କେଦାରନାଥ ଭୂସ୍ଖଳନରେ ଫସିଛନ୍ତି କେନ୍ଦୁଝରର 4 ଓଡ଼ିଆ
·1 year ago

ନୂଆଦିଲ୍ଲୀ: କେଦାରନାଥ ଭୂସ୍ଖଳନରେ ଫସିଛନ୍ତି କେନ୍ଦୁଝର ଜିଲ୍ଲାର 4 ଓଡ଼ିଆ । ଗତ ୨୭ ତାରିଖରୁ କାଉଡିଆ ଯାତ୍ରାରେ ଯାଇ 4 ଦିନ ହେଲା ଫସିଛନ୍ତି ତେଲକୋଇର ୩ ଓ ସଦର ବ୍ଲକର ଜଣେ । ତେଲକୋଇ ସରୁଆଳି ଗାଁର କାର୍ତ୍ତିକେଶ୍ବର ଖିଲାର, ଜଗମୋହନପୁର ଗାଁର ସଦାନନ୍ଦ ସାହୁ, ଦୋବଲାପାଳ ଚନ୍ଦ୍ରଶେଖରପୁର ଗାଁର ମହେଶ୍ବର ପ୍ରଧାନ ଏବଂ କେନ୍ଦୁଝର ସଦର ବ୍ଲକ କେମ୍ପସଢାର ଋଷିନାଥ ମହାନ୍ତ ଫସି ରହିଛନ୍ତି ।
ଆଜି ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରୁଦ୍ରପ୍ରୟାଗ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି କେନ୍ଦୁଝର ଜିଲ୍ଲାପାଳ । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା ସୂଚନା ମିଳିଥିବାବେଳେ ଖାଇବା ପିଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ପ୍ରାୟ ୨୦୦ରୁ ଅଧିକ ଲୋକ ଫସି ରହିଥିବା ପରିବାର ଲୋକେ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: