍ୟକ୍ରମ ପଢ଼ୁଥିବା ଜଣାପଡ଼ିଛି । ଗୋଟିଏ ପଟେ ନମ୍ମ କ୍ଲିନିକରେ ମେଡିକାଲ୍ ଅଫିସର୍ ଥାଇ ସରକାରଙ୍କ ଠାରୁ ଡକ୍ଟର ଅଙ୍କିତା ୟାରଗଲ୍ ଦରମା ନେଉଛନ୍ତି । ଅନ୍ୟପଟେ ସେହି ସମୟରେ ଘରୋଇ ମେଡିକାଲ କଲେଜରେ ପିଜି ପଢ଼ିବା ବେଆଇନ୍ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।

ଏଥିସହ ପଢ଼ନ୍ତୁ: ଭେଟିବାକୁ ଚେନ୍ନାଇରୁ ଆସାମ ଡାକିଲେ, ହୋଟେଲରେ ରଖିଲେ… ସକାଳୁ ମିଳିଲା ପ୍ରେମିକାଙ୍କ ମୃତଦେହ 

ଏହା କର୍ଣ୍ଣାଟକ ସରକାରଙ୍କ ସ୍ଵାସ୍ଥ୍ୟ ଅନୁଷ୍ଠାନ ଆଇନ୍‌ର ଉଲ୍ଲଂଘନ କରୁଛି । ଏହା ମଧ୍ୟ ନାସନାଲ ମେଡିକାଲ୍ କମିଶନଙ୍କ ପ୍ରଫେସନାଲ୍ ଏଥିକାଲ୍ କୋଡ୍ ବିରୋଧୀ । ଏହାକୁ ନେଇ ସିଇଓ ଚେତାବନୀ ଦେବା ସହ ମାମଲା କର୍ଣ୍ଣାଟକ ମେଡିକାଲ୍ କାଉନସିଲ୍ ସହ ନାସନାଲ ମେଡିକାଲ୍ କମିଶନଙ୍କ ନିକଟକୁ ପଠାଯିବ ବୋଲି କହିଛନ୍ତି ।

ଏଥିସହ କର୍ତ୍ତୃପକ୍ଷ ନମ୍ମୋ କ୍ଲିନକରେ ଅନୁପସ୍ଥିତ ବେଳେ ଡକ୍ଟର ଅଙ୍କିତା ୟାରଗଲ୍ ନେଇଥିବା ଦରମା ଫେରସ୍ତ କରିବାକୁ ପଡ଼ିବ ବୋଲି କହିଛନ୍ତି । ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ସ୍ଵାସ୍ଥ୍ୟ ଧିକାରୀ ରାଜକୁମାର ୟାରଗଲ୍, ଡକ୍ଟର ଅଙ୍କିତା ୟାରଗଲଙ୍କୁ ଡ୍ୟୁଟିରୁ ନିଲମ୍ବିତ କରିଛନ୍ତି ।