Kedarnath Mandir Viral Video / ଗର୍ଭଗୃହର ଭିଡି଼ଓ ଭାଇରାଲ ପରେ ତେଜିଲା ବିବାଦ! ମନ୍ଦିର କମିଟି ପକ୍ଷରୁ ତଦନ୍ତ ଆରମ୍ଭ, କାର୍ଯ୍ୟାନୁଷ୍ଠାନ ପାଇଁ ଚାଲିଛି ପ୍ରସ୍ତୁତି
·1 hour ago·2 min read

Key Points
ମନ୍ଦିର କମିଟି ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଯଦି ମନ୍ଦିର କମିଟି କିମ୍ବା ମନ୍ଦିର ପରିଚାଳନା ସହିତ ଜଡିତ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ସାମ୍ନାକୁ ଆସେ, ତେବେ ତାଙ୍କୁ ଛଡ଼ାଯିବ ନାହିଁ ଏବଂ ନିୟମ ଅନୁଯାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଉତ୍ତରାଖଣ୍ଡ ସ୍ଥିତ କେଦାରନାଥ ମନ୍ଦିରର ଏକ ଭିଡି଼ଓ ଭାଇରାଲ ହେବା ପରେ ବିବାଦ ତେଜିବାରେ ଲାଗିଛି। କେଦାରନାଥ ମନ୍ଦିର ଗର୍ଭଗୃହର ଏକ କଥିତ ଭିଡି଼ଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବଦ୍ରୀ-କେଦାର ମନ୍ଦିର କମିଟି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ଦିର କମିଟି ଏହି ଭିଡି଼ଓ ରେକର୍ଡିଂ କରି ଏହାକୁ ସେୟାର କରିଥିବା ଲୋକଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି। ନିୟମ ଉଂଲଘନ କରାଯାଇଥିବା ନେଇ ନିଶ୍ଚିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଚେତାବନୀ ଦିଆଯାଇଛି।
କେଦାରନାଥ ମନ୍ଦିରର ଯାତ୍ରା ବର୍ତ୍ତମାନ ଶୀର୍ଷରେ ରହିଛି। ଲକ୍ଷ ଲକ୍ଷ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏହି ସମୟରେ ମନ୍ଦିରର ଗର୍ଭଗୃହ ସହିତ ଜଡି଼ତ ଭିଡିଓ ଏବଂ ରିଲ୍ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହୋଇଛି। ଯାହା ମନ୍ଦିରର ଧାର୍ମିକ ମର୍ଯ୍ୟଦା ସାଜସଜ୍ଜା ଏବଂ ମନ୍ଦିରର ନିୟମ ଉପରେ ପ୍ରଶ୍ନ ଉଠାଇଛି। "ହର୍ଷିତ କିଚରା" ନାମକ ଏକ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମନ୍ଦିର ଗର୍ଭଗୃହର ଏକ ଭିଡିଓ ପୋଷ୍ଟ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହି ଭିଡିଓ ସେୟାର ହେବା ମାତ୍ରେ ଏହାକୁ ଅନେକ ଭ୍ୟୁ ମିଳିବା ସହ ବ୍ୟାପକ ସେୟାର କରାଯାଇଥିଲା।
ଏହା ସହ ପଢନ୍ତୁ: ବନ୍ଦ ହୋଇଗଲା କେଦାରନାଥ ଯାତ୍ରା; ଚିରବାସା ଠାରେ ଧସିଲା ପାହାଡ଼, ସୁରକ୍ଷିତ ସ୍ଥାନରେ ଅଟକି ରହିଲେ ତୀର୍ଥଯାତ୍ରୀ
