Videos
|
National

Flood Death Toll / ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି; କେରଳମରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି; କେରଳମରେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଲା
Flood Death Toll

Key Points

କେରଳମରେ ସ୍ଥିତି ସଙ୍ଗୀନ
ବଢୁଛି ମୃତକଙ୍କ ସଂଖ୍ୟା
ବନ୍ୟାରେ ବୁଡ଼ିଛି ଅନେକ ଅଞ୍ଚଳ
ଥିରୁଅନନ୍ତପୁରମ: କେରଳମରେ ବର୍ଷା ଏବଂ ବନ୍ୟା ତାଣ୍ଡବ ରଚିବା ଜାରି ରଖିଛି । ପ୍ରବଳ ବର୍ଷା ଯୋଗୁଁ ଏଯାବତ ରାଜ୍ୟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ନିଖୋଜ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଭି.ଡି. ସତିସନ୍ ସୂଚନା ଦେଇଛନ୍ତି । ବନ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସତ୍କାର ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ₹୧୦,୦୦୦ କ୍ଷତିପୂରଣ ଘୋଷଣା କରିଛନ୍ତି । ଏହାସହିତ ଚାଷୀଙ୍କୁ ମଧ୍ୟ ସେମାନଙ୍କର କ୍ଷତିପୂରଣ ଦେବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

  • କେଉଁ ଜିଲ୍ଲାରେ କେତେ ମୃତ୍ୟୁ ଘଟିଛି ?
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଟ୍ଟାୟମରେ ୩ ଜଣଙ୍କର ମୃତ୍ୟୁ ଘଟିଛି, ଯେଉଁଥିରେ ପୁଞ୍ଜର ବିଧାନସଭା ନିର୍ବାଚନମଣ୍ଡଳୀର ୨ଜଣ ଏବଂ ପାଣି ଟାଙ୍କିରେ ପଡ଼ି ବୁଡ଼ି ଯାଇଥିବା ଜଣେ ଶିଶୁର ମୃତ୍ୟୁ ହୋଇଛି । ସେହିପରି ଏର୍ଣ୍ଣାକୁଲମରେ ୨ଜଣ, କୋଲ୍ଲମରେ ୨ଜଣ, ମାଲାପ୍ପୁରମରେ ୪ ଜଣ, କନ୍ନୁରରେ ଜଣେ, କୋଝିକୋଡରେ ଜଣେ ଏବଂ ଇଡୁକ୍କି ଓ ମୁଭାଟୁପୁଝାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ଘଟିଛି।

ନିଖୋଜ ଲୋକଙ୍କ ମଧ୍ୟରେ କୋଲ୍ଲମ ଏବଂ କନ୍ନୁରରେ ୨ଜଣ, ମାଲାପ୍ପୁରମରେ ଜଣେ ଏବଂ ଇଡୁକ୍କି ଏବଂ ମୁଭାଟୁପୁଝାରେ ଜଣେ ଅଛନ୍ତି । ବନ୍ୟା ପରିସ୍ଥିତି ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ସତୀଶନ କହିଛନ୍ତି ଯେ ସୋମବାର ସକାଳ ୯ଟା ସୁଦ୍ଧା ରାଜ୍ୟରେ ୩୧୬ଟି ରିଲିଫ୍ ଶିବିର କାର୍ଯ୍ୟକ୍ଷମ ହୋଇଥିବାବେଳେ ବର୍ଷା ଏବଂ ବନ୍ୟା ଯୋଗୁଁ ସେଠାରେ ୧୧,୦୧୮ ଜଣଙ୍କୁ ଆଶ୍ରୟ ଦିଆଯାଇଛି ।

  • ୩,୦୦୦ରୁ ଅଧିକ ଚାଷୀ ପ୍ରଭାବିତ
ପ୍ରାଥମିକ ରିପୋର୍ଟ ଅନୁଯାୟୀ ପ୍ରାୟ ୧୬୫ ହେକ୍ଟର କୃଷି ଜମି କ୍ଷତିଗ୍ରସ୍ତ ହୋଇଛି, ଯାହା ୩,୫୯୬ ଜଣ ଚାଷୀଙ୍କୁ ପ୍ରଭାବିତ କରିଛି । ଚୂଡ଼ାନ୍ତ ମୂଲ୍ୟାଙ୍କନ ସମାପ୍ତ ହେବା ପରେ ଏହି ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇପାରେ । ସତୀଶନ କହିଛନ୍ତି ଯେ ପ୍ରବଳ ବର୍ଷା ମଧ୍ୟରେ ବନ୍ୟା ଏବଂ ଭୂସ୍ଖଳନ ସହିତ ଲଢ଼ୁଥିବା ପଠାଣମଥିଟ୍ଟା, କୋଟ୍ଟାୟମ ଏବଂ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF) ଏବଂ ସୁରକ୍ଷା ବାହିନୀର ଦଳଗୁଡ଼ିକୁ ନିୟୋଜିତ କରାଯାଇଛି । ଆବଶ୍ୟକ ହେଲେ ଆଲାପୁଝାରେ ITBP କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପଢନ୍ତୁ ଏହି ଖବର: ବିଶ୍ୱ ପାଇଁ ବଡ଼ ବିପଦର ସତର୍କ ସଙ୍କେତ,ଆସୁଛି ଭୟଙ୍କର ଏଲ୍-ନିନୋ !

  • କେରଳମରେ ଆହୁରି ବର୍ଷିବ
ପାଣିପାଗ ବିଭାଗ କେରଳ ପାଇଁ ଏକ ନୂତନ ସତର୍କତା ଜାରି କରିଛି । ବିଭାଗ ଅନୁଯାୟୀ, ଅଗଷ୍ଟ ୩ ଏବଂ ୬ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା ଏବଂ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ଅଗଷ୍ଟ ୨ ଏବଂ ୩ ତାରିଖରେ କେରଳ-କର୍ଣ୍ଣାଟକ-ଲାକ୍ଷାଦ୍ୱୀପ ଉପକୂଳକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ଏବଂ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: