Karnataka Police Controversial Direction / ଗଣେଶ ଶୋଭାଯାତ୍ରା ନିର୍ଦ୍ଦେଶକୁ ନେଇ ତେଜିଲା ବିବାଦ; ପାଲଟା ଜବାବ ଦେଲା ବିଜେପି
·1 hour ago·2 min read

Key Points
ଏହା ପ୍ରଥମ ଥର ନୁହେଁ ଯେତେବେଳେ ଏପରି ଭିଡିଓ ସାମ୍ନାକୁ ଆସିଛି କିମ୍ବା ଏପରି ନିର୍ଦ୍ଦେଶନାମା ଜାରି କରାଯାଇଛି। ପର୍ବପର୍ବାଣୀ ସମୟରେ ସମୟରେ ଏପରି ନିର୍ଦ୍ଦେଶାବଳୀ ଜାରି ହୋଇଥାଏ।
କର୍ଣ୍ଣାଟକରେ ଗଣେଶ ଉତ୍ସବ ପାଳନ କରିବାକୁ ନେଇ ତେଜିବାରେ ଲାଗିଛି ବିବାଦ। ଗଣେଶ ପୂଜା ପୂର୍ବରୁ ଜଣେ ପୋଲିସ ଅଧିକାରୀଙ୍କ ଏକ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କହୁଛନ୍ତି ଯେ ମସଜିଦ ସାମ୍ନାରେ ଗଣେଶ ଶୋଭାଯାତ୍ରା ବାହାର କରାଯିବା ଠିକ୍ ନୁହେଁ। କୌଣସି ପର୍ବକୁ ଏକ ଉତ୍ସବ ଭାବରେ ପାଳନ କରାଯିବା ଆବଶ୍ୟକ। ଅନ୍ୟମାନଙ୍କ ଭାବନାକୁ ସମ୍ମାନ କରାଯିବା ଉଚିତ। ଯଦି ଆପଣ ମସଜିଦ ସାମ୍ନାରେ ବାଣ ଫୁଟାନ୍ତି, ତାହେଲେ ମୁଁ ଏହାର ଉପଯୁକ୍ତ ମୁକାବିଲା କରିବି।
ମହୀଶୂର ଟି.ନରସିପୁରା ଠାରେ ଏକ ମସଜିଦ ସାମ୍ନାରୁ ଗଣେଶ ଶୋଭାଯାତ୍ରା ଯିବା ବିରୋଧରେ ଜଣେ ପୋଲିସ ଅଧିକାରୀକ ପକ୍ଷରୁ ଦିଆଯାଇଥିବା ଚେତାବନୀକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୋଲିସ ଅଧିକାରୀ ଧନଞ୍ଜୟ, ଗଣେଶ ପୂଜା ଆୟୋଜକଙ୍କୁ ମସଜିଦ ଦେଇ ଶୋଭାଯାତ୍ରା ନ ନେବାକୁ ପରାମର୍ଶ ଦେଇଥିବା ଏବଂ ସେଠାରେ ବାଣ ଫୁଟାଇବା ବିରୋଧରେ ଚେତାବନୀ ଦେଇଥିବା ଜଣାପଡ଼ିଛି। ବିଜେପି ସାଂସଦ ଯଦୁବୀର ୱାଡିଆର ପୋଲିସର ମନ୍ତବ୍ୟକୁ "ହିନ୍ଦୁ ବିରୋଧୀ" ବୋଲି କହିବା ଏହାର ବିରୋଧ କରିଛନ୍ତି।
ସାଂସଦ ଯଦୁବୀର କହିଛନ୍ତି ଯେ ଗଣେଶ ଶୋଭାଯାତ୍ରାର ରାସ୍ତାରେ କୌଣସି ପ୍ରତିବନ୍ଧକ ଲଗାଯିବା ଉଚିତ୍ ନୁହେଁ। ସମସ୍ତ ସାର୍ବଜନୀନ ରାସ୍ତା ସମସ୍ତଙ୍କ ପାଇଁ ଖୋଲା ଅଛି। ବିଜେପି ସାଂସଦ ଏହି ନିଷେଧାଦେଶର ଆଧାର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଅଧିକାରୀ ଆଇନ ଶୃଙ୍ଖଳା ବଜାୟ ରଖି ଧାର୍ମିକ ଶୋଭାଯାତ୍ରାକୁ ସହାୟତା କରିବା ଆବଶ୍ୟକ।
ଏହା ସହ ପଢନ୍ତୁ: ଗଣେଶ ପୂଜା ପୂର୍ବରୁ ଜାମ୍ ହୋଇଗଲା ମୁମ୍ବାଇ-ଗୋଆ ରାଜପଥ; ଚାଳକଙ୍କ ଲାଗି ବନ୍ଦ ହୋଇଗଲା ଯାତାୟତ
