Movie Ticket Tax / ଏହି ରାଜ୍ୟରେ ଶସ୍ତା ହେବ ଫିଲ୍ମ ଟିକେଟ୍ ! ହାଇକୋର୍ଟ ରଦ୍ଦ କଲେ ଟ୍ୟାକ୍ସ
·1 hour ago·2 min read

Key Points
ଫିଲ୍ମ ଦେଖୁଥିବା ଲୋକଙ୍କ ପାଇଁ ବଡ଼ ଖବର
୨% ଅତିରିକ୍ତ ଟ୍ୟାକ୍ସ ବାତିଲ କଲେ ହାଇକୋର୍ଟ
ଏବେ ଶସ୍ତା ହୋଇଯିବ ଫିଲ୍ମ ଟିକେଟ୍
୨% ଅତିରିକ୍ତ ଟ୍ୟାକ୍ସ ବାତିଲ କଲେ ହାଇକୋର୍ଟ
ଏବେ ଶସ୍ତା ହୋଇଯିବ ଫିଲ୍ମ ଟିକେଟ୍
ଫିଲ୍ମ ଦେଖିବାକୁ ଭଲପାଉଥିବା ଦର୍ଶକଙ୍କ ପାଇଁ ବଡ଼ ଖବର । ଏଣିକି ସିନେମା ଟିକେଟ୍ କିଣିବା ବେଳେ ଦେବାକୁ ପଡ଼ିବ ନାହିଁ ଅତିରିକ୍ତ ୨% ଟ୍ୟାକ୍ସ । କର୍ଣ୍ଣାଟକ ହାଇକୋର୍ଟ ଏହି ଅତିରିକ୍ତ ଟ୍ୟାକ୍ସ ଆଦାୟକୁ ରଦ୍ଦ କରିଛନ୍ତି । ତେବେ କାହିଁକି ଲାଗିଥିଲା ଏହି ଟ୍ୟାକ୍ସ, କାହିଁକି ହାଇକୋର୍ଟ ଏହାକୁ ରଦ୍ଦ କରିଛନ୍ତି ଏବଂ ଏହାର ପ୍ରଭାବ ଦର୍ଶକଙ୍କ ଉପରେ କ’ଣ ପଡ଼ିବ? ଆସନ୍ତୁ ଜାଣିବା...
କର୍ଣ୍ଣାଟକରେ ଫିଲ୍ମ ଦେଖିବାକୁ ଯାଉଥିବା ଦର୍ଶକଙ୍କ ପାଇଁ ଆସିଛି ବଡ଼ ଖବର । ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସରେ ଫିଲ୍ମ ଟିକେଟ୍ ଉପରେ ଲାଗୁଥିବା ୨% ଅତିରିକ୍ତ ଟ୍ୟାକ୍ସକୁ କର୍ଣ୍ଣାଟକ ହାଇକୋର୍ଟ ରଦ୍ଦ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଯେଉଁ ଆଇନ ଆଧାରରେ ଏହି ଟ୍ୟାକ୍ସ ଆଦାୟ କରାଯାଉଥିଲା, ତାହା ଏପର୍ଯ୍ୟନ୍ତ ଅଧିକାରିକ ଭାବେ ଲାଗୁ ହୋଇନାହିଁ । ତେଣୁ କେବଳ ସରକାରୀ ଆଦେଶ କିମ୍ବା ସର୍କୁଲାର ଆଧାରରେ ଦର୍ଶକଙ୍କଠାରୁ ଏହି ଅତିରିକ୍ତ ଟଙ୍କା ଆଦାୟ କରାଯାଇପାରିବ ନାହିଁ ।
କେଉଁ ମାମଲାକୁ ନେଇ ହୋଇଥିଲା ଶୁଣାଣି ?
ଏହି ମାମଲା ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ, PVR INOX ଲିମିଟେଡ୍ ଏବଂ ଏହାର ସେୟାର ହୋଲ୍ଡର ଶାନ୍ତନୁ ପାଇଙ୍କ ଆବେଦନ ସହ ଜଡ଼ିତ ଥିଲା । ଫିଲ୍ମ ଟିକେଟ୍ ଉପରେ ଲାଗୁ କରାଯାଇଥିବା ୨% ଟ୍ୟାକ୍ସ ଏବଂ ଏହାର ଆଦାୟ ପାଇଁ ଜାରି ହୋଇଥିବା ସରକାରୀ ଆଦେଶକୁ ସେମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
କାହିଁକି ଲାଗୁ କରାଯାଇଥିଲା ୨% ଟ୍ୟାକ୍ସ ?
