Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବରଫ ଧୋକା ଦେବାରୁ ଖାଁ ଖାଁ ଗୁଲମର୍ଗ

Jitendra Dash
Browse all articles by Jitendra Dash
·2 years ago·1 min read
ବରଫ ଧୋକା ଦେବାରୁ ଖାଁ ଖାଁ ଗୁଲମର୍ଗ

ଅର୍ଗସ ବ୍ୟୁରୋ : ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା । ମାସେ, ଦୁଇମାସ ପୂର୍ବରୁ ଗୁଲମର୍ଗ ଯିବାକୁ ଟିକେଟ୍ କରୁଥିଲେ ପର୍ଯ୍ୟଟକ । ବ୍ୟବସାୟ ଜମୁଥିଲା, ସ୍ଥାନୀୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଆୟ ବଢ଼ୁଥିଲା । ହେଲେ ଏଥର ବଫର ଧୋକା ଦେବାରୁ ଖାଁ ଖାଁ ଗୁଲମର୍ଗ । ଅର୍ଥାତ ଏଥର ଗୁଲମର୍ଗରେ ବରଫ ପଡ଼ିନି । ପୂର୍ବରୁ ସଫେଦ ପାହାଡ଼ରେ ପରିଣତ ହେଇଯାଉଥିବା ଗୁଲମର୍ଗ ଏଥର ଥୁଣ୍ଟା,ଶୁଖିଲା ଚରାଭୂଇଁରେ ପରିଣତ ହୋଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଯାହାଫଳରେ ଉଭେଇ ଯାଇଛି ଗୁଲମର୍ଗର ଭିଡ଼ । ଶୁଭୁନି ଆଉ ପୂର୍ବରୁ କୋଳାହଳ । ଗୁଲମର୍ଗରେ ଜାନୁଆରୀର ଶୀତରେ ବରଫ ହିଁ ବରଫ ଦେଖାଯାଏ । ହେଲେ ଏଥର ଏହି ଶୁଖିଲା ଚିତ୍ର ସମସ୍ତଙ୍କ ଚିନ୍ତା ବଢ଼ାଇଛି । ଚିନ୍ତା ବଢ଼ିବାର କାରଣ ହେଲା, ବରଫ ପଡ଼ି ନଥିବାରୁ ଗ୍ରୀଷ୍ଣ ଋତୁରେ ନଦୀ ଗୁଡ଼ିକରେ ଜଳାଭାବ ଦେଖାଦେଇପାରେ । ସେପଟେ ଜାନୁଆରୀର ଶେଷ ଆଡ଼କୁ ଉଚ୍ଚ ପହାଡ଼ ଗୁଡ଼ିକରେ ସାମାନ୍ୟ ତୁଷାରପାତ ହୋଇଛି ହେଲେ ଏହା ପର୍ଯ୍ୟାପ୍ତ ନୁହଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kashmir’s hopes of winter tourism melt away | Argus News