ଘଟଣାଟି ସାମ୍ନାକୁ ଆସିବା ପରେ, ବଦ୍ରୀ-କେଦାର ମନ୍ଦିର କମିଟି (BKTC) ଏହାକୁ ଗମ୍ଭୀରତାର ସହ ନେଇଛି। କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଯେ ସାମାଜିକ ଗଣମାଧ୍ୟମରେ ଗର୍ଭଗୃହ ସମ୍ପର୍କିତ ଭିଡିଓ ତିଆରି ଏବଂ ପ୍ରସାରିତ କରିଥିବା ଲୋକଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହା ବ୍ୟତୀତ, ଭାଇରାଲ୍ ଭିଡିଓ ଉପରେ ନଜର ରଖାଯାଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କାହାକୁ ଛଡାଯିବ ନାହିଁ: ମନ୍ଦିର କମିଟି
କମିଟି ଅନୁଯାୟୀ, ସମଗ୍ର ମାମଲାର ଆଇନଗତ ଏବଂ ଧାର୍ମିକ ଦିଗର ତଦନ୍ତ କରାଯାଉଛି। ଯଦି ତଦନ୍ତରେ ମନ୍ଦିର ନିୟମର କୌଣସି ଉଲ୍ଲଂଘନ ଜଣାପଡ଼େ, ତାହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲକର ବ୍ୟବସ୍ଥା କରାଯିବ
କେଦାରନାଥ ଏବଂ ବଦ୍ରିନାଥ ମନ୍ଦିରରେ ମୋବାଇଲ୍ ଫୋନ୍ ବ୍ୟବହାର ସମ୍ପର୍କରେ ଅନେକ ନିୟମ ଏବଂ ପ୍ରତିବନ୍ଧକ ପୂର୍ବରୁ ରହିଛି। ଭକ୍ତଙ୍କ ପାଇଁ ମୋବାଇଲ୍ ଫୋନ୍ ସୁରକ୍ଷାକୁ ଆହୁରି ମଜବୁତ କରିବା ବିଷୟରେ ମଧ୍ୟ ବିଚାର କରାଯାଉଛି। ମନ୍ଦିର ପରିସରର ଧାର୍ମିକ ପବିତ୍ରତା ବଜାୟ ରଖିବା ପାଇଁ ମୋବାଇଲ୍ ଲକର ଭଳି ସୁବିଧା ଯୋଗାଇବା ପାଇଁ ଯୋଜନା ଚାଲିଛି।
ଏହା ସହ ପଢନ୍ତୁ: କେଦାରନାଥ ଧାମରେ ପୁନର୍ବାର ଆରମ୍ଭ ହେବ ହେଲିକ୍ୟାପ୍ଟର ସେବା; ସୋମବାର ଆରମ୍ଭ ହେବ ଅନଲାଇନ୍ ବୁକିଂ
ମନ୍ଦିର କମିଟି ବର୍ତ୍ତମାନ ଗର୍ଭଗୃହରୁ ଭିଡି଼ଓ କିପରି ରେକର୍ଡ଼ କରାଯାଇଥିଲା ଏବଂ ସେମାନେ ମନ୍ଦିର ପରିସରରୁ କିପରି ବାହାରି, ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହାକୁ ସେୟାର କରିଥିଲେ ତାହାର ତଦନ୍ତ କରିଥିଲେ। ମନ୍ଦିର କମିଟି ଭାଇରାଲ୍ ବିଷୟ ବସ୍ତୁକୁ ଚିହ୍ନଟ ଏବଂ ତଦନ୍ତ କରୁଛି। ଚଳିତ ବର୍ଷ ଅପ୍ରେଲ ୨୨ ତାରିଖରେ ବାବା କେଦାରନାଙ୍କ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିଥିଲା। ପାଗ ପ୍ରତିବନ୍ଧକ, ଅବିରତ ବର୍ଷା ଏବଂ ଭୂସ୍ଖଳନ ସତ୍ତ୍ୱେ ଏହି ଧାମରେ ଯାତ୍ରା ଜାରି ରହିଛି। ଉପଲବ୍ଧ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୧୫.୧୮ ଲକ୍ଷରୁ ଅଧିକ ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରି ସାରିଛନ୍ତି।

Related Topics
Explore more stories