Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାଘକୁ ମାରିବାକୁ ନିର୍ଦ୍ଦେଶ, ମଣିଷକୁ ମାରି ଖାଉଛି ମାଂସ

Jitendra Dash
Browse all articles by Jitendra Dash
·2 years ago·1 min read
ବାଘକୁ ମାରିବାକୁ ନିର୍ଦ୍ଦେଶ, ମଣିଷକୁ ମାରି ଖାଉଛି ମାଂସ

ଅର୍ଗସ ବ୍ୟୁରୋ : କେରଳର ୱାୟନାଡ ଜିଲ୍ଲାରେ ମଣିଷ ଖିଆ ବାଘର ଆତଙ୍କ । ମଣିଷକୁ ମାରି ଖାଉଛି ତାର ମାଂସ  । ସେପଟେ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ  । ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି । ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ ମଧ୍ୟ କୁହାଯାଇଛି ।

ଅଧିକ ପଢନ୍ତୁ ଭାରତ ଖବର

ବନ ବିଭାଗ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ ଓ ତାହା ମଣିଷ ମାଂସ ଖାଇଛି ବୋଲି ସାବ୍ୟସ୍ତ ହେବ, ତା’ହେଲେ ତାକୁ ମାରି ଦିଅ । କାରଣ ତାହା ଉକ୍ତ ଅଞ୍ଚଳର ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ବାଘଟି କେଉଁ ସ୍ଥାନରେ ଅଛି, ତାହା ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି । ସେଥିପାଇଁ ବିଭିନ୍ନ ସ୍ଥାନରେ ୧୧ଟି କ୍ୟାମେରା ଲଗାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kerala issues orders to kill tiger that attacked, ate farmer in Wayanad | Argus News