Kedarnath Ropeway / କେଦାରନାଥରେ ହେବ ଦୁନିଆର ସବୁଠୁ ଉଚ୍ଚ ରୋପ୍ ୱେ; ୩୬ ମିନିଟ୍ରେ ସରିବ ୧୬ କିମିର ଯାତ୍ରା
·41 mins ago·2 min read

Key Points
୧୩ କିମିର ରୋପୱେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ରହିବ । ରୋପୱେର ପ୍ରତି ଟ୍ରଲିର କ୍ୟାବିନରେ ୩୫ ଯାତ୍ରୀ ଯାଇପାରିବେ । ରୋପୱେ ହେଲେ ଯାତ୍ରା ସମୟ ୯ ଘଣ୍ଟାରୁ ମାତ୍ର ୩୬ ମିନିଟ୍କୁ ହ୍ରାସ ପାଇବ ।
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଚାରଧାମ ଯାତ୍ରାର ମୁଖ୍ୟ ତୀର୍ଥସ୍ଥଳ ହେଉଛି କେଦାରନାଥ । ଏବେ କେଦାରନାଥ ଯାତ୍ରା ସହଜ ହେବାକୁ ଯାଉଛି । ଗୌରୀକୁଣ୍ଡରୁ କେଦାରନାଥକୁ ନିର୍ମାଣ ହେବ ରୋପୱେ । ଏହା ଦ୍ୱାରା ପାହାଡ଼ିଆ ରାସ୍ତାରେ ଦୀର୍ଘ ବାଟ ଚାଲି ଚାଲି ଉପରକୁ ପହଞ୍ଚିବାର କଷ୍ଟ କମିବା ସହ ସମୟ ହ୍ରାସ ପାଇବ ।
ବିଶେଷକରି ବୟସ୍କ ଲୋକ, ଅସୁସ୍ଥ ବ୍ୟକ୍ତି ଏବଂ ଯେଉଁମାନେ ଦୀର୍ଘ ସମୟ ଚାଲିପାରନ୍ତି ନାହିଁ, ସେମାନଙ୍କ ପାଇଁ ଏହି ପ୍ରକଳ୍ପ ବେଶ୍ ସହାୟକ ହେବ । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କେଦାରନାଥରେ ରୋପୱେ ପାଇଁ ୫ ହଜାର କୋଟିର ପ୍ରକଳ୍ପ ନେଇ ସୂଚନା ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ବିବାହ କାର୍ଡରେ ଶିକ୍ଷାଗତ ଯୋଗ୍ୟତାର ଝଲକ, ଅନନ୍ତ ସିଂହଙ୍କ ଝିଅଙ୍କ ବିବାହକୁ ନେଇ ଚର୍ଚ୍ଚା
କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ପ୍ରାୟ ୫ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପକୁ ସରକାରୀ ବଜେଟ୍ ବଦଳରେ BOT (Build, Operate and Transfer) ମଡେଲ୍ରେ କରିବାକୁ ପ୍ରସ୍ତାବ ରହିଛି । ଏଥିରେ ଘରୋଇ ନିବେଶକ ନିଜ ଟଙ୍କା ଲଗାଇ ରୋପୱେ ନିର୍ମାଣ କରିବେ ଏବଂ ପରେ ଏହାକୁ ଚଳାଇବେ । ଏହା ବଦଳରେ ସରକାରଙ୍କୁ ବାର୍ଷିକ ୮୦୦ କୋଟି ଟଙ୍କା ରାଜସ୍ଵ ଦେବାର ପ୍ରସ୍ତାବ ରହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରୋପୱେରେ ରହିବ ଆଧୁନିକ ଟେକ୍ନୋଲୋଜି
