Videos
|
National

The Kashi Ropeway / ଦୀପାବଳି ପୂର୍ବରୁ କାଶୀରେ ଆରମ୍ଭ ହେବ ରୋପୱେ ସେବା; କେତେ ରହିବ ଭଡ଼ା?

Subhramjit Ray
Browse all articles by Subhramjit Ray
·2 hours ago·3 min read
ଦୀପାବଳି ପୂର୍ବରୁ କାଶୀରେ ଆରମ୍ଭ ହେବ ରୋପୱେ ସେବା; କେତେ ରହିବ ଭଡ଼ା?
The Kashi Ropeway Service

Key Points

ପ୍ରତିଦିନ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଭକ୍ତ ବାରାଣସୀରେ ପହଞ୍ଚିଥାନ୍ତି। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ସେଠାରେ ବ୍ୟାପକ ଟ୍ରାଫିକ୍ ଜାମ୍ ହୋଇଥାଏ ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ବାଧା ଯୋଗୁଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହି ରୋପୱେ ସେବା ଟ୍ରାଫିକ୍ ସମସ୍ୟାରୁ ଯଥେଷ୍ଟ ମୁକ୍ତି ପ୍ରଦାନ କରିବ।
ଭଗବାନ ଶିବଙ୍କ ନଗରୀ ବାରଣାସୀରେ ବିଶ୍ୱର ତୃତୀୟ ଏବଂ ଦେଶର ପ୍ରଥମ ସହରାଞ୍ଚଳ ପରିବହନ ରୋପୱେ ବ୍ୟବସ୍ଥା (Urban Transport Ropeway Service) ନିର୍ମାଣ କରାଯାଉଛି। ଯାହାର ନିର୍ମାଣ କାମ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ଏହାର ଟ୍ରାଏଲ୍ ରନ୍ (Kashi Ropeway Trial Run) ଚାଲିଛି। ଏହି ପ୍ରକଳ୍ପର ୯୪.୩୫% ସମ୍ପୂର୍ଣ୍ଣ ହୋଇଛି। ମୋଟାମୋଟି ଭାବେ କହିବାକୁ ଗଲେ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର, ବାରଣାସୀ (କାଶୀ) ବାସିନ୍ଦା ଟ୍ରାଫିକ୍ ଜାମ୍ ସମସ୍ୟାରୁ ମୁକ୍ତି ପାଇବେ। ସେମାନେ ବିମାନ ଯାତ୍ରାର ଅନୁଭବ କରିବେ। କାଶୀ ବିଦ୍ୟାପୀଠ ଷ୍ଟେସନ ଠାରେ ଟ୍ରାଏଲ୍ ରନ୍ ଆରମ୍ଭ ହୋଇସାରିଛି। ରୋପୱେ କାର୍ଯ୍ୟ କରା ଯାଉଥିବାର ଏକ ଭିଡି଼ଓ ସାମ୍ନାକୁ ଆସିଛି।

କ୍ୟାଣ୍ଟ-ଗୋଦୌଲିଆ ରୋପୱେ ପ୍ରକଳ୍ପ ସମାପ୍ତ ହେବାକୁ ଯାଉଛି। ଏହି ୩.୮୫ କିଲୋମିଟର ଲମ୍ବା ରୋପୱେ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଏହାର ପ୍ରାୟ ୯୪.୩୫% କାମ ସମ୍ପୂର୍ଣ୍ଣ ହୋଇଛି। ବର୍ତ୍ତମାନ, ରୋପୱେ ଷ୍ଟେସନ ଠାରେ କେବଳ ଶେଷ ସ୍ପର୍ଶ ଏବଂ ଅନ୍ୟାନ୍ୟ କାମ ବାକି ଅଛି। କାମ ଯେଉଁ ଗତିରେ ଚାଲିଛି ତାହାକୁ ଦୃଷ୍ଟିରେ ରଖି, ଆସନ୍ତା ନଭେମ୍ବର ମାସରେ ଦୀପାବଳି ପୂର୍ବରୁ ରୋପୱେ ପ୍ରକଳ୍ପ ସମାପ୍ତ ହେବାର ଆଶା କରାଯାଉଛି। ପରୀକ୍ଷଣ ଏବଂ ଟ୍ରାଏଲ୍ ରନ୍ ମଧ୍ୟ ଦ୍ରୁତ ଗତିରେ ଚାଲିଛି।

