Videos
|
National

Agniveer New Rule / ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ; ଏମାନଙ୍କୁ ମିଳିବ ବିବାହ ଅନୁମତି, ଫ୍ୟାମିଲି କ୍ୱାର୍ଟର୍ସ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ; ଏମାନଙ୍କୁ ମିଳିବ ବିବାହ ଅନୁମତି, ଫ୍ୟାମିଲି କ୍ୱାର୍ଟର୍ସ
Agniveer New Rule

Key Points

ଅଗ୍ନିବୀର ଯୋଜନାରେ ବଡ଼ ପରିବର୍ତ୍ତନ
ସରକାର ଆଣିଲେ ନୂଆ ନିୟମ
୪ବର୍ଷ ସେବା ପରେ ମିଳିବ ବିବାହ ଅନୁମତି
ନୂଆଦିଲ୍ଲୀ: ଅଗ୍ନିବୀରଙ୍କ ପାଇଁ ଆସିପାରେ ବଡ଼ ଖୁସି ଖବର । ଦେଶର ସେନାଙ୍କ ନିଯୁକ୍ତି ପ୍ରକ୍ରିୟା ଅଗ୍ନିପଥ ଯୋଜନାରେ ହୋଇପାରେ ବଡ଼ ପରିବର୍ତ୍ତନ । ଏଣିକି ୪ ବର୍ଷର ପ୍ରାରମ୍ଭିକ ସେବା ପୂରଣ କରିବା ପରେ ଅତିରିକ୍ତ ୨ ବର୍ଷର ଏକ୍ସଟେନ୍ସନ୍ ପାଉଥିବା ଅଗ୍ନିବୀରଙ୍କୁ ମିଳିପାରେ ବିବାହ କରିବାର ଅନୁମତି । ଏଥିସହ ବିବାହିତ ଅଗ୍ନିବୀରଙ୍କ ପାଇଁ ଡ୍ୟୁଟି ସ୍ଥାନରେ ପରିବାର ସହ ରହିବାକୁ ଫ୍ୟାମିଲି କ୍ୱାର୍ଟର୍ସ ଯୋଗାଇଦେବା ନେଇ ମଧ୍ୟ ବିଚାରବିମର୍ଶ ଚାଲିଛି ।

କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାକୁ ଅଧିକ ବ୍ୟବହାରିକ କରିବା ପାଇଁ ଅଗ୍ନିପଥ ୨.୦ ଯୋଜନା ଉପରେ ବିଚାର କରୁଛନ୍ତି । ଚାରି ବର୍ଷର ସେବା ପରେ ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷର ଅତିରିକ୍ତ ସେବା ସୁଯୋଗ ଦେବା ନେଇ ଆଲୋଚନା ହୋଇଥିବା ଖବର ଆସିଛି । ଏବେ ଏହି ଅବଧି ମଧ୍ୟରେ ବିବାହକୁ ଅନୁମତି ଦେବା ଏବଂ ପରିବାର ପାଇଁ ଆବାସ ବ୍ୟବସ୍ଥା କରିବା ନେଇ ବିଚାର ଚାଲିଛି । ତେବେ ଏହି ପ୍ରସ୍ତାବ ଉପରେ ଏଯାଏଁ କୌଣସି ଆଧିକାରିକ ମୋହର ବାଜିନାହିଁ।

