Videos
|
National

ଟଳୁନି କେଜ୍ରିୱାଲଙ୍କ ସଂକଟ , ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଟଳୁନି କେଜ୍ରିୱାଲଙ୍କ ସଂକଟ , ସୁପ୍ରିମକୋର୍ଟରେ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଅର୍ଗସ ବ୍ୟୁରୋ : ଟଳୁନି କେଜ୍ରିୱାଲଙ୍କ ସଂକଟ । ଜାମିନ ଆବେଦନର ଶୁଣାଣି ଶେଷ ହେବା ସହ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଇଡି ପରେ ସିବିଆଇ କେଜ୍ରିୱାଲଙ୍କୁ ଜୁନ୍‌ ୨୬ରେ ଗିରଫ କରିଥିଲା। ସେ ତିହାର ଜେଲରୁ ବାହାରିବା ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିଥିଲା।ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜାମିନ ଖାରଜ କରିଥିଲେ  ।

ଅଧିକ ପଢନ୍ତୁ : ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିୱାଲ

ଏହାପରେ ସୁପ୍ରିମକୋର୍ଟର ଦ୍ବାରସ୍ତ ହୋଇଥିଲେ କେଜ୍ରିୱାଲ  । ଗତ ମାର୍ଚ୍ଚ 21 ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମଦ ଦୁର୍ନୀତିରେ ଆପରାଧିକ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡି ଦ୍ୱାରା ଗିରଫ ହୋଇଥିଲେ। ଏହାପରେ ଜେଲରୁ ତାଙ୍କୁ ଗିରଫ କରିଥିଲା ସିବିଆଇ । ମାମଲାରେ ଉଭୟ ସିବିଆଇ ଓ ଇଡି କେଜ୍ରିୱାଲଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମସ୍ୟା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: