ED Raid in Kerala / ଚଢାଉ ବେଳେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ; ରାସ୍ତା ରୋକିଲେ ସମର୍ଥକ
·1 hour ago·3 min read

Key Points
ପୂର୍ବତନ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବର୍ତ୍ତମାନର ବିରୋଧି ଦଳ ନେତା ପିନାରାୟୀ ବିଜୟନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୈତିକ ଝଡ଼ ତୀବ୍ର ହୋଇଛି। ଏହାକୁ ନେଇ ଇଡ଼ି ଟିମ୍ ସହ ମୁହାଁମୁହିଁ ହୋଇଛନ୍ତି ପିନାରାୟୀ ବିଜୟନଙ୍କ ସମର୍ଥକ।
ED team attacked Kerala: ବୁଧବାର (ମେ ୨୭) ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ରାଜଧାନୀ ତିରୁବନନ୍ତପୁରମ ସ୍ଥିତ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼)। ଚଢାଉ ସମୟରେ ଇଡ଼ି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବାର ଖବର ଆସିଛି। ଏପରିକି ଚଢାଉ ସମୟରେ ହାଇ-ଭୋଲଟେଜ୍ ଡ୍ରାମା ମଧ୍ୟ ଦେଖିବାକୁ ମିଳିଛି। କନ୍ନୁର ସ୍ଥିତ ବିଜୟନଙ୍କ ବାସଭବନରେ ଚଢାଉ ଶେଷ ହେବା ପରେ ଇଡ଼ି ଅଧିକାରୀ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ। ହେଲେ ଗେଟ୍ ଠାରେ ତାଙ୍କ ସମର୍ଥକ ଏବଂ ଦଳୀୟ କର୍ମୀ ସେମାନଙ୍କୁ ଅଟକାଇ ଦେଇଥିଲେ।
ଏପରିକି କର୍ମୀ ଏବଂ ସମର୍ଥକ ନାରାବାଜି କରିବା ସହ ଇଡି ଅଧିକାରୀଙ୍କୁ ବିଭିନ୍ନ ପ୍ରଶ୍ନ କରିବାରେ ଲାଗି ଯାଇଥିଲେ। ଯାହାକୁ ନେଇ ଗେଟ ବାହାରେ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଦଳର ବରିଷ୍ଠ ନେତା ଏବଂ ସ୍ଥାନୀୟ ଦଳୀୟ ପଦାଧିକାରୀ ସମର୍ଥକଙ୍କୁ ଶାନ୍ତ କରିବା ପାଇଁ ପ୍ରୟାସ କରିଥିଲେ। ସେଠାରେ କିଛି ସମୟ ପାଇଁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ହଙ୍ଗାମା ହୋଇଥିଲା। ଇଡି଼ କାର୍ଯ୍ୟାନୁଷ୍ଠାନକୁ ନେଇ ସରଗରମ ହୋଇଉଠିଛି କେରଳ ରାଜନୀତି। ସିପିଆଇ(ଏମ୍) କର୍ମୀ ଏହାକୁ ଗଣତାନ୍ତ୍ରିକ ସଂସ୍ଥାର ଅପବ୍ୟବହାର କହିବା ସହ ପ୍ରତିବାଦ କରିଛନ୍ତି।
୧୦ ସ୍ଥାନରେ ହୋଇଥିଲା ଚଢାଉ
ବୁଧବାର ଇଡି଼ କେରଳର ୧୦ ସ୍ଥାନରେ ଚଢାଉ କରିଥିଲା। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ତଥା ବର୍ତ୍ତମାନର ବିରୋଧି ଦଳ ନେତା ପିନାରାଇ ବିଜୟନ ଏବଂ ତାଙ୍କ ଝିଅ ବୀଣା ବିଜୟନଙ୍କ ଘର ମଧ୍ୟ ଅନ୍ତର୍ଭୁକ୍ତ। ଏହି କାର୍ଯ୍ୟାନୁଷ୍ଠାନ ଏକ କଥିତ ମନି ଲଣ୍ଡରିଂ ମାମଲା ସହିତ ଜଡି଼ତ ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ଏବଂ ତାଙ୍କ କମ୍ପାନୀ, "ଏକ୍ସାଲୋଜିକ୍ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍" (Exalogic Solutions Private Limited-ESPL) ନାମ ସାମ୍ନାକୁ ଆସିଛି।
