|
logo
Live
Argus News App
GET APP

Argus News - ୧୫ ବର୍ଷର ପୁଅକୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲା ମାଆ; କେରଳରୁ ଆସିଲା ଚାଞ୍ଚଲ୍ୟକର ମାମଲା

National

ISIS / ୧୫ ବର୍ଷର ପୁଅକୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲା ମାଆ; କେରଳରୁ ଆସିଲା ଚାଞ୍ଚଲ୍ୟକର ମାମଲା

Sushanta Sahoo
Browse all articles by Sushanta Sahoo
·4 months ago·2 min read
୧୫ ବର୍ଷର ପୁଅକୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲା ମାଆ; କେରଳରୁ ଆସିଲା ଚାଞ୍ଚଲ୍ୟକର ମାମଲା

Key Points

ପୁଅକୁ କଟ୍ଟରପନ୍ଥୀ କରିବା ଲାଗି ମାଆର ଥିଲା ସକ୍ରିୟ ଭାଗିଦାରୀ । ଏଥିପାଇଁ ବ୍ରିଟେନର ଜଣେ ISIS ଆତଙ୍କବାଦୀ ସହ ମିଶି ମାଆ କାମ କରୁଥିଲା । କୁହାଯାଉଛି ନାବାଳକ ଜଣଙ୍କୁ ISIS ସମ୍ପର୍କରେ ଆଣି ଅନ୍ୟ ଧର୍ମକୁ କିଭଳି ଘୃଣା କରିବେ ସେନେଇ ପ୍ରୋତ୍ସାହନ ଦିଆଯାଉଥିଲା ।
ନୂଆଦିଲ୍ଲୀ: ମାଆ କ'ଣ ପୁଅକୁ ଭୁଲ ବାଟରେ ନେଇପାରେ ? ଏମିତି ରାସ୍ତାର ପଥିକ କରେ ଯାହାର ଅନ୍ତ ମୃତ୍ୟୁ ? କ'ଣ କେହି ମାଆ ତା' ପୁଅକୁ ଆତଙ୍କବାଦୀ ହେବା ପାଇଁ ପ୍ରେରିତ କରିପାରେ ? ଆପଣଙ୍କ ମନରେ ବି ଏ ପ୍ରଶ୍ନ ଉଠୁଥିବ । ଆଉ କେରଳ ପୋଲିସ ଜଣେ ମହିଳାଙ୍କ ବିରୋଧରେ ଏତଲା ରୁଜୁ କରିଛି । ମହିଳା ଜଣଙ୍କ ୧୫ ବର୍ଷର ପୁଅକୁ ଆତଙ୍କୀ ସଂଗଠନ ISISରେ ସାମିଲ୍ ପାଇଁ ପ୍ରୟାସ କରୁଥିଲେ ।

ପୋଲିସ ରୁଜୁ କରିଥିବା ଏତଲା ଅନୁସାରେ, ପୁଅକୁ କଟ୍ଟରପନ୍ଥୀ କରିବା ଲାଗି ମାଆର ଥିଲା ସକ୍ରିୟ ଭାଗିଦାରୀ । ଏଥିପାଇଁ ବ୍ରିଟେନର ଜଣେ ISIS ଆତଙ୍କବାଦୀ ସହ ମିଶି ମାଆ କାମ କରୁଥିଲା । କୁହାଯାଉଛି ନାବାଳକ ଜଣଙ୍କୁ ISIS ସମ୍ପର୍କରେ ଆଣି ଅନ୍ୟ ଧର୍ମକୁ କିଭଳି ଘୃଣା କରିବେ ସେନେଇ ପ୍ରୋତ୍ସାହନ ଦିଆଯାଉଥିଲା ।

