BJP Historic Victory Kerala / ଭୁଶୁଡ଼ିଲା LDF ଦୁର୍ଗ, ୪୦ ବର୍ଷ ପରେ ତିରୁଅନନ୍ତପୁରମରେ ବିଜେପିର ଐତିହାସିକ ବିଜୟ
·7 months ago·3 min read

Key Points
ଭୁଶୁଡ଼ିଲା LDF ଦୁର୍ଗ
୪୦ ବର୍ଷ ପରେ ତିରୁଅନନ୍ତପୁରମରେ BJPର ଐତିହାସିକ ବିଜୟ
ଅଭିନନ୍ଦନ ଜଣାଇଲେ PM ମୋଦି

କେରଳର ରାଜଧାନୀ ତିରୁଅନନ୍ତପୁରମରେ ଭାରତୀୟ ଜନତା ପାର୍ଟିର ଐତିହାସିକ ବିଜୟ । କେରଳର ତିରୁଅନନ୍ତପୁରମ ନଗର ନିଗମରେ ବିଜେପି ବଡ଼ ବିଜୟ ହାସଲ କରିଛି । ଚାରି ଦଶନ୍ଧି ଧରି LDF ଗଡ଼ ଥିବା ତିରୁଅନନ୍ତପୁରମରେ ଏଥର ପଦ୍ମ ଫୁଟିଛି । କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଏଭଳି ପ୍ରଦର୍ଶନ ରାଜ୍ୟ ରାଜନୀତିକୁ ହଲଚଲ କରିଛି । ସେପଟେ ଏହି ଐତିହାସକ ବିଜୟ ପାଇଁ ବିଜେପିକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ମୋଦୀ କେରଳର ଜନସାଧାରଣଙ୍କୁ କୃତଜ୍ଞତା ପ୍ରକାଶ କରିଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ତିରୁଅନନ୍ତପୁରମର ଜନସାଧାରଣଙ୍କୁ ନିର୍ବାଚନରେ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, କେରଳରେ ଅନୁଷ୍ଠିତ ମହାନଗର ନିଗମ ନିର୍ବାଚନରେ ବିଜେପି ଏବଂ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ରାଜ୍ୟର ଜନସାଧାରଣଙ୍କ ପ୍ରତି ମୁଁ ମୋର କୃତଜ୍ଞତା ପ୍ରକାଶ କରୁଛି । କେରଳ ଏବେ ୟୁଡିଏଫ ଏବଂ ଏଲଡିଏଫରୁ ବିରକ୍ତ । ରାଜ୍ୟର ଲୋକମାନେ ଏବେ ଏନଡିଏକୁ ଏକମାତ୍ର ବିକଳ୍ପ ଭାବରେ ଦେଖନ୍ତି । ଯାହା ସୁଶାସନ ପ୍ରଦାନ କରିପାରିବ ଏବଂ ସମସ୍ତଙ୍କ ପାଇଁ ସୁଯୋଗରେ ପରିପୂର୍ଣ୍ଣ ଏକ ବିକଶିତ କେରଳ ନିର୍ମାଣ କରିପାରିବ ।"
ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଧନ୍ୟବାଦ, ତିରୁଅନନ୍ତପୁରମ ! ତିରୁଅନନ୍ତପୁରମ ନଗର ନିଗମରେ ବିଜେପି-ଏନଡିଏକୁ ଦିଆଯାଇଥିବା ଜନାଦେଶ କେରଳ ରାଜନୀତିରେ ଏକ ଐତିହାସିକ ମୋଡ଼। ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ କେବଳ ଆମ ଦଳ ରାଜ୍ୟର ବିକାଶ ଆକାଂକ୍ଷା ପୂରଣ କରିପାରିବ। ଏହି ସହରକୁ ବିକାଶ କରିବା ଏବଂ ଲୋକଙ୍କ ପାଇଁ ସହଜ ଜୀବନଯାପନ ଉନ୍ନତ କରିବା ପାଇଁ ଆମର ଦଳ ଅକ୍ଲାନ୍ତ ପରିଶ୍ରମ କରିବ।"
