Tragic Accident / NHରେ ଜଗିଥିଲା ଯମ! ପାର୍କିଂ ଟ୍ରକକୁ ପିଟିଲା କାର୍, ଚାଲିଗଲା ୮ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
·1 hour ago·2 min read

Key Points
ରାସ୍ତାରେ ପାର୍କ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର
ଚାଲିଗଲା ୮ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
ଚାଲିଗଲା ୮ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ
ଜାତୀୟ ରାଜପଥରେ ଜଗିଥିଲା ଯମ । ଏନଏଚରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ରାସ୍ତାରେ ପାର୍କ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍ । ଚାଲିଗଲା ୮ ଇଞ୍ଜିନିୟରିଂ ଛାତ୍ରଙ୍କ ଜୀବନ । କାରରେ ଥିବା ସମସ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେମାନେ ତାମିଲନାଡୁର ହୋଇଥିବା ସୂଚନା ମିଳିଛି। କେରଳମ୍ର ଥ୍ରିସୁର ଜିଲ୍ଲାରେ ଏହି ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ଶୁକ୍ରବାର ମଧ୍ୟରାତ୍ରିରେ ପାନାମ୍ବିକୁନୁ କେନ୍ଦ୍ର ଏହି ଦୁର୍ଘଟଣା ଘଟିଛି।
ଏହାସହ ପଢ଼ନ୍ତୁ: ଗଛରେ ପିଟିହେଲା ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଯାଉଥିବା ବସ୍
ଧକ୍କା କେତେ ଛାତିଥରା ଥିଲା କାରର ଅବସ୍ଥା ଦେଖି ସ୍ପଷ୍ଟ ଜଣାପଡୁଛି । କାରର ପ୍ରତ୍ୟେକ ଅଂଶ ଭାଙ୍ଗି ଚୁରମାର ହୋଇ ଚାରିଆଡେ ପଡିଛି । କାରର ଆଗ ଭାଗ ପ୍ରାୟ ଭାଙ୍ଗି ଯାଇଛି। ଦୁର୍ଘଟଣାର ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କ ମୃତଦେହ ଗାଡ଼ିରୁ କଢ଼ାଯାଇଥିଲା। ପୋଲିସ ଛାନଭିନ ଜାରି ରଖିଛି।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତଦେହ ଗୁଡ଼ିକୁ ଗାଡ଼ିରୁ ବାହାର କରିବାମଧ୍ୟ ଅସମ୍ଭବ ହୋଇପଡ଼ିଥିଲା। ଶେଷରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ସ୍ଥାନୀୟ ଲୋକ , ପୋଲିସ ଏବଂ ଅଗ୍ନିଶମ ବାହିନୀ ମିଳିତ ଭାବେ ଏହି କାର୍ଯ୍ୟରେ ସାମିଲ ଥିଲେ। ୮ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ତ୍ରିଶୂର ମେଡିକାଲ କଲେକଜକୁ ନିଆଯାଇଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଟି ତାମିଲନାଡୁରେ ପଞ୍ଜିକୃତ ହୋଇଥିଲା। ପୋଲିସ କହିଛି ଯେ ମୃତକମାନେ ତାମିଲନାଡୁର ଛାତ୍ର ବୋଲି ସନ୍ଦେହ କରାଯାଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରିପୋର୍ଟ ଅନୁଯାୟୀ କାରଟି ଗୁରୁଭାୟୁରରୁ କୋଡୁଙ୍ଗାଲୁର ଅଭିମୁଖେ ଯାତ୍ରା କରୁଥିଲା। କିଛି ଦିନ ପୂର୍ବେ ମଧ୍ୟ ପ୍ରଦେଶର ଭିଣ୍ଡ ଜିଲ୍ଲାରେ ସମାନ ଘଟଣା ଘଟିଥିଲା। ଗୋହାଡ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଟ୍ରକ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୨ ଜଣ ଆହତ ହୋଇଥିଲେ। ରିପୋର୍ଟ ଅନୁଯାୟୀ, ଶ୍ରମିକମାନେ ଧାନ ବିହନ ବୁଣି ଫେରୁଥିବା ସମୟରେ ଜାତୀୟ ରାଜପଥ ୭୧୯ ରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କର ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା।
Related Topics
Explore more stories