Videos
|
National

Accident / କାଜିରଙ୍ଗାରେ ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ଟ୍ରାଭେଲର୍ ମୁହାଁମୁହିଁ, ୨୩ ମୃ*ତ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
କାଜିରଙ୍ଗାରେ ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ଟ୍ରାଭେଲର୍ ମୁହାଁମୁହିଁ, ୨୩ ମୃ*ତ
23 Killed Near Kaziranga National Park

Key Points

ଟ୍ରକ୍ ସହ ଟ୍ରାଭେଲର ମୁହାଁମୁହିଁ ଧକ୍କା । ଏହି ଭୟଙ୍କର ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ।
ଗୁଆହାଟି: ଆସାମର କାଜିରଙ୍ଗାରେ ଶୁକ୍ରବାର ବଡ଼ ଧରଣର ଦୁର୍ଘଟଣା ଘଟିଛି । ଏକ ଟ୍ରକ୍ ସହ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରାଭେଲର ବା ମିନି ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଏହି ଭୟଙ୍କର ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ଏତେ ଭୀଷଣ ଥିଲା ଯେ ଟ୍ରାଭେଲର୍ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଏକାଧିକ ଯାତ୍ରୀ ଟ୍ରାଭେଲର ଭିତରେ ଫସି ରହିଥିବା ବେଳେ ସ୍ଥାନୀୟ ଲୋକ ଓ ପୋଲିସ ମିଳିତ ଭାବେ ଉଦ୍ଧାର କରିଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି ।

ଏହି ଦୁର୍ଘଟଣା ଗୋଲାଘାଟ ଜିଲ୍ଲାର କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଘଟିଛି । ପୋଲିସ ଅନୁସାରେ, ରଙ୍ଗାଜନ ଅଞ୍ଚଳର ହାତିକୁଲି ଚା' ବଗିଚା ନିକଟ ଜାତୀୟ ରାଜପଥ-୭୧୫ରେ ଟ୍ରାଭେଲର-ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଟ୍ରାଭେଲରଟି ବୋଖାଖାଟରୁ ନଗାଓଁ ଆଡ଼କୁ ଯାଉଥିଲା । ସେହି ସମୟରେ ଟ୍ରକ୍‌କୁ ଧକ୍କା ଦେଇଥିଲେ ଟ୍ରାଭେଲର୍ ।

ଏଥିସହ ପଢ଼ନ୍ତୁ: ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ; ଏମାନଙ୍କୁ ମିଳିବ ବିବାହ ଅନୁମତି, ଫ୍ୟାମିଲି କ୍ୱାର୍ଟର୍ସ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁର୍ଘଟଣା ଖବର ପାଇବା ମାତ୍ରେ ପୋଲିସ ଓ ସ୍ଥାନୀୟ ଲୋକ ପହଞ୍ଚି ଯାଇଥିଲେ । ଟ୍ରାଭେଲର୍‌ର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନେକ ଯାତ୍ରୀ ଫସି ରହିଥିଲେ । ଉଦ୍ଧାରକାରୀ ଟିମ୍ ମୃତଦେହ ସହ ଆହତଙ୍କୁ ଉଦ୍ଧାର କରିଛନ୍ତି । ପ୍ରଥମେ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ପରେ ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରରେ ଅଧିକାଂଶ ଛାତ୍ର

ପ୍ରାଥମିକ ସୂଚନା ଅନୁସାରେ, ଟ୍ରାଭେଲରରେ ଅଧିକାଂଶ ଛାତ୍ର ଥିଲେ । ତେବେ, ଦୁର୍ଘଟଣା ସମୟରେ ସେଥିରେ କେତେ ଜଣ ଯାତ୍ରୀ ଥିଲେ ତାହା ପୋଲିସ ସ୍ପଷ୍ଟ କରି ନାହିଁ । ଆହତ ମାନଙ୍କୁ କୋହୋରା ମଡେଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କୁ ଜୋରାହାଟ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲର ଗାଡ଼ିର ୧୨ଟି ଚାଲାଣ କଟିଥିବା ଜଣାପଡ଼ିଛି । ଏହିସବୁ ଚାଲାଣକୁ ମିଶାଇଲେ ଗାଡ଼ି ଉପରେ ଥିବା ୩୮ ହଜାର ୫୦୦ ଟଙ୍କା ଜରିମାନା ଭରା ଯାଇଛି । ଏବେ ୪ ହଜାର ଟଙ୍କା ଚାଲାଣ କଟିଛି । ଦ୍ରୁତ ଗତି ପାଇଁ ୪ ହଜାର ଟଙ୍କାର ଜରିମାନା ଲାଗିଛି ।

ପୋଲିସ ଅନୁସାରେ, ଟ୍ରାଭେଲର୍‌ର ବେଗ ଅଧିକ ଥିଲା । କାଜିରଙ୍ଗା ଜାତୀୟ ଉଦ୍ୟାନ ନିକଟରେ ଗାଡ଼ିର ବେଗକୁ ନେଇ ନିୟମ ଲାଗୁ ହୋଇଛି । ଆଶଙ୍କା କରାଯାଉଛି, ଟ୍ରାଭେଲର୍‌ଟି ଦ୍ରୁତ ଗତିରେ ଆସୁଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇ ଟ୍ରକ୍‌କୁ ଧକ୍କା ଦେଇଛି ।