Hotel Murder / ଭେଟିବାକୁ ଚେନ୍ନାଇରୁ ଆସାମ ଡାକିଲେ, ହୋଟେଲରେ ରଖିଲେ… ସକାଳୁ ମିଳିଲା ପ୍ରେମିକାଙ୍କ ମୃତଦେହ
·1 hour ago·2 min read

Key Points
ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ । ଆସାମର କାମରୂପ ଗ୍ରାମୀଣ ଜିଲ୍ଲା ରଙ୍ଗିଆରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ରଙ୍ଗିଆର ଏକ ହୋଟେଲ ଭିତରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ: ହୋଟେଲରେ ହତ୍ୟାକାଣ୍ଡ । ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ । ଆସାମର କାମରୂପ ଗ୍ରାମୀଣ ଜିଲ୍ଲା ରଙ୍ଗିଆରୁ ଆସିଛି ଏକ ଚାଞ୍ଚଲ୍ୟକର ଘଟଣା । ରଙ୍ଗିଆର ଏକ ହୋଟେଲ ଭିତରେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି ।
ମାମଲାରେ ପୋଲିସ ୨୨ ବର୍ଷୀୟ ପ୍ରେମିକକୁ ଗିରଫ କରିଛି । ମୃତ ଯୁବତୀଙ୍କ ପରିଚୟ ମଲାନୀ ଗୁରିଆ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଯୁବକ ଅଭିଜିତ କିଣ୍ଡୋ ଆସାମ ଉଦଳଗୁରି ଜିଲ୍ଲାର ବାସିନ୍ଦା ଅଟନ୍ତି ।
ଏଥିସହ ପଢ଼ନ୍ତୁ: ଜଗତସିଂହପୁରରୁ ବିହାର; ସିମ୍ ବକ୍ସ ଠକେଇର ଓଡ଼ିଶା ଲିଙ୍କ୍, CBIର ବଡ଼ ପର୍ଦ୍ଦାଫାସ
ପୋଲିସ ସୂଚନା ଅନୁସାରେ, ମଲାନୀ ଶନିବାର ଚେନ୍ନାଇରୁ ରଙ୍ଗିଆ ଆସିଥିଲେ । ମଲାନୀଙ୍କ ସହ ସାଙ୍ଗରେ ଥିଲେ ଆଉ ୨ ଜଣ ଯୁବତୀ । ତିନିଜଣ ରଙ୍ଗିଆ ରେଳ ଷ୍ଟେସନରେ ପହଞ୍ଚିଥିଲେ । ଅଭିଜିତ ତିନିଜଣଙ୍କୁ ଷ୍ଟେସନରୁ ନେବାକୁ ଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପରେ ସେମାନେ ରେଳ ଷ୍ଟେସନ ନିକଟରେ ଥିବା ଏକ ହୋଟେଲରେ ରହିଥିଲେ । ପୋଲିସ କହିଛି, ଅଭିଜିତ ଅଲଗା ରୁମ୍ ବୁକ୍ କରିଥିଲେ । ତେବେ ରାତିରେ ସେ ମଲାନୀ ରହୁଥିବା ରୁମ୍କୁ ଯାଇ ସେଠାରେ ରହିଥିବା କଥା ତାଙ୍କ ସାଙ୍ଗମାନେ ପୋଲିସକୁ କହିଛନ୍ତି ।
ରବିବାର ସକାଳେ ହୋଟେଲ ରୁମ୍ରୁ ମଲାନୀଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଆଘାତର ଚିହ୍ନ ଥିଲା । ଘଟଣାସ୍ଥଳରୁ ଏକ କଇଁଚି ଓ ଟେଷ୍ଟର ମିଳିଥିବା ପୋଲିସ କହିଛି । ଉକ୍ତ କଇଁଚି ଓ ଟେଷ୍ଟର ମାଧ୍ୟମରେ ଯୁବତୀଙ୍କୁ ଆକ୍ରମଣ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଘଟଣା ପରେ ଅଭିଜିତ ଆତ୍ମହତ୍ୟା ଉଦ୍ୟମ କରି ବଞ୍ଚି ଯାଇଛି । ସକାଳ ପ୍ରାୟ ୬ଟା ୧୨ ମିନିଟରେ ରଙ୍ଗିଆ ରେଳ ଷ୍ଟେସନର RPF ଇନ୍ସପେକ୍ଟରଙ୍କଠାରୁ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇଥିଲା । ଯାହାପରେ ପୋଲିସ ଟିମ୍ ହୋଟେଲରେ ପହଞ୍ଚି ଅଭିଜିତଙ୍କୁ ଧରିଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲ ନିଆଯାଇଥିଲା ।
ଏଥିସହ ପଢ଼ନ୍ତୁ: ବିବାହକୁ ମାତ୍ର ୬ ମାସ; ଛାତରୁ ଖସି ନବ ବିବାହିତାଙ୍କ ମୃତ୍ୟୁ, ବନ୍ଧା ହେଲା ସ୍ଵାମୀ
ପୋଲିସ ଅନୁସାରେ, ଅଭିଜିତ ତାଙ୍କ କିଛି ସାଙ୍ଗଙ୍କୁ ଫୋନ୍ କରି ମଲାନୀଙ୍କୁ ହତ୍ୟା କରିଥିବା ଏବଂ ନିଜେ ମଧ୍ୟ ମରିଯିବେ ବୋଲି କହିଥିଲେ । ପୋଲିସ କଷ୍ଟଡିରେ ଥିବା ଅଭିଜିତ କହିଛି, "ମଲାନୀ ଅନ୍ୟ ଯୁବକମାନଙ୍କ ସହ କଥା ହେଉଥିବାରୁ ମୁଁ କ୍ରୋଧିତ ଥିଲି ।"
ମଲାନୀ ରଙ୍ଗିଆ ପହଞ୍ଚିବା ଆସିବା ପୂର୍ବରୁ ହିଁ ହତ୍ୟା କରିବାର ଯୋଜନା କରିଥିବା ଅଭିଯୁକ୍ତ ଅଭିଜିତ କହିଛି । ତେବେ ହତ୍ୟାର ପ୍ରକୃତ କାରଣ ନେଇ ପୋଲିସର ତଦନ୍ତ ଜାରି ରହିଛି । ଅଭିଜିତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁସାରେ ହତ୍ୟା ମାମଲା ରୁଜୁ ହୋଇଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି ।

Related Topics
Explore more stories