  • ASAAN ଆପ୍‌ରେ ଦେବାକୁ ପଡ଼ିବ ସହମତି
ଅନ୍ୟପଟେ, ଚାରି ବର୍ଷର ସେବା ପୂରଣ କରିବା ପରେ ଅଗ୍ନିବୀରମାନେ ନିଜର ଭବିଷ୍ୟତ ନିଷ୍ପତ୍ତି ନେବା ପାଇଁ ଆସାନ୍ ବା ASAAN ଆପ୍‌ର ସହାୟତା ନେବେ । ଏହି ଆପ୍‌ରେ ସେମାନଙ୍କୁ ନିଜର ସହମତି କିମ୍ବା ଅସହମତି ଜଣାଇବା ପାଇଁ ମୋଟ୍ ଚାରୋଟି ବିକଳ୍ପ ମିଳିବ । ପ୍ରଥମ ବିକଳ୍ପରେ କେବଳ ସ୍ଥାୟୀ ନିଯୁକ୍ତି ବା ପରମାନେଣ୍ଟ କ୍ୟାଡର ପାଇଁ ସହମତି ଦେଇପାରିବେ । ଦ୍ୱିତୀୟ ବିକଳ୍ପରେ ସ୍ଥାୟୀ ନିଯୁକ୍ତି ସହ ଯଦି ଚୟନ ନହୁଏ, ତେବେ ଅତିରିକ୍ତ ଦୁଇ ବର୍ଷର ଏକ୍ସଟେନ୍ସନ୍ ପାଇଁ ମଧ୍ୟ ସହମତି ଦେଇପାରିବେ । ତୃତୀୟ ବିକଳ୍ପରେ କେବଳ ଦୁଇ ବର୍ଷର ଏକ୍ସଟେନ୍ସନ୍ ପାଇଁ ସହମତି ଦେବାର ସୁଯୋଗ ରହିବ । ଆଉ ଚତୁର୍ଥ ବିକଳ୍ପରେ ସେନାରେ ଆଗକୁ ସେବା ଜାରି ନରଖିବା ପାଇଁ ନିଜର ଅସହମତି ଜଣାଇପାରିବେ ।

  • କେମିତି ନିର୍ଦ୍ଧାରିତ ହେବ ଏକ୍ସଟେନ୍ସନ୍ ଓ ସ୍ଥାୟୀ ନିଯୁକ୍ତି ?
ସେପଟେ, ଏକ୍ସଟେନ୍ସନ୍ ଓ ସ୍ଥାୟୀ ନିଯୁକ୍ତିର ନିୟମ ଏବଂ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ଦାୟିତ୍ୱ ତିନି ସେନାକୁ ଦିଆଯାଇଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ବାୟୁସେନା (Air Force) ପୂର୍ବରୁ ରହିଥିବା ମାର୍କିଂ ଓ ଆସେସମେଣ୍ଟ ପ୍ରକ୍ରିୟା ଆଧାରରେ ଅଗ୍ନିବୀରଙ୍କୁ ଏକ୍ସଟେନ୍ସନ୍ ଦେବା ନେଇ ବିଚାର କରୁଛି । ସେହିପରି ଭାରତୀୟ ସ୍ଥଳସେନା (Army)ରେ ଶୃଙ୍ଖଳିତ, ଉତ୍ତମ ପ୍ରଦର୍ଶନ କରୁଥିବା ଏବଂ ଶାରୀରିକ ଭାବେ ସମ୍ପୂର୍ଣ୍ଣ ଫିଟ୍ ଅଗ୍ନିବୀରଙ୍କୁ ଗୁରୁତ୍ୱ ଦିଆଯିବା ନେଇ ଯୋଜନା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ବୀମା, ୧୦ ଲକ୍ଷର ପ୍ୟାକେଜ୍ ଓ ୫୦% ସଂରକ୍ଷଣ… ପୂର୍ବତନ ଅଗ୍ନିବୀରଙ୍କୁ ସରକାର ଦେବେ ଏସବୁ ସୁବିଧା

ତେବେ ଅଗ୍ନିପଥ ଯୋଜନାରେ ଏହି ସମ୍ଭାବ୍ୟ ପରିବର୍ତ୍ତନ କେବେ ଲାଗୁ ହେବ, ତାହାକୁ ନେଇ ଏବେ ଅପେକ୍ଷା । ସରକାରଙ୍କ ଆଧିକାରିକ ଘୋଷଣା ପରେ ହିଁ ବିବାହ ଅନୁମତି ଓ ଏକ୍ସଟେନ୍ସନ୍ ସମ୍ପର୍କିତ ନିୟମ ସ୍ପଷ୍ଟ ହେବ ।