ଏଥିସହ ପଢ଼ନ୍ତୁ: ଏନକ୍ରିପ୍ଟେଡ୍ ଆପ୍ସରେ ଡକ୍ଟର ମୁଜାମ୍ମିଲକୁ ଆସିଥିଲା ୪୨ ବୋମା ତିଆରି ଭିଡିଓ

ଉତ୍ତେଜିତ କରିବାକୁ ଦେଖାଉଥିଲେ ହତ୍ୟା ଭିଡିଓ

କେରଳ ପୋଲିସ ପକ୍ଷରୁ ଏହି ମାମଲାକୁ UAPAରେ ରୁଜୁ କରାଯାଇଛି । ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଛି । ପ୍ରଥମ ଅଭିଯୁକ୍ତ ହେଉଛି ଅଞ୍ଜାର, ତା'କୁ ଇସଲାମିକ ଷ୍ଟେଟର ସଦସ୍ୟ କୁହାଯାଉଛି । ଏବେ ସେ ବ୍ରିଟେନର ଲିସେଷ୍ଟରରେ ରହୁଛି ।

ପୋଲିସ ଅନୁସାରେ ଅଞ୍ଜାର ତା' ଲାପଟପରେ ନାବାଳକ ଜଣଙ୍କୁ ISIS କରୁଥିବା ହିଂସ୍ର ହତ୍ୟାର ଭିଡିଓ ଦେଖାଇଛି । ନାବାଳକ ମସ୍ତିଷ୍କ ୱାଶ୍ କରିବାକୁ ଯାଇ ଇସଲାମ୍ ହିଁ ଶ୍ରେଷ୍ଠ, ସବୁଠୁ ବଡ଼ ମାର୍ଗ ବୋଲି ବତା ଯାଇଛି । ISIS ସହ ମିଶିବାକୁ ଉସୁକାଇବା ସହ ଅନ୍ୟ ଧର୍ମ ପ୍ରତି ଶ୍ରୁତା ମନୋଭାବ ରଖିବା ନେଇ ତାକୁ ଶିକ୍ଷା ଦିଆଯାଉଛି ।

ମାଆ ଦେଉଥିଲା ଶିକ୍ଷା

ଦ୍ଵିତୀୟ ଅଭିଯୁକ୍ତ ହେଉଛି ପୁଅର ମାଆ ଫିଦା ମହମ୍ମଦ ଅଲ୍ଲୀ । ତଦନ୍ତକାରୀ ଅଧିକାରୀଙ୍କ ଅନୁସାରେ, ପୁଅକୁ କଟ୍ଟରପନ୍ଥୀ କରିବାକୁ ମାଆର ସମର୍ଥନ ଥିଲା । ଏତଲା ଅନୁସାରେ, ଅଞ୍ଜାର ସହ ମିଶି କାମ କରୁଥିଲା ମାଆ । ଅନୁମାନ କରାଯାଉଛି, ଉଭୟ ମିଳିତ ଭାବେ ନାବାଳକ ଜଣଙ୍କୁ ପ୍ରଭାବିତ କରି କଟ୍ଟରପନ୍ଥୀ ରାସ୍ତାରେ ନେବାକୁ ପ୍ରୟାସ କରୁଥିଲେ ।

ଏଥିସହ ପଢ଼ନ୍ତୁ: ସରକାର ଆଣିଲେ ନୂଆ ଆଇନ, ଏବେ ୫ ବର୍ଷ ନୁହେଁ...ମାତ୍ର ବର୍ଷେ ଚାକିରି କରିଥିଲେ ମିଳିବ ଗ୍ରାଚୁଇଟି

NIA କରିବ ତଦନ୍ତ

କେରଳ ପୋଲିସ ଅନୁସାରେ, ଏହି ମାମଲା ଏକ ବଡ଼ ଆତଙ୍କବାଦୀ ନେଟୱର୍କ ସହ ଯୋଡ଼ି ହୋଇଥାଇପାରେ । ସୂତ୍ର ଅନୁସାରେ, ରାଜ୍ୟର କିଛି ଅଞ୍ଚଳରେ ଏହି ଆତଙ୍କବାଦୀ ସମୁହ ସହ ଜଡ଼ିତ ଗୁପ୍ତ ଏଜେଣ୍ଟ ସକ୍ରିୟ ହୋଇପାରନ୍ତି । NIA ଏହି ମାମଲାର ତଦନ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ISIS: ୧୫ ବର୍ଷର ପୁଅକୁ ଆତଙ୍କବାଦୀ ପ୍ରଶିକ୍ଷଣ ଦେଉଥିଲା ମାଆ; କେରଳରୁ ଆସିଲା ଚାଞ୍ଚଲ୍ୟକର ମାମଲା | Argus News