ଏହି ମାମଲା କୋଚି-ଭିତ୍ତିକ "କୋଚିନ୍ ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍" (Cochin Minerals and Rutile Limited-CMRL) ସହିତ ଜଡିତ ବେଆଇନ ଦେୟ ଏବଂ ଆର୍ଥିକ ଅନିୟମିତତା ସହିତ ଜଡି଼ତ। ଏହି ଚଢାଉର ପ୍ରାଥମିକ ଆଧାର ହେଉଛି ଗତ ୨୦୨୫ ଅପ୍ରେଲରେ ସିରିୟସ୍ ଫ୍ରଡ୍ ଇନଭେଷ୍ଟିଗେସନ୍ ଅଫିସ୍ (Serious Fraud Investigation Office-SFIO) ଦ୍ୱାରା ଦାଖଲ କରାଯାଇଥିବା ଏକ ଚାର୍ଜସିଟ୍। "SFIO" ବୀଣା ବିଜୟନଙ୍କ IT କମ୍ପାନୀ, "ESPL" ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛି।
ଏନେଇ ହୋଇଥିବା ଅଭିଯୋଗ ଅନୁସାରେ କମ୍ପାନୀ କୌଣସି ସେବା ପ୍ରଦାନ ନକରି ୨୦୧୮-୧୯ ରୁ ଆରମ୍ଭ କରି ୩ ବର୍ଷ ପାଇଁ କୋଚିସ୍ଥିତ "CMRL" ଠାରୁ "ଅବୈଧ ଦେୟ" ପାଇଛି। ଗତ ୨୦୧୭ ରେ ESPL-CMRL ମଧ୍ୟରେ ସଫ୍ଟୱେର୍ ଏବଂ ମାର୍କେଟିଂ ସେବା ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ହେଲେ ଏହି ଘଟଣାରେ ହୋଥିବା ତଦନ୍ତରୁ ଜଣାପଡିଛି ଯେ ପ୍ରତିଶୃତିବଦ୍ଧ ସେବା ପ୍ରଦାନ କରାଯାଇ ନଥିଲା।
ଏହି ମାମଲା ୨୦୧୭ ର ସନ୍ଦେହଜନକ କାରବାର ସହ ଜଡ଼ିତ
ରିପୋର୍ଟ ଅନୁସାରେ ସମଗ୍ର ବିବାଦର ମୂଳ ୨୦୧୭ ରେ ରହିଛି। ଯେତେବେଳେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଝିଅ ବୀଣାଙ୍କ ମାଲିକାନାରେ ଥିବା କମ୍ପାନୀ Exalogic, ସଫ୍ଟୱେର୍ ଏବଂ ମାର୍କେଟିଂ ସେବା ପ୍ରଦାନ କରିବା ପାଇଁ କୋଚି ମିନେରାଲ୍ସ ଆଣ୍ଡ ରୁଟାଇଲ୍ ଲିମିଟେଡ୍ (CMRL) ସହିତ ଏକ ଆନୁଷ୍ଠାନିକ ଚୁକ୍ତି କରିଥିଲା। ଅଭିଯୋଗ ହେଉଛି ଯେ ଏହି ଚୁକ୍ତିନାମାର ଆଳରେ, କୌଣସି କାମ ନକରି କୋଟି କୋଟି ଟଙ୍କାର ସନ୍ଦେହଜନକ କାରବାର କରାଯାଇଥିଲା।
ଏହି କଥିତ ଆର୍ଥିକ ଅନିୟମିତତା ପ୍ରଥମେ ୨୦୧୯ରେ ସାମ୍ନକୁ ଆସିଥିଲା। ଯେତେବେଳେ ଆୟକର ବିଭାଗ CMRL ପରିସରରେ ଚଢାଉ କରିଥିଲା। ଯାଞ୍ଚ ପରେ ଆୟକର ବିଭାଗ ଏକ ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ପ୍ରଥମ ଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କ କମ୍ପାନୀ ସହ କରାଯାଇଥିବା ସନ୍ଦେହଜନକ ଦେୟ ସମ୍ପର୍କରେ ଜଣାପଡ଼ି ଥିଲା।
ଏହାକୁ ନେଇ ବିବାଦ ବୃଦ୍ଧି ପାଇବାରୁ, କେନ୍ଦ୍ର ସରକାର ଗତ ୨୦୨୪ ଜାନୁଆରୀରେ Exalogic Solutions, CMRL ଏବଂ କେରଳ ରାଜ୍ୟ ଶିଳ୍ପ ବିକାଶ ନିଗମ (KSIDC) ସହିତ ଜଡିତ ଆର୍ଥିକ ଅନିୟମିତତାର ଏହି ଗୁରୁତର ଅଭିଯୋଗର ତଦନ୍ତ କରିବାକୁ SFIO କୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ସଂସ୍ଥା KSIDC, ଏହି ମାମଲାରେ ଜଡି଼ତ ଘରୋଇ କମ୍ପାନୀ CMRLରେ ଏହାର ୧୩.୪ ପ୍ରତିଶତ ଅଂଶଧନ ରଖିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories