Special Leave For Birthday / ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର; ଜନ୍ମଦିନ ଓ ବିବାହ ବାର୍ଷିକୀରେ ମିଳିବ ଛୁଟି
·7 months ago·2 min read

Key Points
ପୋଲିସ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଉପହାର
ଜନ୍ମଦିନ ଓ ବିବାହ ବାର୍ଷିକୀରେ ମିଳିବ ସ୍ପେଶାଲ୍ ଲିଭ୍
ଏହି ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ଅନେକ ସମୟରେ ଚାକିରି କରୁଥିବା ବ୍ୟକ୍ତିମାନେ ନିଜର ସ୍ବତନ୍ତ୍ର ଦିବସରେ ଛୁଟି ନେଇପାରନ୍ତି ନାହିଁ । ପରିବାର ସହ ସମୟ ବିତାଇବାକୁ ଚାହୁଁଥିଲେ ସୁଦ୍ଧା ବୃତ୍ତିଗତ ଜୀବନ ସେଥିପାଇଁ ଅନୁମତି ଦେଇନଥାଏ । ବେଳେବେଳେ ଏମିତି ହୁଏ ଯେ ନିଜର ସ୍ବତନ୍ତ୍ର ଦିବସରେ ଛୁଟି ନେବା ପାଇଁ ଅନ୍ୟ କୌଣସି ଜରୁରୀ ଦିନରେ ମଧ୍ୟ ଛୁଟି ବାତିଲ କରିବାକୁ ପଡ଼େ । ହେଲେ ଏବେ ଆଉ ସେପରି ହେବନାହିଁ । ପୋଲିସ କର୍ମଚାରୀଙ୍କ ଲାଗି ବିଶେଷ ଭାବରେ ଏପରି ନୂଆ ନିୟମ ଆସିଛି । ଏଣିକି ଜନ୍ମଦିନ ଓ ବିବାହ ବାର୍ଷିକୀରେ କର୍ଣ୍ଣାଟକ ପୋଲିସର କର୍ମଚାରୀମାନେ ସ୍ବତନ୍ତ୍ର ଛୁଟି ପାଇଁ ଆବେଦନ କରିପାରିବେ ।
କର୍ଣ୍ଣାଟକ ପୋଲିସର ସମସ୍ତ କର୍ମଚାରୀ ଏହି ଛୁଟି ନେଇପାରିବେ । ପୋଲିସ କର୍ମଚାରୀଙ୍କ କାମ ସର୍ବଦା ଚାପପୂର୍ଣ୍ଣ ଥିବାବେଳେ ଅନିୟମିତ ସମୟ ବେଶ ଚ୍ୟାଲେଞ୍ଜିଂ ରହେ । କାରଣ ମଧ୍ୟରାତ୍ରିରେ ବି ଯେତେବେଳେ ସାଧାରଣ ଲୋକଟିଏ ନିଜ ବିଛଣାରେ ସୁଖନିଦ୍ରାରେ ଥାଏ, ସେତେବେଳେ କୌଣସି ଅଘଟଣ ଘଟିଲେ ପୋଲିସ କର୍ମଚାରୀମାନେ ନିଜ କର୍ତ୍ତବ୍ୟ ନିର୍ବାହ ପାଇଁ ଖାକି ପୋଷାକ ପିନ୍ଧି ବାହାରିଯାଆନ୍ତି । ତେବେ ଏହି ନିଷ୍ପତ୍ତି ସେମାନଙ୍କୁ ଚାପମୁକ୍ତ କରିବା ସହ ସେମାନଙ୍କ ପରିବାର ସହିତ ସମୟ ବିତାଇବା, ସେମାନଙ୍କୁ ଭାବପ୍ରବଣ ଭାବରେ ପୁନଃଚାର୍ଜ କରିବାରେ ସାହାଯ୍ୟ କରିବ ଏବଂ କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ଏକ ଉତ୍ତମ ସନ୍ତୁଳନ ସୁନିଶ୍ଚିତ କରିପାରିବ ।
ପୋଲିସ ଖୁସି ରହିଲେ ମିଳିବ ଉନ୍ନତ ସେବା
କର୍ଣ୍ଣାଟକ ପୋଲିସ ପକ୍ଷରୁ ଜାରି ହୋଇଥିବା ସର୍କୁଲାରରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଯେତେବେଳେ ପୋଲିସ ଅଧିକାରୀମାନେ ସେମାନଙ୍କର ବିଶେଷ ଦିନଗୁଡ଼ିକୁ ପାଳନ କରିପାରିବେ, ସେମାନଙ୍କର ମନୋବଳ ବୃଦ୍ଧି ପାଇବ ଏବଂ ଚାପ ହ୍ରାସ ହେବ । ଏହାସହିତ ଚାକିରି ସନ୍ତୁଷ୍ଟି ଏବଂ ଶୃଙ୍ଖଳା ଉଭୟ ବୃଦ୍ଧି ପାଇବ, ଯାହା ସିଧାସଳଖ ସେମାନଙ୍କ ସେବା ଏବଂ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିଏ ଜାରି କଲେ ନିର୍ଦ୍ଦେଶ ?
ପୋଲିସ କର୍ମଚାରୀଙ୍କ ଲାଗି ଏପରି ଐତିହାସିକ ନିୟମ ଆଣିଛନ୍ତି କର୍ଣ୍ଣାଟକର ଡିଜି-ଆଇଜିପି ଡକ୍ଟର ଏମ.ଏ ସଲିମ । ଏହି ଆଦେଶରେ ସମସ୍ତ ୟୁନିଟ୍ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯେଉଁ ପୋଲିସ କର୍ମଚାରୀ ଜନ୍ମଦିନ କିମ୍ବା ବିବାହ ବାର୍ଷିକୀ ପାଇଁ ଛୁଟି ଅନୁରୋଧ କରୁଛନ୍ତି, ସେମାନଙ୍କୁ ଛୁଟି ପ୍ରଦାନ କରାଯାଉ ଏବଂ ରାଜ୍ୟବ୍ୟାପୀ ନୀତିର ସମାନ କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି ।
କର୍ଣ୍ଣାଟକ ପୋଲିସର ଏହି ପଦକ୍ଷେପ ପୋଲିସ ବଳ ପ୍ରତି ସମ୍ବେଦନଶୀଳତାକୁ ଦର୍ଶାଇଥାଏ । ଏହା କେବଳ ଗୋଟିଏ ଛୁଟିର କଥା ନୁହେଁ, ଏହା ସେମାନଙ୍କ ପରିଶ୍ରମ ଓ ବଳିଦାନ ପ୍ରତି ସମ୍ମାନକୁ ଦର୍ଶାଇଥାଏ ।
ଏଥିସହ ପଢନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ସରକାର କରିବେ ସହାୟତା

Related Topics
Explore more stories