ପ୍ରଧାନମନ୍ତ୍ରୀ ମୋଦି ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଲେଖିଛନ୍ତି, "ମୁଁ ସମସ୍ତ କଠିନ ପରିଶ୍ରମୀ ବିଜେପି କର୍ମୀଙ୍କ ପ୍ରତି କୃତଜ୍ଞ ଯେଉଁମାନେ ଲୋକଙ୍କ ମଧ୍ୟରେ କାମ କରିଥିଲେ, ଯାହା ତିରୁଅନନ୍ତପୁରମ୍ କର୍ପୋରେସନ୍ ନିର୍ବାଚନରେ ଉତ୍କୃଷ୍ଟ ଫଳାଫଳ ଆଣିଥିଲା। ଆଜି କେରଳରେ ଦଶନ୍ଧି ଧରି କାମ କରିଥିବା କର୍ମୀଙ୍କ କାମ ଏବଂ ସଂଘର୍ଷକୁ ମନେ ରଖିବାର ଦିନ। ଯାହାଙ୍କ ତୃଣମୂଳ ସ୍ତରରେ କାମ ଆଜିର ଫଳାଫଳକୁ ବାସ୍ତବତା ଦେଇଥିଲା। ଆମର କର୍ମୀମାନେ ଆମର ଶକ୍ତି ଏବଂ ଆମେ ସେମାନଙ୍କ ପାଇଁ ଗର୍ବିତ।"
ତିରୁଅନନ୍ତପୁରମରେ ମୋଟ୍ ୧୦୧ ୱାର୍ଡ ମଧ୍ୟରୁ NDA ୫୦ ସିଟରେ ବିଜୟ ହୋଇଥିବା ବେଳେ ସରକାରୀ ଦଳ LDF ୨୯ଟି, ବିରୋଧୀ ଦଳ UDF ୧୯ଟି ଏବଂ ୨ଟି ଆସନରେ ସ୍ବାଧିନ ପ୍ରାର୍ଥି ବିଜୟ ଲାଭ କରିଛନ୍ତି ।
ସେପଟେ କେରଳର ରାଜଧାନୀ ତିରୁଅନନ୍ତପୁରମ ମହାନଗର ନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଏନଡିଏ ପ୍ରାର୍ଥୀଙ୍କ ବିଜୟକୁ ବାମପନ୍ଥୀ ଦଳଗୁଡ଼ିକ ପାଇଁ ଏକ ବଡ଼ ରାଜନୈତିକ ଧକ୍କା ବୋଲି ବିବେଚନା କରାଯାଉଛି । କାରଣ ବାମପନ୍ଥୀମାନେ ଏଠାରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଅଛନ୍ତି। ଏହା କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟକା । କାରଣ କଂଗ୍ରେସ ନେତା ଶଶି ଥରୁର ଲଗାତାର ଚାରି ଥର ପାଇଁ ତିରୁଅନନ୍ତପୁରମ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଛନ୍ତି ।

My gratitude to the people across Kerala who voted for BJP and NDA candidates in the local body polls in the state. Kerala is fed up of UDF and LDF. They see NDA as the only option that can deliver on good governance and build a #VikasitaKeralam with opportunities for all.
