Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କର୍ଣ୍ଣାଟକରେ ବଡ଼ ରାଜନୈତିକ ଡ୍ରାମା…ଆଜି ଇସ୍ତଫା ଦେବେ ସିଦ୍ଦରମୈୟା

National

Karnatak Politics / କର୍ଣ୍ଣାଟକରେ ବଡ଼ ରାଜନୈତିକ ଡ୍ରାମା…ଆଜି ଇସ୍ତଫା ଦେବେ ସିଦ୍ଦରମୈୟା

Ritu Das
Browse all articles by Ritu Das
·2 hours ago·2 min read
କର୍ଣ୍ଣାଟକରେ ବଡ଼ ରାଜନୈତିକ ଡ୍ରାମା…ଆଜି ଇସ୍ତଫା ଦେବେ ସିଦ୍ଦରମୈୟା
Politics

Key Points

କର୍ଣ୍ଣାଟକ ରାଜନୀତିରେ ବଡ଼ଧରଣର ଡ୍ରାମା ଦେଖିବାକୁ ମିଳିଛି
ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସିଏମ୍ ସିଦ୍ଦରମୈୟା 

କର୍ଣ୍ଣାଟକ ରାଜନୀତିରେ ବଡ଼ଧରଣର ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ନେଇ ଚାଲିଥିବା ଆକଳନ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଆରଭି ଦେଶପାଣ୍ଡେ ବୁଧବାର ଏକ ବଡ଼ ବୟାନ ଦେଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ସିଏମ୍ ସିଦ୍ଦରମୈୟା । ଆଉ କିଛି ସମୟ ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶବକୁମାର ଏବଂ ସିଦ୍ଦରମୈୟାଙ୍କର ବ୍ରେକଫାଷ୍ଟ ମିଟିଂ ରହିଛି । ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତୁତି ଚାଲିଥିବା ଚର୍ଚ୍ଚା ହେଉଛି । ଏହି ସମୟରେ ଆଉ ଏକ ଖବର ସାମ୍ମାକୁ ଆସୁଛି । କର୍ଣ୍ଣାଟକ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ଆଜି ବେଙ୍ଗାଲୁରୁରେ ନଥିବା ସୂଚନା ମିଳିଛି । ରାଜଭବନ ସୂତ୍ର ଅନୁଯାୟୀ, ତାଙ୍କୁ କୌଣସି ଜରୁରୀ କାମ ପାଇଁ ମୁମ୍ବାଇ ଯିବାକୁ ପଡିଛି । ତେବେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟା କିପରି ଇସ୍ତଫା ଦେବେ ? ରାଜ୍ୟପାଳଙ୍କ ଅନୁପସ୍ଥିତି ଏକ ବଡ଼ ପ୍ରଶ୍ନ ଉଠାଇଛି। 

ଏହାସହ ପଢ଼ନ୍ତୁ: ଚଢାଉ ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ; ରାସ୍ତା ରୋକିଲେ ସମର୍ଥକ


ଯଦି ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଇସ୍ତଫା ଦେବାକୁ ଚାହାଁନ୍ତି, ତେବେ ସେ କାହାକୁ ଏବଂ କିପରି ଇସ୍ତଫା ଦେବେ ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ପରିସ୍ଥିତି ସ୍ପଷ୍ଟ କରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, "ଆମେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଆମର ଇସ୍ତଫାପତ୍ର ଦାଖଲ କରିବୁ। ଯଦି ରାଜ୍ୟପାଳ ଅନୁପସ୍ଥିତ ରୁହନ୍ତି, ତେବେ ଆମେ ଆମର କାର୍ଯ୍ୟ ଜାରି ରଖିବୁ। ରାଜ୍ୟପାଳଙ୍କ ଅନୁପସ୍ଥିତି ଯୋଗୁଁ ଯୋଜନାରେ କୌଣସି ପରିବର୍ତ୍ତନ ହେବ ନାହିଁ ।

କଣ ନିୟମ ? ସାମ୍ବିଧାନିକ ନିୟମ ଅନୁଯାୟୀ, ଯଦି ରାଜ୍ୟପାଳ ରାଜ୍ୟ କିମ୍ବା ସହର ବାହାରେ ଥାଆନ୍ତି, ତେବେ ମୁଖ୍ୟମନ୍ତ୍ରୀ ରାଜଭବନର ସଚିବ କିମ୍ବା ଜଣେ ମନୋନୀତ ଅଧିକାରୀଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ଦାଖଲ କରିପାରିବେ। ଏହାକୁ ଆଇନଗତ ଭାବରେ ବୈଧ ବୋଲି ବିବେଚନା କରାଯାଏ ଏବଂ ରାଜ୍ୟପାଳଙ୍କ ଫେରିବା ପରେ କିମ୍ବା ତାଙ୍କ ସମ୍ମତି ପ୍ରାପ୍ତ ହେବା ପରେ ଏହାକୁ ଗ୍ରହଣ କରାଯାଏ।

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଡିକେ ଶିବକୁମାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମେ ୩୦ରେ ଶପଥ ନେବେ ବୋଲି ଚର୍ଚ୍ଚା ହେଉଛି ।ସିଦ୍ଦରମୈୟା ଆଜି ସମସ୍ତ ମନ୍ତ୍ରୀଙ୍କୁ ତାଙ୍କ ବାସଭବନକୁ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ଆଜି ଦିଲ୍ଲୀରୁ ସିଧାସଳଖ ପହଞ୍ଚିବେ। ଜଳଖିଆ ବୈଠକ ପରେ, ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ ପଦରୁ ଇସ୍ତଫା ଦେବେ ।

କଂଗ୍ରେସ ବରିଷ୍ଠ ନେତା ଦେଶପାଣ୍ଡେଙ୍କ ଅନୁସାରେ, ସିଦ୍ଦରମୈୟା ପୂର୍ବରୁ ହିଁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇ ସାରିଛନ୍ତି । ଆଜି ଇସ୍ତଫା ଦେଇପାରନ୍ତି । ଏଥିଲାଗି ହାଇକମାଣ୍ଡଙ୍କୁ କଥା ଦେଇଥିବାରୁ ତାର ସମ୍ମାନ କରିବେ । ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ସମ୍ପର୍କରେ ହାଇକମାଣ୍ଡ ନିଷ୍ପତ୍ତି ନେବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ, ସିଦ୍ଦରମୈୟା ଆଜି ମନ୍ତ୍ରୀମାନଙ୍କ ସହ ବ୍ରେକଫାଷ୍ଟ ବୈଠକ କରିବେ । ପରେ ସେ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ସମର୍ପଣ କରିବେ । ଡିକେ ଶିବକୁମାରଙ୍କୁ ଆସନ୍ତାକାଲି ବିଧାୟକ ଦଳର ନେତା ଭାବେ ବଛାଯିବ । ଏଥି ସହିତ କଂଗ୍ରେସ ନେତୃତ୍ୱରେ ସରକାର ଗଠନ ଲାଗି ଦାବି ଉପସ୍ଥାପନା କରିବେ । ବିହାର ଫର୍ମୁଲା ଆପଣାଇ ସିଦ୍ଦରମୈୟାଙ୍କ ପୁଅକୁ ମନ୍ତ୍ରୀ କରିପାରେ କଂଗ୍ରେସ ବୋଲି ଚର୍ଚ୍ଚା ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Siddaramaiah May Resign Today Amid Major Karnataka Political Leadership Crisis | Argus News