ରୋପୱେ ପାଇଁ ନିର୍ମିତ ହୋଇଛି ୫ ଷ୍ଟେସନ୍
ଏହି ପ୍ରାୟ ୩.୮୫ କିଲୋମିଟର ଲମ୍ବା ରୋପୱେ ସେବା ଲାଗି ୫ ଷ୍ଟେସନ୍ ରହିବ। ତାହା ହେଉଛି କ୍ୟାଣ୍ଟ ରେଳ ଷ୍ଟେସନ୍, କାଶୀ ବିଦ୍ୟାପୀଠ, ରଥଯାତ୍ରା, ଚର୍ଚ୍ଚ ଏବଂ ଗୌଦାଲିଆ। ଚର୍ଚ୍ଚ ଷ୍ଟେସନ୍ ଏକ ବୈଷୟିକ ଷ୍ଟେସନ୍ ଭାବରେ ବିକଶିତ କରାଯାଉଛି। ସମଗ୍ର ରୋପୱେ କରିଡର ଠାରେ ୨୯ ଟାୱାର ନିର୍ମାଣ କରାଯାଉଛି। ଷ୍ଟେସନ୍ ପରିସରରେ ଶେଷ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ, କ୍ୟାଣ୍ଟ ଏବଂ ଗୌଦାଲିଆ ମଧ୍ୟରେ ଯାତାୟାତ ବହୁତ ସହଜ ହୋଇଯିବ ଏବଂ ସମୟ ସଞ୍ଚୟ ମଧ୍ୟ ହେବ। 

ଏହା ସହ ପଢନ୍ତୁ: ବାରାଣସୀରେ ଆରମ୍ଭ ହେବ ରୋପୱେ ସେବା; ସହଜ ହେବ କାଶୀ ବିଶ୍ୱନାଥଙ୍କ ଦର୍ଶନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେତେ ହେବ ରୋପୱେ ଭଡ଼ା
ବାରଣାସୀ କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନ୍ ଏବଂ ଗୌଦାଲିଆ ମଧ୍ୟରେ ଦୂରତା ହେଉଛି ପ୍ରାୟ ୪ କିଲୋମିଟର। ବାରଣାସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନ୍ ଠାରୁ ଗୌଦାଲିଆ ପର୍ଯ୍ୟନ୍ତ ସମଗ୍ର ଯାତ୍ରା ପାଇଁ ଭଡ଼ା ୫୦ ଟଙ୍କା ରହିଛି।
ବାରଣାସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନ୍ ଠାରୁ ଗୌଦାଲିଆ ପର୍ଯ୍ୟନ୍ତ ସମଗ୍ର ଯାତ୍ରା ପାଇଁ ଭଡ଼ା ୫୦ ଟଙ୍କା ରହିଛି।
ଯାତ୍ରୀଙ୍କ ସୁବିଧା ପାଇଁ ସ୍ମାର୍ଟ ପାସ୍ ମଧ୍ୟ ଉପଲବ୍ଧ ହେବ।
କ୍ୟାଣ୍ଟନମେଣ୍ଟ ଠାରୁ ଗୌଦାଲିଆ ଯାତ୍ରା ପାଇଁ ସ୍ମାର୍ଟ ପାସ୍ ଲାଗି ୪୦ ଟଙ୍କା ଖର୍ଚ୍ଚ ହେବ।
ବିଦ୍ୟାପୀଠ ଠାରୁ ରଥଯାତ୍ରା ଷ୍ଟେସନ୍ ଯାତ୍ରା ପାଇଁ ୮ ଟଙ୍କା ଖର୍ଚ୍ଚ ହେବ।
ପ୍ରିମିୟମ୍ ଗଣ୍ଡୋଲା ସେବା ପାଇଁ ଭଡ଼ା ୨୦୦୦ ଟଙ୍କା ରହିଛି
ଯଦି କୌଣସି ସଙ୍ଗଠନ କିମ୍ବା ଗୋଷ୍ଠୀ ପ୍ରି-ବୁକ୍ କରନ୍ତି, ତାହେଲେ ପ୍ରତି ଗଣ୍ଡୋଲା ଯାତ୍ରାର ମୂଲ୍ୟ ୧୨୦୦ ଟଙ୍କା ହେବ।


ଘଣ୍ଟାକର ଯାତ୍ରା ମିନିଟ ମଧ୍ୟରେ ହୋଇଯିବ
ପ୍ରତିଦିନ ହଜାର ହଜାର ଏବଂ ଲକ୍ଷ ଲକ୍ଷ ଭକ୍ତ ବାରାଣସୀ ଆସିଥାନ୍ତି। ସଂକୀର୍ଣ୍ଣ ରାସ୍ତା ଯୋଗୁଁ ସେମାନେ ବ୍ୟାପକ ଟ୍ରାଫିକ ସମସ୍ୟାର ସାମ୍ନା କରିଥାନ୍ତି। ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ରୋପୱେ ସେବା ଆରମ୍ଭ ହେବା ଦ୍ୱାରା ଟ୍ରାଫିକ ସମସ୍ୟାରୁ ଯଥେଷ୍ଟ ମୁକ୍ତି ମିଳିବ। ଲୋକେ ରୋପୱେ ବ୍ୟବହାର କରି ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଯାତ୍ରାକୁ କିଛି ମିନିଟ୍ ମଧ୍ୟରେ ଅତିକ୍ରମ କରିପାରିବେ। ରୋପୱେ ଯାତ୍ରୀଙ୍କୁ ସହରର ମୁଖ୍ୟ ଅଞ୍ଚଳ ମଧ୍ୟରେ ଏକ ଦ୍ରୁତ ଏବଂ ମନୋରମ ଅଭିଜ୍ଞତା ପ୍ରଦାନ କରିବ।