— Narendra Modi (@narendramodi) December 13, 2025
ଅନ୍ୟ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଧନ୍ୟବାଦ, ତିରୁଅନନ୍ତପୁରମ ! ତିରୁଅନନ୍ତପୁରମ ନଗର ନିଗମରେ ବିଜେପି-ଏନଡିଏକୁ ଦିଆଯାଇଥିବା ଜନାଦେଶ କେରଳ ରାଜନୀତିରେ ଏକ ଐତିହାସିକ ମୋଡ଼। ଲୋକଙ୍କର ପୂର୍ଣ୍ଣ ବିଶ୍ୱାସ ଅଛି ଯେ କେବଳ ଆମ ଦଳ ରାଜ୍ୟର ବିକାଶ ଆକାଂକ୍ଷା ପୂରଣ କରିପାରିବ। ଏହି ସହରକୁ ବିକାଶ କରିବା ଏବଂ ଲୋକଙ୍କ ପାଇଁ ସହଜ ଜୀବନଯାପନ ଉନ୍ନତ କରିବା ପାଇଁ ଆମର ଦଳ ଅକ୍ଲାନ୍ତ ପରିଶ୍ରମ କରିବ।"
ପ୍ରଧାନମନ୍ତ୍ରୀ ମୋଦି ବିଜେପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି
ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ଲେଖିଛନ୍ତି, "ମୁଁ ସମସ୍ତ କଠିନ ପରିଶ୍ରମୀ ବିଜେପି କର୍ମୀଙ୍କ ପ୍ରତି କୃତଜ୍ଞ ଯେଉଁମାନେ ଲୋକଙ୍କ ମଧ୍ୟରେ କାମ କରିଥିଲେ, ଯାହା ତିରୁଅନନ୍ତପୁରମ୍ କର୍ପୋରେସନ୍ ନିର୍ବାଚନରେ ଉତ୍କୃଷ୍ଟ ଫଳାଫଳ ଆଣିଥିଲା। ଆଜି କେରଳରେ ଦଶନ୍ଧି ଧରି କାମ କରିଥିବା କର୍ମୀଙ୍କ କାମ ଏବଂ ସଂଘର୍ଷକୁ ମନେ ରଖିବାର ଦିନ। ଯାହାଙ୍କ ତୃଣମୂଳ ସ୍ତରରେ କାମ ଆଜିର ଫଳାଫଳକୁ ବାସ୍ତବତା ଦେଇଥିଲା। ଆମର କର୍ମୀମାନେ ଆମର ଶକ୍ତି ଏବଂ ଆମେ ସେମାନଙ୍କ ପାଇଁ ଗର୍ବିତ।"
Thank you Thiruvananthapuram!
— Narendra Modi (@narendramodi) December 13, 2025
The mandate the BJP-NDA got in the Thiruvananthapuram Corporation is a watershed moment in Kerala’s politics.
The people are certain that the development aspirations of the state can only be addressed by our Party.
Our Party will work towards…
ତିରୁଅନନ୍ତପୁରମରେ ମୋଟ୍ ୧୦୧ ୱାର୍ଡ ମଧ୍ୟରୁ NDA ୫୦ ସିଟରେ ବିଜୟ ହୋଇଥିବା ବେଳେ ସରକାରୀ ଦଳ LDF ୨୯ଟି, ବିରୋଧୀ ଦଳ UDF ୧୯ଟି ଏବଂ ୨ଟି ଆସନରେ ସ୍ବାଧିନ ପ୍ରାର୍ଥି ବିଜୟ ଲାଭ କରିଛନ୍ତି ।
ସେପଟେ କେରଳର ରାଜଧାନୀ ତିରୁଅନନ୍ତପୁରମ ମହାନଗର ନିଗମ ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଏନଡିଏ ପ୍ରାର୍ଥୀଙ୍କ ବିଜୟକୁ ବାମପନ୍ଥୀ ଦଳଗୁଡ଼ିକ ପାଇଁ ଏକ ବଡ଼ ରାଜନୈତିକ ଧକ୍କା ବୋଲି ବିବେଚନା କରାଯାଉଛି । କାରଣ ବାମପନ୍ଥୀମାନେ ଏଠାରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି କ୍ଷମତାରେ ଅଛନ୍ତି। ଏହା କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ବଡ଼ ଝଟକା । କାରଣ କଂଗ୍ରେସ ନେତା ଶଶି ଥରୁର ଲଗାତାର ଚାରି ଥର ପାଇଁ ତିରୁଅନନ୍ତପୁରମ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories