Videos
|
Odisha

Bus Accident / ଗଛରେ ପିଟିହେଲା ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଯାଉଥିବା ବସ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଗଛରେ ପିଟିହେଲା ୪୦ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଯାଉଥିବା ବସ୍
Bus Crashes Into Tree, Driver Killed, 40+ Injured

Key Points

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।
ନୟାଗଡ଼: ଭୀଷଣ ବସ୍ ଦୁର୍ଘଟଣା । ଜାତୀୟ ରାଜପଥ କଡ଼ରେ ଥିବା ଗଛରେ ପିଟି ହେଲା ବସ୍ । ଚାଲିଗଲା ବସ୍ ଡ୍ରାଇଭରଙ୍କ ଜୀବନ । ୪୦ରୁ ଅଧିକ ଆହତ, ୨ ଯାତ୍ରୀ ଗୁରୁତର । ଶୁକ୍ରବାର ଅପରାହ୍ଣରେ ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ନିକଟରେ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି ।

ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି ଅନ୍ନପୂର୍ଣ୍ଣା ନାମକ ଏକ ଘରୋଇ ବସ୍ । ସୂଚନା ଅନୁସାରେ, ଘରୋଇ ବସ୍‌ଟି ନୟାଗଡ଼ରୁ ୪୦ରୁ ଅଧିକ ଯାତ୍ରୀଙ୍କୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ବାଉଁଶିଆପଡ଼ା ନିକଟରେ ହଠାତ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା ବସ୍‌ଟି ।

ଏଥିସହ ପଢ଼ନ୍ତୁ: ଦୁର୍ଘଟଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା; ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି 

ଦୁର୍ଘଟଣା ପରେ ବସ୍‌ ଭିତରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା । ଯାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଓ ସେହି ରାସ୍ତାରେ ଯାଉଥିବା ଯାତ୍ରୀ ଦୁର୍ଘଟଣା ନେଇ ପୋଲିସ ଓ ଅଗ୍ନିସମ ବାହିନୀକୁ ସୂଚନା ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମସ୍ତଙ୍କୁ ବସ୍‌ରୁ ଉଦ୍ଧାର କରାଯାଇ ନୟାଗଡ଼ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି । ଏହି ଭୀଷଣ ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ବସ୍‌ର ସମ୍ମୁଖ ଭାଗ ଗଛରେ ପିଟି ହୋଇ କ୍ଷତିଗ୍ରସ୍ତ ହୋଇଛି । ବସ୍ ଷ୍ଟିୟରିଂ ଡ୍ରାଇଭରଙ୍କ ସିଟ୍‌ ଉପରକୁ ଚାଲି ଆସିବା ଦର୍ଶାଉଛି, ଦୁର୍ଘଟଣା କେତେ ଯେ ଭୟାବହ ଥିଲା । ଡ୍ରାଇଭର୍, ବସ୍‌ର ଷ୍ଟିୟରିଂରେ ଚାପି ହୋଇ ଯାଥିଲେ । ବସ୍‌ର ଆକ୍ସିଲେଟର୍ ପାଖରେ ଡ୍ରାଇଭରଙ୍କ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ପରେ ଇଟାମାଟି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହ ପଢ଼ନ୍ତୁ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପଛରେ ଷଡ଼ଯନ୍ତ୍ର ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ 

ସେହି ରାସ୍ତା ଦେଇ ଭୁବନେଶ୍ଵରରୁ ନୟାଗଡ଼ ଫେରୁଥିଲେ ବିଧାୟକ ଅରୁଣ ସାହୁ । ସେ ଆହତଙ୍କୁ ଉଦ୍ଧାର କରିଥିଲେ । ଅରୁଣ ସାହୁ କହିଛନ୍ତି, "ଗଛଟି ବସ୍ ଭିତରକୁ ପ୍ରାୟ ୪ରୁ ୫ ଫୁଟ୍ ପଶି ଯାଇଛି । ସବୁ ଯାତ୍ରୀ କାନ୍ଦବୋବାଳି କରୁଥିଲେ । ଏମରଜେନ୍ସି ଡୋର୍ ଖୋଲି ଯାତ୍ରୀଙ୍କୁ ଉଦ୍ଧାର କଲୁ । ଅନେକ ଯାତ୍ରୀଙ୍କ ଗୋଡ଼ରେ ରଡ୍ ପଶି ଯାଇଥିଲା । ବସ୍‌ଟି ଦ୍ରୁତଗତିରେ ଯାଉଥିବାରୁ ଦୁର୍ଘଟଣା ଘଟିଛି ।"