ବାସ୍ତବରେ, କର୍ଣ୍ଣାଟକ ସରକାର ୨୦୨୪ ମସିହାର ଏକ ଆଇନ ଅଧୀନରେ ଫିଲ୍ମ ଓ ସାଂସ୍କୃତିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ କଲ୍ୟାଣ ପାଣ୍ଠି ଗଠନର ବ୍ୟବସ୍ଥା କରିଥିଲେ । ଏହି ପାଣ୍ଠି ପାଇଁ ସିନେମା ଟିକେଟ୍ ସମେତ କିଛି ଅନ୍ୟ ସେବାରୁ ମିଳୁଥିବା ଆୟ ଉପରେ ୧%ରୁ ୨% ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁ କରିବାର ବ୍ୟବସ୍ଥା ରହିଥିଲା । ଏହାର ପରିସରରେ ଟେଲିଭିଜନ୍ ଚ୍ୟାନେଲ୍ ଏବଂ OTT ପ୍ଲାଟଫର୍ମ ସହ ଜଡ଼ିତ ରାଜସ୍ୱକୁ ମଧ୍ୟ ସାମିଲ କରାଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଆବେଦନକାରୀଙ୍କ ଯୁକ୍ତି ଥିଲା ଯେ, ଯେପର୍ଯ୍ୟନ୍ତ ଆଇନଟି ଅଧିକାରିକ ଭାବେ ଲାଗୁ ହୋଇନାହିଁ, ସେପର୍ଯ୍ୟନ୍ତ କେବଳ ସର୍କୁଲାର କିମ୍ବା ପ୍ରଶାସନିକ ଆଦେଶ ମାଧ୍ୟମରେ ଟ୍ୟାକ୍ସ ଆଦାୟ କରାଯାଇପାରିବ ନାହିଁ ।
ସରକାର ଜାରି କରିଥିଲା କେଉଁ ଆଦେଶ ?
କର୍ଣ୍ଣାଟକ ସରକାର ଅଗଷ୍ଟ ୨୯ ତାରିଖରେ ଏକ ସର୍କୁଲାର ଜାରି କରିଥିଲା । ଏଥିରେ ରାଜ୍ୟର ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସଗୁଡ଼ିକୁ ସେପ୍ଟେମ୍ବର ୧ ତାରିଖରୁ ଟିକେଟ୍ ମୂଲ୍ୟ ଉପରେ ଅତିରିକ୍ତ ୨% ଟ୍ୟାକ୍ସ ଆଦାୟ କରିବାକୁ କୁହାଯାଇଥିଲା ।
ଏହାକୁ ନେଇ ଆବେଦନକାରୀମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ କହିବା ଥିଲା, ୨୦୨୪ର ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇନଥିବା ବେଳେ କେବଳ ସରକାରୀ ସର୍କୁଲାର ଆଧାରରେ ଦର୍ଶକଙ୍କଠାରୁ ଅତିରିକ୍ତ ଟଙ୍କା ଆଦାୟ କରାଯାଇପାରିବ ନାହିଁ ।
ଶୁଣାଣି ସମୟରେ କର୍ଣ୍ଣାଟକ ସରକାର ହାଇକୋର୍ଟଙ୍କୁ ଜଣାଇଥିଲେ ଯେ, ଅଗଷ୍ଟ ୨୯ରେ ଜାରି କରାଯାଇଥିବା ସର୍କୁଲାରକୁ ସେପ୍ଟେମ୍ବର ୯ ତାରିଖରେ ପ୍ରତ୍ୟାହାର କରାଯାଇଛି । ଫଳରେ କର୍ଣ୍ଣାଟକରେ ଫିଲ୍ମ ଟିକେଟ୍ ଉପରେ ୨% ଅତିରିକ୍ତ ଟ୍ୟାକ୍ସ ଆଦାୟକୁ ନେଇ ଚାଲିଥିବା ବିବାଦରେ ଦର୍ଶକ ଓ ସିନେମା ହଲ୍ ମାଲିକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି ।

Related Topics
Explore more stories