|
logo
Live

Argus News - ୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

National

୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

Jitendra Dash
Browse all articles by Jitendra Dash
·1 year ago
୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର

ଅର୍ଗସ ବ୍ୟୁରୋ : ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାଲିଧାମ ଯାତ୍ରା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ଆସନ୍ତା ମେ ୧୦ ତାରିଖରୁ ତୀର୍ଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆଜିଠାରୁ ଶ୍ରଦ୍ଧାଳୁ ଅଫଲାଇନ ଓ ଅନଲାଇନ ପଞ୍ଜିକରଣ କରିପାରିବେ । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନୋତ୍ରୀ ତୀର୍ଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁସମସ୍ତ ବ୍ୟବସ୍ଥା କରାଯାଇଛି । 

ଅଧିକ ପଢନ୍ତୁ ଭାରତ ଖବର

ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ପାଣିପାଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଡେରାଡୁନ ଓ ହରିଦ୍ବାରରେ ସିଙ୍ଗଲ ୱିଣ୍ଡୋ ସଲ୍ୟୁସନ୍ସ କେନ୍ଦ୍ର ସ୍ଥାପନ ହୋଇଛି । କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ତରୀ ୧୦ ତାରିଖରୁ ଖୋଲୁଥିବାବେଳେ ଆସନ୍ତା ୧୨ ତାରିଖରେ ଖୋଲିବ ବଦ୍ରିନାଥ କବାଟ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର | Argus News