ଆମେ ପୂର୍ବରୁ ଏପରି ପରିସ୍ଥିତି ଦେଖିଛୁ। ନାଗାମଙ୍ଗଳ ଏବଂ ମାଣ୍ଡ୍ୟା ଠାରେ ଗଣେଶ ଉତ୍ସବ ସମୟରେ ପଥର ଫିଙ୍ଗା ଘଟଣା ଆମେ ଦେଖିଛୁ। ସରକାରଙ୍କ ମନୋଭାବ ହିନ୍ଦୁ ଏବଂ ହିନ୍ଦୁ ପରମ୍ପରାକୁ ଅସମ୍ମାନ କରୁଥିବା ପରି ମନେ ହେଉଛି। ସମସ୍ତ ରାସ୍ତା ଜନସାଧାରଣଙ୍କର। ଏହା ସମ୍ବିଧାନ ମଧ୍ୟରେ ଆସେ। ସମସ୍ତଙ୍କର ଉତ୍ସବ ପାଳନ କରିବାର ଅଧିକାର ଅଛି। ଆମେ କେଉଁଠି ଶୋଭାଯାତ୍ରା କରିପାରିବୁ କିମ୍ବା କରିପାରିବୁ ନାହିଁ ତାହା ନିର୍ଦ୍ଦେଶ ଦେବାର ଅଧିକାର ସେମାନଙ୍କ ପାଖରେ ନାହିଁ। ଆମେ ସେମାନଙ୍କୁ ଯେକୌଣସି ସ୍ଥାନକୁ ନେଇପାରିବୁ। ସେମାନେ କେବଳ ଆମକୁ ସଠିକ୍ ରାସ୍ତା ଦେଖାଇବା ଉଚିତ। ମସଜିଦ ଯୋଗୁଁ ଆମର ଉତ୍ସବକୁ ଅପମାନିତ କରନ୍ତୁ ନାହିଁ, ଏହା ଠିକ୍ ନୁହେଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧି ବିଜେପି, ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବର୍ଷିଛି। କଂଗ୍ରେସ ଙ୍କୁ ହିନ୍ଦୁ ବିରୋଧି ବୋଲି ଆଖ୍ୟା ଦେଇଛି ରାଜ୍ୟର ମୁଖ୍ୟ ବିରୋଧି ଦଳ। ବିଜେପି ସାଂସଦ ଯଦୁବୀର ୱାଡିଆର କହିଛନ୍ତି ଯେ ରାସ୍ତା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରଶାସନ ଆଇନ ଶୃଙ୍ଖଳା ବଜାୟ ରଖିବା ଉପରେ ଧ୍ୟାନ ଦେବା ଉଚିତ, ଶୋଭାଯାତ୍ରା ବନ୍ଦ କରିବା ଉପରେ ନୁହେଁ। ଶୋଭାଯାତ୍ରା କେଉଁଠାକୁ ଯିବାକୁ ଦିଆଯିବା ଉଚିତ କିମ୍ବା କେଉଁଠାରେ ଯିବା ଉଚିତ୍ ନୁହେଁ ତାହା କେହି କହିପାରିବେ ନାହିଁ।
ଅନ୍ୟପକ୍ଷରେ କର୍ଣ୍ଣାଟକ ବିଜେପି ବିଧାୟକ ଏବଂ ବିରୋଧି ଦଳ ନେତା ଆର.ଅଶୋକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ସେ କହିଛନ୍ତି ଯେ କଂଗ୍ରେସ ବିଭିନ୍ନ ଜିଲ୍ଲାରେ ଗଣେଶ ଚତୁର୍ଥୀ ପାଳନ କରିବାକୁ ଆସୁଥିବା ଲୋକଙ୍କୁ ହଇରାଣ ହରକତ କରୁଛି। ଯେତେବେଳେ ଲୋକେ ମସଜିଦ ସାମ୍ନା ଦେଇ ଯିବା ଆସିବା କରିଥାନ୍ତି, ସେତେବେଳେ ହିଁ ସମସ୍ୟା ସୃଷ୍ଟି ହୋଇଥାଏ। ଯେତେବେଳେ ସମାନ ଶୋଭାଯାତ୍ରା ଗୁରୁଦ୍ୱାର କିମ୍ବା ଜୈନ ମନ୍ଦିର ସାମ୍ନାରୁ ଯାଏ ସେତେବେଳେ କାହିଁକି କୌଣସି ଅସୁବିଧା ହୁଏ ନାହିଁ? ଯଦି କୌଣସି ସ୍ଥାନରେ ସମସ୍ୟା ହୁଏ, ତାହେଲେ କଂଗ୍ରେସ ସରକାର ବୁଝିବା ଉଚିତ ଯେ ଏହା ପଛରେ ରହିଥିବା ପ୍ରକୃତ ଅସାମାଜିକ ତତ୍ତ୍ୱ କିଏ।

Related Topics
Explore more stories