ଏହି ପ୍ରକଳ୍ପରେ ଟ୍ରାଇ କେବଲ୍ ଡିଟାଚେବଲ୍ ଗୋଣ୍ଡୋଲା (3S) ଟେକ୍ନୋଲୋଜି ବ୍ୟବହାର କରାଯିବ । ଏଥିରେ ତିନୋଟି କେବୁଲ୍ର ସାହାଯ୍ୟରେ ଟ୍ରଲି ଚାଲିବ । ଏହାର ଡିଜାଇନ୍ ଅନୁଯାୟୀ, ଘଣ୍ଟାକୁ ଗୋଟିଏ ପଟୁ ୧,୮୦୦ ଜଣ ଯାତ୍ରୀ ଯାତାୟାତ କରିପାରିବେ । ଦିନକୁ ପ୍ରାୟ ୧୮ ହଜାର ଯାତ୍ରୀଙ୍କୁ ନେବାର କ୍ଷମତା ରହିବ ।
ସରକାରଙ୍କ ଯୋଜନା ଅନୁଯାୟୀ, ରୋପୱେ ଚାଲୁ ହେଲେ ଯାତ୍ରା ସମୟ ୮ରୁ ୯ ଘଣ୍ଟା ବଦଳରେ ପ୍ରାୟ ୩୬ ମିନିଟ୍ ହେବ । ୧୧ ହଜାର ୫୦୦ ଫୁଟ୍ ଉପରେ କେଦାରନାଥର ରୋପୱେ ଦୁନିଆର ସବୁଠୁ ଲମ୍ବା ଓ ଉଚ୍ଚ ରୋପ ୱେ ହେବ ।
ସବୁଠୁ ଲମ୍ବା ରୋପୱେ
୧୩ କିମିର ରୋପୱେ ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ରହିବ । ରୋପୱେର ପ୍ରତି ଟ୍ରଲିର କ୍ୟାବିନରେ ୩୫ ଯାତ୍ରୀ ଯାଇପାରିବେ । ଏବେ ସୋନପ୍ରୟାଗ କିମ୍ବା ଗୌରୀକୁଣ୍ଡରୁ କେଦାରନାଥ ଧାମ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ୧୬ କିମି ଯାତ୍ରା କରିବାକୁ ୮ରୁ ୯ ଘଣ୍ଟା ସମୟ ଲାଗୁଛି । ରୋପୱେ ହେଲେ ଏହା ମାତ୍ର ୩୬ ମିନିଟ୍କୁ ହ୍ରାସ ପାଇବ ।
ଏଥିସହ ପଢ଼ନ୍ତୁ: ଛୋଟ ସହରରୁ IIT, ବଡ଼ ସହରରେ କୋଟି କୋଟି ଆୟ; ବିବାହ ପାଇଁ ଚାହିଁଲେ ଏମିତି ଝିଅ

ସ୍ଥାନୀୟ ଲୋକଙ୍କୁ ମିଳିବ ରୋଜଗାର
ଏହି ପ୍ରକଳ୍ପ କେବଳ ତୀର୍ଥଯାତ୍ରୀଙ୍କ ଯାତ୍ରାକୁ ସହଜ କରିବ ନାହିଁ, ଉତ୍ତରାଖଣ୍ଡର ପର୍ଯ୍ୟଟନ ବ୍ୟବସାୟକୁ ମଧ୍ୟ ସାହାଯ୍ୟ କରିବ । ରୋପୱେ ନିର୍ମାଣ ଓ ପରିଚାଳନା ସମୟରେ ଅନେକ ଲୋକଙ୍କୁ କାମ ମିଳିବାର ଆଶା ରହିଛି । ଏହା ସହ ହୋଟେଲ, ହୋମ୍ଷ୍ଟେ, ରେଷ୍ଟୁରାଣ୍ଟ, ଗାଡ଼ି ଚଳାଚଳ ଓ ସ୍ଥାନୀୟ ଗାଇଡ୍ଙ୍କ ବ୍ୟବସାୟ ମଧ୍ୟ ବଢ଼ିପାରିବ ।